ବିଚାର

ଅଫିସରେ ଡୋର ସାମ୍ନାରେ ରଖିବା ଉଚିତ ନୁହେଁ ଟେବୁଲ, ଜାଣନ୍ତୁ ଏହାକୁ ନେଇ କଣ ରହିଛି ବାସ୍ତୁ ଟିପ୍ସ ?

ବାସ୍ତୁଶାସ୍ତ୍ରରେ ଘର ସହିତ କାର୍ଯ୍ୟ ସ୍ଥଳ ପାଇଁ ମଧ୍ୟ ଅନେକ ଟିପ୍ସ କୁହାଯାଇଛି। ଏହି ଟିପ୍ସକୁ ଆପଣେଇଲେ ଅଫିସର ନକରାତ୍ମକତା ଦୂର ହୋଇପାରିବ ଏବଂ ସକାରାତ୍ମକତା ବଢ଼ିପାରେ। ଯଦି କାର୍ଯ୍ୟ ସ୍ଥଳରେ ବାସ୍ତୁ ଦୋଷ ରହିଥାଏ ତେବେ କାମରେ ମନ ଲାଗିନଥାଏ ଏବଂ ଚିନ୍ତା ମଧ୍ୟ ଲାଗିରହିଥାଏ। ବାସ୍ତୁଶାସ୍ତ୍ରବିତଙ୍କ ଅନୁଯାୟୀ ଜାଣନ୍ତୁ କାର୍ଯ୍ୟ ସ୍ଥଳରେ ଜଡିତ କିଛି ଖାସ୍‌ ବାସ୍ତୁ ଟିପ୍ସ।

-ଅଫିସରେ ଡୋର ସାମ୍ନାରେ ଟେବୁଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଶକ୍ତିର ପ୍ରବାହ ଅଟକି ଯାଇଥାଏ।

-ଡୋରର ଠିକ୍‌ ସାମ୍ନାରେ କୌଣସି କର୍ମଚାରୀଙ୍କ ବସିବାର ସ୍ଥାନ ହେବା ଉଚିତ ନୁହେଁ। ଡୋର ସାମ୍ନାରେ କୌଣସି ଶୁଭ ଚିହ୍ନ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ।

office-କାଯ୍ୟର୍ସ୍ଥଳରେ ସବୁଜ ରଙ୍ଗର ପ୍ରୟୋଗ କରିବା ଉଚିତ ନୁହେଁ। ଏହି ରଙ୍ଗ ଆଲୋକକୁ କମ୍‌ କରିଥାଏ। ଅଫିସରେ ଧଳା, କ୍ରୀମ କିମ୍ବା ହଳଦିଆ ଭଳି ହାଲୁକା ରଙ୍ଗର ଉପଯୋଗ କରିବା ଉଚିତ।

-ଅଫିସରେ ପାଣିର ବ୍ୟବସ୍ଥା ଐଶାନ୍ୟ କୋଣରେ କରିବା ଆବଶ୍ୟକ। ଐଶାନ୍ୟ କୋଣ ଅର୍ଥାତ୍‌ ଉତ୍ତର-ପୂର୍ବ ଦିଗରେ ପାଣି ରଖିବା ଉ ଚିତ।

-କାଯ୍ୟର୍ସ୍ଥଳରେ କୁବେରଦେବଙ୍କ ମୂର୍ତ୍ତି ରଖିବାକୁ ଚାହୁଁଥିଲେ ତାହାକୁ ଉତ୍ତର ଦିଗରେ ରଖିବା ଆବଶ୍ୟକ। ଏହି ଦିଗରେ କୁବେରଦେବଙ୍କର ବାସ ରହିଥାଏ ବୋଲି ମାନ୍ୟତା ରହିଛି।

-ଅଫିସରେ ବସିବା ସମୟରେ ଆପଣଙ୍କ ପିଠି ଡୋର ଆଡକୁ ହେବା ଉଚିତ ନୁହେଁ।

-କାଯ୍ୟର୍ସ୍ଥଳରେ ଅବ୍ୟବହାରକାରୀ ଜିନିଷ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକା ବଢ଼ିଥାଏ ଏବଂ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button