ଜୀବନଶୈଳୀ

ଲାଇଫ୍‌ ଷ୍ଟାଇଲ୍‌ରେ ପରିବର୍ତ୍ତନ ଯୋଗୁ ହୋଇଥାଏ ମାଇଗ୍ରେନ୍‌, ଜାଣନ୍ତୁ କେମିତି ପାଇବେ ଏଥିରୁ ମୁକ୍ତି

ଯୋଗ, ପ୍ରାଣାୟାମ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ ମାଇଗ୍ରେନ ସମେତ ମସ୍ତିଷ୍କ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଭାରତୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ପ୍ରାକୃତିକ ଆଧାରରେ ଯୋଗ, ଭୋଜନ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ ମୁଣ୍ଡ ବିନ୍ଧା ସମେତ ଅନେକ ସମସ୍ୟାରୁ ମୁକ୍ତି ପାପାରିବେ। ଆଜିକାଲି ମୁଣ୍ଡ ବିନ୍ଧାର ସମସ୍ୟା ସମସ୍ତିଙ୍କ ନିକଯରେ ଦେଖିବାକୁ ମିଳିଥାଏ। କେବଳ ଯୁବା ଏବଂ ବୟସ୍କ ବ୍ୟକ୍ତିମାନେ ନୁହେଁ ବରଂ ଛୋଟପିଲାମାନେ ମଧ୍ୟ ଏଭଳି ଯନ୍ତ୍ରଣାରେ ପୀଡିତ। ବିଶେଷକରି ଯୁବା ଅବସ୍ଥାର ବ୍ୟକ୍ତିମାନଙ୍କ ନିକଟରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ।

ବିଶେଷଜ୍ଞମାନେ ମୁଣ୍ଡ ବିନ୍ଧାକୁ ତିନୋଟି ଭାଗରେ ବିଭାଜିତ କରିଛନ୍ତି। ଏହା ମଧ୍ୟରେ ଅତ୍ୟଧିକ ଚିନ୍ତା କାରଣରୁ ମୁଣ୍ଡ ବିନ୍ଧା, ପିତ ପ୍ରକୃତିରୁ ମାଇଗ୍ରେନ୍ ଏବଂ ବାତ ଓ କଫ ପ୍ରକୃତି କାରଣରୁ ହେଉଥିବା ସାଇନସ୍ ସମସ୍ୟା ମଧ୍ୟ ମୁଣ୍ଡବିନ୍ଧାରେ ସାମିଲ ହୋଇଥାଏ। ଏଭଳି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭୋଜନ, ଯୋଗ, ପ୍ରାଣାୟାମ ଏବଂ ନିୟମିତ ଜିବନଶୈଳୀରେ ପରିବର୍ତ୍ତନ କରିବା ଦ୍ୱାରା ମୁକ୍ତି ପାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button