ଜୀବନଶୈଳୀ

ଭୁଲ ଜୀବ ସହ ପଙ୍ଗା ନେବା ପଡିଗଲା ମହଙ୍ଗା ! ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ…

ବନ୍ଧୁଗଣ ଆଦିମ ଯୁଗରୁ ଆଜି ପର୍ଯ୍ୟନ୍ତ ସବୁ ବେଳେ ବଡ ଜୀବ ମାନେ ନିଜ ଠାରୁ କମ ଶକ୍ତିଶାଳୀ ଜୀବ ମାନଙ୍କ ସହ ପଙ୍ଗା ନେଇଥାନ୍ତି ଏଣିକି ସେମାନେ ମଣିଷ ହୁଅନ୍ତୁ ବା ପଶୁ । ହେଲେ ବେଳେବେଳେ ସେମାନେ ନେଇଥିବା ପଙ୍ଗା ସେମାନଙ୍କ ଉପରେ ଭାରି ପଡିଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଭୁଲ ଜୀବ ସହ ପଙ୍ଗା ଅନେକଙ୍କ ପାଇଁ ଭାରି ପଡିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ଗୁଡିକ ବିଷୟରେ ।


୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଗୋଟେ ବିଲେଇକୁ ଏକା ଦେଖି ଗୋଟେ କୁକୁର ତା ଉପରେ ଆକ୍ରମଣ କରିଦେଉଛି ଭୟରେ ବିଲେଇଟି ଏକ ଗାଡି ତଳେ ଲୁଚି ଯାଉଛି । ଏହା ପରେ କୁକୁର ନିଜ ଭାଇ ବନ୍ଧୁ ମାନଙ୍କୁ ଡାକି ଦେଉଛି ଆଉ ସବୁ କୁକୁର ଗାଡି ଚାରି ପଟେ ଘେରି ଯାଉଛନ୍ତି । ସେହି ସମୟରେ ବିଲେଇ ଅତି ସାହସିକତାର ସହ ଏକ ଚେୟାର ଉପରେ ଚଢି ଯାଉଛି ଆଉ କୁକୁର ମାନେ ଚାଲି ଯାଉଛନ୍ତି ।


୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଗୋଟେ ବାଘ ଏକ ମାଙ୍କଡକୁ ନିଜର ଶିକାର କରିବା ପାଇଁ ଗଛ ଉପରେ ଚଢି ଯାଇଛି । ବନ୍ଧୁଗଣ ବାଘ ଅବଶ୍ୟ ଭୂମିର ରାଜା ଗଛର ରାଜା ନୁହେଁ । ଗଛରେ ମାଙ୍କଡ ମାନେ ଯେଉଁ ଭଳି ଡେଇଁ ଥାନ୍ତି ସେଭଳି ବାଘ କରିପାରିବ ନାହିଁ । ଏଠି ମଧ୍ୟ ବାଘଟି ଶିକାର କରିବା ସମୟରେ ମାଙ୍କଡ ତା କବଳରୁ ଖସି ଚାଲିଗଲା ଆଉ ବାଘଟି ତଳେ ପଡିଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ଝିଟିପିଟିକୁ ଏକ ସାପ ଖାଇବାକୁ ଚେଷ୍ଟା କରୁଛି । ହେଲେ ସେହି ସମୟରେ ଅନ୍ୟ ଏକ ଝିଟିପିଟି ଆସି ସାପ ଉପରେ ଆକ୍ରମଣ କରୁଛି ଏହା ପରେ ସାପଟି ବିଚଳିତ ହୋଇ ସେହି ଅନ୍ୟ ଝିଟିପିଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ହେଲେ କାନ୍ଥରେ ନିଜର ବାଲାନ୍ସ ହରାଇ ସାପଟି ତଳେ ପଡି ଯାଉଛି ।


୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଏକ ପୋଷା ମାଙ୍କଡ ନିଜ ମାଲିକର କୁକୁଡା ସହ ଲାଗୁଛି । ମାଙ୍କଡଟି ବାରମ୍ବାର ଏକ ଧଳା କୁକୁଡାକୁ ହଇରାଣ କରିବାରେ ଲାଗୁଛି । ହେଲେ ବନ୍ଧୁଗଣ ଏହା ପରେ କୁକୁଡା ଯେଉଁ ଭଳି ଭାବରେ ମାଙ୍କଡକୁ ସବକ ଶିଖାଉଛି ତାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।


୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବ୍ୟକ୍ତି ଏକ ମୟୂରର ଅଣ୍ଡା ଚୋରୀ କରିବା ପାଇଁ ଆସୁଛି । ଚୋରୀ କରିବା ସମୟରେ ପାଖରେ ଥିବା ଅନ୍ୟ ଏକ ମୟୂର ବ୍ୟକ୍ତି ମୁଣ୍ଡ ଉପରେ ଚଢି ଖୁମ୍ପା ମାରୁଛି । ଏହା ପରେ ବ୍ୟକ୍ତି ଜଣକ ତଳେ ପଡ଼ୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button