ଓଡିଶା

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ଆଖି ବୁଜିଲେ ଆଉ ୧୦, ୫ ଦିନରେ ଗଲାଣି ୨୭ ଜୀବନ

ଭୁବନେଶ୍ୱର : ଆକାଶରୁ ଖସୁଛି ମୃତ୍ୟୁ । ରାଜ୍ୟରେ ଦିନକୁ ଦିନ ଘାତକ ହେବାରେ ଲାଗିଛି ବଜ୍ରପାତ। ଗତକାଲି ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି। ଗତ ୫ ଦିନ ମଧ୍ୟରେ ବଜ୍ରପାତରେ୨୭ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଚାଷୀ ଓ ଶ୍ରମିକ ଶ୍ରେଣୀର। ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହେଉଛନ୍ତି।

ଗତକାଲି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୮ଜଣଙ୍କର ଜୀବନ ଯାଇଛି। ଖଇରା ଥାନା ହରିପୁର ଗାଁର ରାକେଶ ତିଆଡି ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ସେହିପରି ନୀଳଗିରି ବରହମପୁର ଥାନା ଅସ୍ତରଖୀ ଗାଁର ଭୀମ ମାଝୀ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡିଥିଲେ। ବାଲେଶ୍ବର ଚାନ୍ଦିପୁର ଥାନା ଶ୍ରୀକୋଣାଠାରେ ଜଣେ ୧୭ବର୍ଷୀୟା ନାବାଳିକାଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ରେମୁଣା ଥାନା ଘୁଙ୍ଗୀଜାଗୁଳୀ ଗାଁର ଲକ୍ଷ୍ମୀଧର ଗିରି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଭଦ୍ରକ ବ୍ଲକ ଭଗାରାମ ଗାଁର ଗୌରୀ ଦାସ, ଚାରିଗାଁର ଗଣେଶ ଜେନା, ଧାମରା ନିକଟ ଶିଶିକାଦେଇପୁର ଗାଁର ସୌମ୍ୟରଞ୍ଜନ ବାରିକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। କାମାକ୍ଷାନଗର ଥାନା କାଦୁଆ ଗାଁର ଭୀମସେନ ପରିଡ଼ା ଏବଂ କେନ୍ଦ୍ରପଡ଼ା ବ୍ଲକ ଆୟେବା ଗାଁର ବଳରାମ ନାୟକ ବିଲରେ ସାର ପକାଉଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେହିପରି ଗଞ୍ଜାମ ବଡ଼ଗଡ଼ ଥାନା ଗୋକୁଳପୁର ଗାଁର ଗାଇ ଜଗୁଆଳ କୈଳାସ ପ୍ରଧାନ ବିଜୁଳି ଆଘାତରେ ପ୍ରାଣ ହରାଇଛନ୍ତି।

ଭୟଙ୍କର ବଜ୍ରପାତରୁ କେମିତି ବଞ୍ଚିବେ, ଜାଣନ୍ତୁ

ଦେହରେ ଥିବା ଧାତବ ପଦାର୍ଥ ଥିଲେ ବାହାର କରିଦିଅନ୍ତୁ
ବଜ୍ରପାତ ବେଳେ ଖୋଲାସ୍ଥାନରୁ ପକ୍କା ଘର ଭିତରକୁ ଚାଲିଆସନ୍ତୁ
କାନ୍ଥ, ଝରକା ଓ କବାଟ ନିକଟରୁ ଛାଡ଼ି ହୋଇ ରହନ୍ତୁ
ବଜ୍ରପାତ ଆଶଙ୍କା ଥିଲେ ପୋଖରୀ କିମ୍ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ
ଗୃହପାଳିତ ପଶୁଙ୍କୁ ବାହାରକୁ ନଛାଡ଼ି ଘର ଭିତରେ ରଖନ୍ତୁ
ବିଦ୍ୟୁତ ଚାଳିତ ଉପକରଣ, ମୋବାଇଲ ଫୋନ ବ୍ୟବହାର କରନ୍ତୁନି
ଲୁହାଖୁଣ୍ଟ, ଲୁହାଛଡ଼ ଧରନ୍ତୁନି, ସାଇକେଲ ଚଳାନ୍ତୁନି
ଯଦି ଗାଡ଼ି ଚଳାଉଥାନ୍ତି , ଏହାକୁ ଆସ୍ତେ ଚଳାନ୍ତୁ
ଗଛ କିମ୍ୱା ବିଦ୍ୟୁତ ତାର ଓ ଖୁଣ୍ଟ ଠାରୁ ଦୂରରେ ରୁହନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button