ଓଡିଶା

୩୭ ଲକ୍ଷ ଟଙ୍କା ଦେଇ ନୂଆ ଗାଡ଼ି କିଣିଲି, ହେଲେ ରାତିସାରା ଗାଡ଼ିକୁ ଜଗି ମଶା ବାଡେଇଲି

ଭୁବନେଶ୍ୱର : ଆଜ୍ଞା ୩୭ ଲକ୍ଷ ଟଙ୍କା ଦେଇ ନୂଆ ଗାଡ଼ି କିଣିଲି, ହେଲେ ଗାଡ଼ିକୁ ଜଗି ରାତିସାରା ମଶା ବାଡେଇଲି । ଗାଡି ମାଲିକଙ୍କ ଏମିତି କିଛି ପ୍ରତିକ୍ରିୟା ଏବେ ରାଜଧାନୀରେ ବେଶ୍ ଚର୍ଚ୍ଚାରେ । କଥାଟା ହେଲା କି ରାଜଧାନୀ ଭୁବନେଶ୍ୱରରେ ଜଣେ ଗ୍ରାହକ ୩୭ ଲକ୍ଷ ଟଙ୍କାର କାର କିଣି ହଟହଟା ହେବା ଘଟଣା ଏବେ ସବୁଠି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ସୁବୋଧ ଚନ୍ଦ୍ର ତ୍ରିପାଠୀ ନାମକ ଏହି ଗ୍ରାହକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସେ ଆଜକୁ ୬ମାସ ତଳେ ନାମୀଦାନୀ କମ୍ପାନୀର ଏହି ଗାଡିଟିକୁ ୩୭ଲକ୍ଷ ଦେଇ କିଣିଥିଲେ । କିନ୍ତୁ ଗତ ଚାରି ଦିନ ତଳେ ଗାଡିଟି ତାଙ୍କର ହଠାତ୍ ଷ୍ଟାର୍ଟ ହୋଇନଥିଲା । ଯାହା ଫଳରେ ସୁବୋଧ ଚନ୍ଦ୍ର ତ୍ରିପାଠୀ କମ୍ପାନୀର ଜିଏମଙ୍କୁ ଫୋନ୍ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ ।

ସେପଟୁ ଫୋନରେ ଉତ୍ତର ଆସିଥିଲା ଜଣେ କାରିଗରଙ୍କୁ ତିଆରି କରିବାକୁ ପଠାଇବେ ବୋଲି । କିନ୍ତୁ ପଠାଇନଥିଲେ । ଓଲଟି ଜଣେ ବ୍ୟକ୍ତି କଲ୍ କରି ମୂଲଚାଲ କରି କିଛି ଟଙ୍କା ଦାବି କରିଥିଲେ । ପର ମୁହୂର୍ତ୍ତରେ ଦାମୀ କାର୍ ଟି ନଚାଲିବାର ଦୁଇ ଦିନ ବିତିଯାଇଥିଲା । ସେମିତି କାରଟିକୁ ସେହି ରୋଡ଼ ଉପରେ ରଖି ମଶା ବାଡେଇ ବାଡେଇ ସମୟ କାଟିଥିଲେ ମାଲିକ ଜଣକ । ଏହାପରେ ନିଜେ ଜଣେ ମେକାନିକ ଡାକି ଷ୍ଟାର୍ଟ କରିଥିଲେ କିନ୍ତୁ ପର ମୁହୂର୍ତ୍ତ ବନ୍ଦ ହୋଇଯାଇଥିଲା । ଏଭଳି ଭାବେ ଏତେ ବଡ଼ କମ୍ପାନୀର ୩୭ଲକ୍ଷ ଟଙ୍କାର କାର୍ କିଣି ଦୁଇ ରାତି ମଶା ବାଡେଇ ବାକୁ ନେଇ ଗ୍ରାହକ ସୁବୋଧ ତ୍ରିପାଠୀ ରାଗିଯାଇ କଞ୍ଜ୍ୟୁମର୍ କୋର୍ଟରେ ଏବଂ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।

ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି କି, ଘଟଣା ପ୍ରଘଟ ହେବା ପରେ ଉକ୍ତ କମ୍ପାନୀ ପକ୍ଷରୁ କଷ୍ଟମର୍ ସର୍ଭିସ୍ ମ୍ୟାନେଜେର ଆସି ଗାଡିକୁ ରିପାୟାରିଂ ପାଇଁ ନେବାକୁ କହିଥିଲେ କିନ୍ତୁ ମାଲିକ ଜଣକ ଏବେ ନିଜ ଜିଦ୍ ରେ ଅଡି ବସିଛନ୍ତି । ୩୭ ଲକ୍ଷ ଟଙ୍କାର ଗାଡି କିଣି ଯଦି ତାଙ୍କୁ ଦୁଇ ରାତି ବାହାରେ ମଶା ବାଡେଇବାକୁ ପଡିଲା ତେବେ ସେଇ ଗାଡି ତାଙ୍କୁ ଆଉ ଦରକାର ନାହିଁ । ରିପାୟାରିଂ ନୁହେଁ ତା ବଦଳରେ ତାଙ୍କୁ କମ୍ପାନୀ ଆଉ ଏକ ନୂଆ ଗାଡି ଦେଉ ବୋଲି ସେ ଦାବି କରିଛନ୍ତି । ତେବେ ଦେଖାଯାଉ ଏହି ଘଟଣାରେ ଆଗକୁ କଣ ସମାଧାନର ବାଟ ବାହାରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button