ବାସ୍ 2 ମିନିଟ ଶନି ମହାଦେବଙ୍କ ଏହି ଚମତ୍କାରୀ ବୀଜ ମନ୍ତ୍ର ଜପ କରନ୍ତୁ, ଦରିଦ୍ର ବି ରାଜା ବନିଯିବ, ତୁରନ୍ତ ବଦଳିଯିବ ଭାଗ୍ୟ !

ଶନି ଦେବଙ୍କୁ ଗ୍ରହ ମାନଙ୍କ ନ୍ୟାୟକର୍ତ୍ତା ବୋଲି ମାନାଯାଏ । ପ୍ରତ୍ୟେକ ବ୍ୟକ୍ତି ନିଜ କାର୍ଯ୍ୟ ଅନୁସାରେ ପ୍ରାପ୍ତ ହେଉଥିବା ଫଳ ପଛରେ ଶନି ଦେବଙ୍କ ହାତ ରହିଛି । ଯେ ପର୍ଯ୍ୟନ୍ତ ଶନି ଦେବ ନ ଚାହିଁଛନ୍ତି ସେ ପର୍ଯ୍ୟନ୍ତ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରି ପାରେ ନାହିଁ । ବ୍ୟକ୍ତିର ଆଜୀବିକା, ସ୍ବାସ୍ଥ୍ୟ, ସଂଘର୍ଷ ସବୁ କିଛି ଶନି ଦେବଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇ ଥାଏ । ସେଥିପାଇଁ କୁହାଯାଏ ତାଙ୍କୁ ପ୍ରସନ୍ନ କରି ଜୀବନର କଷ୍ଟ ଗୁଡ଼ିକୁ କମ୍ କରା ଯାଇ ପାରେ ।

ଆଜି ଆମେ ଆପଣଙ୍କୁ ଶନି ଦେବଙ୍କ ବୀଜ ମନ୍ତ୍ର ବିଷୟରେ ଜଣାଇବୁ । ଏହି ବୀଜ ମନ୍ତ୍ର ଏତେ ପ୍ରଭାବଶାଳୀ ଅଟେ ଯେ, ଯଦି ଆପଣ ଜୀବନରେ ଶନି ଦଶା ବା ଶନିଙ୍କ ପ୍ରକୋପ ଦେଇ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବା ନିମନ୍ତେ ଏହି ବୀଜ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଯେପରିକି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖା ଯାଉଛି ବା ଆପଣଙ୍କୁ ଚାକିରି ମୀକୁ ନାହିଁ, ରୋଜଗାର ସମସ୍ୟା ରହିଛି ତେବେ ଶନି ଦେବଙ୍କ ଏହି ବୀଜ ମନ୍ତ୍ର ଜପ କରିବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ତେବେ ଏହି ମନ୍ତ୍ର କିପରି ଜପ କରିବେ ତାହା ଆମେ ଜଣାଇ ଦେଉଛୁ । ପ୍ରତି ଦିନ ସନ୍ଧ୍ୟା ସମୟରେ ଆପଣ ଏହି ବୀଜ ମନ୍ତ୍ର ଜପ କରନ୍ତୁ । କାରଣ ଦିନର ମାଲିକ ସୂର୍ଯ୍ୟ ଦେବ ଓ ଶନି ଦେବ ଅନ୍ଧାରର ମାଲିକ ଅଟନ୍ତି । ସେଥିପାଇଁ ସନ୍ଧ୍ୟା ସମୟରେ ଶନି ଦେବଙ୍କ ମନ୍ତ୍ର ଜପ କରିବା ଦ୍ୱାରା ମନ୍ତ୍ର ଅଧିକ ପ୍ରଭାବଶାଳୀ ହୋଇଥାଏ ଓ ଶନି ଦେବଙ୍କୁ ପ୍ରସନ୍ନ କରାଇ ଥାଏ ।

ଯେତେବେଳେ ମଧ୍ୟ ଆପଣ ଶନି ଦେବଙ୍କ ମୂର୍ତ୍ତି ସାମନାରେ ବସି ପୂଜା କରୁଛନ୍ତି, କେବେ ମଧ୍ୟ ତାଙ୍କ ଆଖିରେ ଆଖି ମିଶାଇ ଦେଖନ୍ତୁ ନାହିଁ । ଅର୍ଥାତ୍ ଶନି ଦେବଙ୍କ ଏପରି ମୂର୍ତ୍ତିର ଦର୍ଶନ କରନ୍ତୁ ନାହିଁ ଯାହାଙ୍କ ଆଖି ଆପଣଙ୍କୁ ଦିଶୁଥିବା । ଯେଉଁ ସ୍ଥାନରେ ଶନି ଦେବଙ୍କ ମନ୍ଦିରରେ ତାଙ୍କ ପୂଜା ନିମନ୍ତେ ପଥର ରଖା ଯାଇ ଥାଏ ଆପଣ ସେଠାରେ ଯାଇ ପୂଜା କରନ୍ତୁ । ଆପଣ ତାଙ୍କ ପ୍ରତୀକ ରୂପେ ପିପ୍ପଳ ବୃକ୍ଷର ମଧ୍ୟ ପୂଜା କରି ପାରିବେ ।

ଶନି ଦେବଙ୍କ ସାମନାରେ ଦୀପ ଜାଳିବା ଶୁଭ ହୋଇଥାଏ । ମାତ୍ର ବିନା କାରଣରେ ଅଧିକ ତେଲ ବ୍ୟବହାର କରନ୍ତୁ ନାହିଁ । ତେବେ ଶନି ଦେବଙ୍କ ମନ୍ତ୍ର ଟି ହେଉଛି –
“ଓଁ ଶଂ ଶନିଶ୍ଚରାୟ ନମଃ
ଓଁ ପ୍ରାଂ ପ୍ରିଂ ପ୍ରୋଂ ସଃ ଶନିଶ୍ଚରାୟ ନମଃ ।
ଏହି ମନ୍ତ୍ରଟି କୁ ବାରମ୍ବାର ଜପ କରନ୍ତୁ । ଏହା ଜପ ଟି ପ୍ରାୟତଃ ସମସ୍ତେ ବ୍ୟବହାର କରନ୍ତି । ଶନି ଦେବଙ୍କ ଅନ୍ୟ ମନ୍ତ୍ର ମଧ୍ୟ ରହିଛି ଆପଣ ଚାହିଁଲେ ସେ ମନ୍ତ୍ର ମଧ୍ୟ ଜପ କରି ପାରିବେ । ଏହାକୁ ସନ୍ଧ୍ୟା ସମୟରେ ଭକ୍ତିର ସହ ଜପ କଲେ ଆପଣଙ୍କ ଭାଗ୍ୟ ନିଶ୍ଚିତ ପରିବର୍ତ୍ତନ ହେବ ।



