ଜୀବନଶୈଳୀ

ପରୀକ୍ଷା ବେଳେ ପିଲାଙ୍କ ଉପରେ ଭୁଲରେ ବି ପକାନ୍ତୁନି ଚାପ, ଏହି ଉପାୟରେ ଛୁଆଙ୍କୁ କରନ୍ତୁ ପ୍ରସ୍ତୁତ…

ପିଲାଙ୍କ ପଢ଼ାକୁ ନେଇ ଆଜିକାଲି ପ୍ରାୟ ସବୁ ଅଭିଭାବକ ଚିନ୍ତାରେ ରହୁଛନ୍ତି। ଛୁଆ କେମିତି ଭଲ ପଢ଼ିବ, କ୍ଲାସ୍‌ରେ ଭଲ ମାର୍କ ରଖିବ ତାହା ଚିନ୍ତା କରି ଛୁଆଙ୍କ ଉପରେ ଅଧିକ ଚାପ ପକାଉଛନ୍ତି ମାତାପିତା। କିନ୍ତୁ ଯେତେ ଚାପ ପକାଇଲେ ମଧ୍ୟ ଯଦି ଛୁଆ ନିଜେ ପଢ଼ା ପ୍ରତି ଇଚ୍ଛା ପ୍ରକାଶ କରୁନାହିଁ, ତେବେ ପାଠ ଆଦୌ ରହିବନାହିଁ। ଏଭଳିସ୍ଥିତିରେ ପିଲା ବୁଝିବା ଭଳି ତାକୁ ପଢ଼ାଇବା ଉଚିତ। ତଥାପି ଯଦି ଛୁଆ ପଢ଼ା ମନେ ରଖିପାରୁନାହିଁ ତେବେ କ୍ଲାସ୍‌ ଟିଚରଙ୍କ ସହ କଥା ହୁଅନ୍ତୁ ଓ ପଢ଼ାର ଉପାୟକୁ ବଦଳାବାକୁ ଅନୁରୋଧ କରନ୍ତୁ। ତେବେ ବର୍ତ୍ତମାନ ପରୀକ୍ଷାର ସମୟ ଉପନୀତ ହୋଇଥିବାରୁ ପିଲାକୁ ଏଥିପାଇଁ ପ୍ରସ୍ତୁତ କରିବାକୁ ନେଇ ମାତାପିତା ଚିନ୍ତାରେ ରହିବା ଏକ ସାଧାରଣ କଥା। ଯଦି ଆପଣ ବି ଛୁଆର ପରୀକ୍ଷାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହି ଟିପ୍ସ କେବଳ ଆପଣଙ୍କ ପାଇଁ …

exam tips

ବିଷୟବସ୍ତୁ ବୁଝାନ୍ତୁ:

ଯଦି ଆପଣଙ୍କ ଛୁଆ ପଢ଼ାକୁ ମନେ ରଖିପାରୁନାହିଁ ତେବେ ତାକୁ ସମ୍ପୂର୍ଣ୍ଣ ବିଷୟବସ୍ତୁ ବୁଝାନ୍ତୁ। ବୁଝିବା ପରେ ତାକୁ ଥରେ ଖାତାରେ ଲେଖିବାକୁ କୁହନ୍ତୁ। ପଢ଼ିବା ଅପେକ୍ଷା ଲେଖିବା ଦ୍ୱାରା ପାଠ ଶୀଘ୍ର ମନେ ରହେ।

କୌଣସି ଗୋଟିଏ ବିଷୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ:

ପିଲାଙ୍କୁ କୌଣସି ଗୋଟିଏ ବିଷୟକୁ ଗୁରୁତ୍ୱ ଦେବାକୁ କୁହନ୍ତୁ ନାହିଁ। ସବୁ ବିଷୟକୁ ସମାନ ଗୁରୁତ୍ୱ ଦେବା ଦ୍ୱାରା ହିଁ ରେଜଲ୍ଟ ଭଲ ଆସିଥାଏ। ଏଣୁ ସବୁ ବିଷୟକୁ ସମାନ ସମୟ ଦେବାକୁ କୁହନ୍ତୁ। ଏହା ଦ୍ୱାରା ହିଁ ମାର୍କ ଭଲ ଆସିବ।

exam

ପରୀକ୍ଷାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ:

ସାଧାରଣତଃ ପିତାମାତା ପିଲାଙ୍କ କୋର୍ସ, ପରୀକ୍ଷା ଓ ଟାଇମ୍‌ ଟେବୁଲ ଭିତରେ ଏତେ ମଜ୍ଜି ଯାଇଥାନ୍ତି ଯେ ସେମାନେ ସବୁକାମ ନିଜେ ହିଁ କରିଦିଅନ୍ତି। ଏଭଳିସ୍ଥିତିରେ ପିଲା ନିଜେ କିଛି କରିବା ସୁଯୋଗ ପାଏ ନାହିଁ ଓ ପରୀକ୍ଷା ବେଳେ କନଫ୍ୟୁଜ୍‌ ହୋଇଯାଏ। ଏଣୁ ପିଲାକୁ ତା’କାମ ତାକୁ ହିଁ କରିବାକୁ ଦିଅନ୍ତୁ।

Homework

ରିପୋର୍ଟ କାର୍ଡ ପିଲାଙ୍କର ଆପଣଙ୍କର ନୁହେଁ:

ଆଜିକାଲିର ମାତାପିତା ପିଲାଙ୍କ ମାର୍କ ଆସିଲେ ନିଜେ ସମସ୍ତଙ୍କ ଆଗରେ କହିବାକୁ ଭଲ ପାଉଛନ୍ତି। ଏଣୁ ଛୁଆଙ୍କ ଉପରେ ଚାପ ପକାଇଥାନ୍ତି। ଆପଣ ବି ଯଦି ଏଭଳି ଚିନ୍ତା କରୁଛନ୍ତି ତେବେ ଏପରି ଆଦୌ କରନ୍ତୁ ନାହିଁ। କାରଣ ପରୀକ୍ଷା ପରେ ପିଲାକୁ ରିପୋର୍ଟ କାର୍ଡ ମିଳେ, ଆପଣଙ୍କୁ ନୁହେଁ। ଏଣୁ ଅଧିକ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ।

exam7

ଗପ ଭଳି ବୁଝାନ୍ତୁ:

ଯଦି କୌଣସି ବିଷୟକୁ ଛୁଆ ବୁଝିପାରୁନାହିଁ ତେବେ ତା’ ଉପରେ ଚାପ ପକାନ୍ତୁ ନାହିଁ। ବୁଝିବା ଭଳି ତାକୁ ବୁଝାନ୍ତୁ। ପାଠକୁ ଗପ ଭଳି ବୁଝାଇବା ଦ୍ୱାରା ମଧ୍ୟ କିଛି ପିଲା ସହଜରେ ମନେ ରଖିପାରନ୍ତି। ଏଣୁ ଆପଣଙ୍କ ଛୁଆ ଯଦି ପାଠ ମନେ ରଖିପାରୁନାହିଁ ତେବେ ଖେଳିବୁଲି ତାକୁ ବୁଝାନ୍ତୁ। ଏହା ଦ୍ୱାରା ସହଜରେ ପାଠ ମନେ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button