ଜୀବନଶୈଳୀ

ସେକ୍ସ କିମ୍ବା କିସ୍‌ କରିବା ଦ୍ୱାରା ବି ବ୍ୟାପେ କି କରୋନା ଭାଇରସ୍‌? ଜାଣନ୍ତୁ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

କରୋନା ଭାଇରସ୍‌ ମନୁଷ୍ୟ କେଶ ଠାରୁ ପ୍ରାୟ ୯୦୦ ଗୁଣ ସୂକ୍ଷ୍ମ। ଏଣୁ ଖୁବ୍‌ ସହଜରେ ଏହା ମଣିଷକୁ ନିଜ ଶିକାର ବନାଇପାରୁଛି। ଭାରତରେ କରୋନା ଭାଇରସ୍‌ରେ ପୀଡ଼ିତଙ୍କ ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଛି। ବୁଧବାର ଆଉ ୧୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ସମସ୍ତ ବ୍ୟକ୍ତି ଇଟାଲୀରୁ ଫେରିଥିଲେ। ତେବେ କରୋନା ବ୍ୟାପିବା ସମ୍ପର୍କରେ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆସନ୍ତୁ ଜାଣିବା…
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ରୋଗୀଙ୍କ ଆଖପାଖରେ ଯିବା ଦ୍ୱାରା ଆପଣଙ୍କୁ କରୋନା ହେବ କି ନାହିଁ ତାହା ୪ଟି ଜିନିଷ ଉପରେ ନିର୍ଭର କରିଥାଏ।

corona

ପ୍ରଥମତଃ ଆପଣ ପୀଡ଼ିତ ବ୍ୟକ୍ତିଙ୍କ କେତେ ନିକଟତର ହେଉଛନ୍ତି। ଦ୍ୱିତୀୟତଃ ପୀଡ଼ିତ ବ୍ୟକ୍ତି କାଶିବା ବା ଛିଙ୍କିବା ବେଳେ ଆପଣ ନିକଟରେ ଉପସ୍ଥିତ ଅଛନ୍ତି କି! ତୃତୀୟତଃ ଆପଣ ମୁହଁରେ ହାତ ଲଗାଉଛନ୍ତି କି! ଚତୁର୍ଥରେ ଆପଣ ନିଜେ କେତେ ସୁସ୍ଥ ଓ ଆପଣଙ୍କ ବୟସ କେତେ? କାରଣ ବୟସ୍କ ବ୍ୟକ୍ତିଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ହୋଇଥାଏ। ଫଳରେ ସେମାନଙ୍କୁ ଜଲ୍‌ଦି କରୋନା ହେବା ଆଶଙ୍କା ରହିଛି। ଏଣୁ ପୀଡ଼ିତଙ୍କ ଠାରୁ ସର୍ବନିମ୍ନ ୩ ଫୁଟ ଦୂରତା ବଜାୟ ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।

sex

ଶାରୀରିକ ସମ୍ପର୍କ ଦ୍ୱାରା ବି ବ୍ୟାପେ କି କରୋନା!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନାନୁଯାୟୀ କରୋନା ଭାଇରସ୍‌ ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ଡିସିଜ୍‌ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ପୀଡ଼ିତଙ୍କୁ ଚୁମ୍ବନ କରିବା ଦ୍ୱାରା ନିଶ୍ଚିତ ରୂପେ ଏହି ରୋଗ ବ୍ୟାପିବ। କେବଳ ଏତିକି ନୁହେଁ ପୀଡ଼ିତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମଧ୍ୟ କରୋନା ହେବ ବୋଲି ଡାକ୍ତର ମତ ଦିଅନ୍ତି। ଏଣୁ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button