ରବିବାର ସୋରିଷରେ କରନ୍ତୁ ଏହି କାମ, ହୋଇଯିବ ସବୁ ସମସ୍ୟାର ଅନ୍ତ

ଜ୍ୟୋତିଷ ଶାସ୍ତ୍ରରେ ସୋରିଷର ମହତ୍ତ୍ୱ ବେଶ ରହିଛି। ଏହାର ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମସ୍ୟା ଦୂର ହୋଇଯାଏ। ଏହାସହିତ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ମୁକ୍ତି ମଧ୍ୟ ମିଳିବ। ଯଦି ରବିବାର ଦିନ ଖାସ ଉପାୟ ଦ୍ୱାରା ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ।
-ଜ୍ୟୋତିଷ ଶାସ୍ତ୍ରରେ ରବିବାର ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ୨୪ ଘଣ୍ଟାରେ ପ୍ରଭାବ ଦେଖିବାକୁ ମିଳିଥାଏ। ଏହାକୁ ଘରର କୌଣସି କୋଣରେ ଲୁଚାଇ ରଖିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ।
– ଯେଉଁ ଲୋକଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ, ରବିବାର ଦିନ ଏହାକୁ ଗରିବକୁ ଦାନ କରିବା ସହ ଦକ୍ଷିଣା ମଧ୍ୟ ପ୍ରଦାନ କରନ୍ତୁ। ଏହାଦ୍ୱାରା ଜୀବନରେ ଆସିବାକୁ ଥିବା ବାଧାବିଘ୍ନ ଦୂର ହୋଇଯାଏ।

-ରିବବାର ଦିନ ସକାଳରେ ପାଣିରେ ଭର୍ତ୍ତି ଥିବା ଏକ ପାତ୍ରରେ ସୋରିଷ ପତ୍ର ପକାଇ ରଖନ୍ତୁ। ଏହାକୁ ସୂର୍ଯ୍ୟଙ୍କ ସାମ୍ନାରେ ରଖି ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ପଢନ୍ତୁ। ପ୍ରତ୍ୟେକ ଥର ମନ୍ତ୍ର ଉଚ୍ଚାରଣ କରିବା ପରେ ପାଣି ପାତ୍ରରେ ଫୁଙ୍କନ୍ତୁ। ଏବେ ଏହି ଜଳରେ ଗାଧୋଇବା ଦ୍ୱାରା ଦାରିଦ୍ରତାରୁ ମୁକ୍ତି ମିଳିଥାଏ।
– ଯଦି ଆପଣଙ୍କ ବ୍ୟବସାୟ ଭଲରେ ଚାଲିନାହିଁ, ତେବେ ରବିବାର ଦିନ ସକାଳ ତିନୋଟି ଛୋଟ ଛୋଟ ପାତ୍ରରେ ସୋରିଷ, କଳା ରାଶି, ଧଳା ଧନିଆ ଏବଂ ଲୁଣ ମିଶାଇ ନିଜ ବ୍ୟବସାୟ ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ଘଟିବ।
– ଧନବାନ ହେବା ପାଇଁ ରବିବାର ଦିନ ସୂର୍ଯ୍ୟାସ୍ତ ସମୟରେ ୧୦୮ଟି ସୋରିଷ କୁ ନେଇ ଲାଲ କପଡା ବାନ୍ଧି ଦିଅନ୍ତୁ। ଏବେ ଏହାକୁ ଅଶତ୍ଥ ଗଛ ତଳେ ପୋତିଦିଅନ୍ତୁ। ଏପରି କରିବା ଦ୍ୱାରା ଆଥିର୍କ ସମସ୍ୟା ଦୂର ହୋଇଥାଏ।
– ଯଦି ଆପଣଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ, ତେବେ ରବିବାର ଦିନ ସୋରିଷ ଏବଂ ଲୁଣ ଦ୍ୱାରା ନଜର ଉତାରନ୍ତୁ।
-ଯେଉଁ ଲୋକଙ୍କ ଘରେ ବାସ୍ତୁ ଦୋଷ ରହିଛି, ସେମାନଙ୍କର କୌଣସି ଉନ୍ନତି ହୋପାରୁନାହିଁ। ସେମାନେ ଘରର ଏକ କୋଣରେ କାଗଜରେ ସୋରିଷ ଏବଂ ଲୁଣ ରଖିଦିଅନ୍ତୁ। ଏହି କାମ କେବଳ ରବିବାର ଦିନ କରିବେ। ଏହାକୁ ପରଦିନ ସକାଳେ ଜଳାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।

-ଯଦି କୌଣସି ବ୍ୟକ୍ତିଙ୍କ ସ୍ୱଭାବ ଚିଡିଚିଡା ରହିଛି ତେବେ ସୋରିଷ ଏବଂ ଲଙ୍କା ନେଇ ସାତ ଥର ମୁଣ୍ଡ ଉପରେ ବୁଲାଇ ବାହାରେ ପକାଇ ଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ। ଏପରି କଲେ ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
– ଯଦି ଆପଣ ଧାର କରଜ କରି ଚିନ୍ତିତ ରହିଛନ୍ତି, ତେବେ ରବିବାର ଦିନ ସୋରିଷ ଏବଂ ସୋରିଷ ତେଲ ଅଶତ୍ଥ ଗଛ ମୂଳେ ଚଢାନ୍ତି। ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
-ମାନ ସମ୍ମାନ ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳଅର୍ପଣ କରିବା ସମୟରେ ଅଳ୍ପ ସୋରିଷ ପକାଇ ଅର୍ପଣ କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି।



