ମନୋରଞ୍ଜନ

‘ହ୍ୟାରି ପୋଟର୍’ର ‘ଡମ୍ବଲଡୋର’ ଆଉ ନାହାନ୍ତି, ହଲିଉଡ୍ ଅଭିନେତା ମାଇକେଲ ଗାମ୍ବୋନଙ୍କ ପରଲୋକ – Utkal Mail


ନୂଆଦିଲ୍ଲୀ: ‘ହ୍ୟାରି ପୋଟର’ ସରିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାମ୍ବୋନ୍‌ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ  ହ୍ୟାରି ପୋଟର ସିରିଜର ୮ଟି ଫିଲ୍ମ ମଧ୍ୟରୁ ୬ଟି‌ରେ ହଗୱାର୍ଡସ୍ ହେଡମାଷ୍ଟର ଆଲବସ୍‌ ଡମ୍ବଲଡୋର ଭୂମିକାରେ ଅଭିନୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ବି‌‌ଶେ‌ଷ କରି ସେ ସାରାପୃଥିବୀର କିଶୋର ଦର୍ଶକଙ୍କ ଭିତରେ ବେଶ୍ ଲୋକପ୍ରିୟ ଥିଲେ।

ଆଠଟି ‘ହ୍ୟାରି ପୋଟର’ ଚଳଚ୍ଚିତ୍ର ମଧ୍ୟରୁ ୬ଟିରେ ହୋଗୱାର୍ଟସ୍‌ ପ୍ରଧାନ ଶିକ୍ଷକ ଆଲବସ୍‌ ଡମ୍ବଲଡୋର ଭୂମିକାରେ ଅଭିନୟ କରି ଅନେକଙ୍କ ନିକଟରେ ପରିଚିତ ଥିଲେ ବିଶିଷ୍ଟ ଅଭିନେତା ମାଇକେଲ ଗାମ୍ବୋନ୍‌।

ଅଭିନେତାଙ୍କ ପରିବାର ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ନିମୋନିଆରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଛି। ‘‘ସାର୍‌ ମାଇକେଲ୍‌ ଗାମ୍ବୋନ୍‌ଙ୍କ ବିୟୋଗ ଘୋଷଣା କରି ଆମେ ଦୁଃଖିତ’’- ଏହି ଧାଡ଼ିକିଆ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅଭିନେତାଙ୍କ ପରଲୋକ ଖବର ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଆନ୍‌ ଏବଂ ପୁଅ ଫର୍ଗସ୍‌ ଉପସ୍ଥିତ ଥିଲେ।

ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିବା ତାଙ୍କ କ୍ୟାରିୟରରେ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଗାମ୍ବୋନ୍‌ ସବୁବେଳେ ତାଙ୍କ କଣ୍ଠସ୍ୱରର ଗମ୍ଭୀରତା ଏବଂ ଆକର୍ଷଣୀୟ ସ୍ୱର ଦ୍ୱାରା ପରିଚିତ ହେଉଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୨ ମସିହା ପର୍ଯ୍ୟନ୍ତ ଅଭିନେତା ରିଚାର୍ଡ ହାରିସ୍‌ ‘ହ୍ୟାରି ପୋଟର’ରେ ଡମ୍ବଲଡୋର୍ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ।  ହାରିସ୍‌ଙ୍କ ବିୟୋଗ ପରେ ଡମ୍ବଲଡୋର ଭାବେ ଗାମ୍ବୋନ୍‌ଙ୍କୁ ନିଆଯାଇଥିଲା। ଏହି ଭୂମିକାରେ ସେ ବିଶ୍ବ ଚଳଚ୍ଚିତ୍ରର ଏକ ଲୋକପ୍ରିୟ ଚେହେରା ପାଲଟି ଯାଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button