ନୀତି

ଗୁଗୁଲ୍‌ ବେବେ କୁଲୱନ୍ତ : ୫୫ ବର୍ଷ ବୟସରେ ବି ମସ୍ତିଷ୍କର ବେଗ କମ୍ପ୍ୟୁଟରଠାରୁ ପ୍ରଖର – Utkal Mail


ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ ବୟ’ ନୁହେଁ, ଆମ ଦେଶରେ ଜଣେ ‘ଗୁଗଲ ବେବେ’ ବି ଅଛନ୍ତି। ପଞ୍ଜାବ, ଫତେହଗଡ଼ ସାହିବର ମନୈଲା ଗାଁରେ ରହୁଥିବା କୁଲୱନ୍ତ କୌର ଭାରତର ‘ଗୁଗଲ ବେବେ’ଭାବେ ପରିଚିତ। ୫୫ ବର୍ଷୀୟା କୁଲୱନ୍ତଙ୍କ ମସ୍ତିଷ୍କର ବେଗ କମ୍ପ୍ୟୁଟରଠାରୁ ମଧ୍ୟ ଅଧିକ। ଯେକୌଣସି ପ୍ରଶ୍ନ ପଚାରିଲେ ସେ ଫଟାଫଟ୍‌ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍‌ ଭଳି ଉତ୍ତର ଦେଇପାରନ୍ତି। ହିନ୍ଦୁ, ମୁସଲିମ୍‌, ଖ୍ରୀଷ୍ଟିଆନ, ବୌଦ୍ଧ, ଇହୁଦୀ ଆଦି ଧର୍ମ ଉପରେ ତାଙ୍କର ଗଭୀର ଜ୍ଞାନ ଅଛି।

ବିଭିନ୍ନ ଧର୍ମଗୁରୁଙ୍କ ଉପଦେଶ ତାଙ୍କର ମୁହଁରେ ରହିଛି। ବିଭିନ୍ନ ଗ୍ରନ୍ଥଲବ୍ଧ ଜ୍ଞାନ ତାଙ୍କୁ ଅଧିକ ବିଦୁଷୀ କରିଛି। ବେଶ୍‌ ସ୍ବଚ୍ଛଳ ପରିବାର ହୋଇଥିଲେ ମଧ୍ୟ ଗୁଗୁଲ ବେବ୍ କୁଲ୍‌ୱନ୍ତଙ୍କ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ୪ର୍ଥ ଶ୍ରେଣୀ। ପାରିବାରିକ ସମସ୍ୟା ଯୋଗୁ ସେ ଅଧିକ ପଢ଼ିପାରି ନଥିଲେ। ତେବେ ତାଙ୍କ ସ୍ମରଣ ଶକ୍ତି ବେଶ୍‌ ପ୍ରଖର। ସେ ଯାହା ଥରେ ଶୁଣନ୍ତି ଏବଂ ଯେଉଁ ବହି ଥରେ ପଢ଼ନ୍ତି ସବୁଦିନ ପାଇଁ ମନେ ରହିଯାଏ। ସେ କହନ୍ତି, ‘‘ପିଲାଦିନେ ଆଗ୍ରାରେ ରହିବା ବେଳେ ବାପାଙ୍କର ଜଣେ ସାଙ୍ଗ ଘରକୁ ଆସି ବାପାଙ୍କ ସହ ବିଭିନ୍ନ ଧର୍ମ ବିଷୟରେ କଥା ହେଉଥିଲେ। ଆମେ ତାଙ୍କ ପାଖରେ ବସି ସେସବୁ ଶୁଣୁଥିଲୁ। ସେସବୁ କଥା ମୋର ଆଜି ବି ମନେ ଅଛି।’’ତା’ ଛଡା ସେ ବିଭିନ୍ନ ବହି ଯେମିତି କି ହିଷ୍ଟ୍ରି ଅଫ୍‌ ପଞ୍ଜାବ, ହିଷ୍ଟ୍ରି ଅଫ୍‌ ଇଣ୍ଡିଆ, ଡିସ୍‌କଭରୀ ଅଫ୍‌ ଇଣ୍ଡିଆ, ଡିସ୍‌କଭରୀ ଅଫ୍‌ ପଞ୍ଜାବ ଆଦି ପଢ଼ିଛନ୍ତି। ବିଭିନ୍ନ ଧର୍ମ ସମ୍ପର୍କରେ ଜାଣିବା ପାଇଁ ୨୨ ବର୍ଷ ବିଭିନ୍ନ ସାହିତ୍ୟ ଓ ଇତିହାସ ସମ୍ବଳିତ ପୁସ୍ତକ ପଢ଼ିଛନ୍ତି। ତାଙ୍କ ଘରେ ମଧ୍ୟ ଏକ ଛୋଟିଆ ଲାଇବ୍ରେରୀ ମଧ୍ୟ ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button