ସ୍ୱାସ୍ଥ୍ୟ

ପେଟ ଗରମ ହେବାରୁ ଅଛନ୍ତି ଚିନ୍ତିତ ତେବେ ଆପଣ ଏହି ଘରୋଇ ନୁସ୍କା କରିକି ଦେଖନ୍ତୁ

ଆଜି କାଲିକା ଜୀବନ ଶୈଳୀ ପାଇଁ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇ ଚାଲିଛି, ବହୁତ ରୋଗ କେବଳ ଏଥିପାଇଁ ହୋଇଥୀ ଯେ ଆପଣ ନିଜ ଖାଇବା ପିବା ଉପରେ ଧ୍ୟାନ ଦିଅନ୍ତି ନାହିଁ । ପେଟ ଗରମ ହବା ମଧ୍ୟ ଏହି ଅନିମିୟତ ଖାଇବା ପାଇଁ ହୋଇଥାଏ, ବହୁତ ପ୍ରକାର କାରଣ ପାଇଁ ପେଟ ଗରମ ହୋଇଥାଏ ଯେମିତି କି ସମୟ ରେ ଭୋଜନ ନକଲେ, ଜନ୍କ ଫୁଡ, ବାସୀ ଖାଦ୍ୟ, ମସଲା ଖାଦ୍ୟ ଇତ୍ୟାଦି ପେଟ ଖରାପ କାରଣ ଅଟେ ।

ଯଦି ଆପଣଙ୍କ ଛାତିରେ ପୋଡା ଜଳା ହେଉଛି ବା ପାଟି ର୍ତେ ଘା ହେଇ ଯାଉଛି ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ପେଟ ଗରମ ଅଛି ଓ ଏହା ଦ୍ଵାରା ବହୁତ ପ୍ରକାର ସମସ୍ୟା ହବ ।

ତେବେ ଆସନ୍ତୁ ଏମିତି କିଛି ଜିନିଷ ବିଷୟରେ ଜାଣିବା ଯାହା ଦ୍ଵାରା ପେଟ ଥଣ୍ଡା ହୋଇଥାଏ ଓ ଏହା ଆପଣ ସମସ୍ତେ ଜାଣିଥିବେ ଯେ ପେଟ ଭଲ ରହିଲେ ବହୁତ ରୋଗ ଦୂର ହୋଇଥାଏ କିନ୍ତୁ ପେଟ ଦ୍ଵାରା ସବୁ ରୋଗ ଆରମ୍ଭ ହୋଇଥାଏ ।

– ଯେତେବେଳେ ପେଟ ଗରମ ହୋଇ ଯାଏ ସେତେବେଳେ ଛାଛ ପିବା ଉଚିତ ଅଟେ, ଯେତେ ପାରୁଛନ୍ତି ସେତେ ଛାଛ ପିୟାନ୍ତୁ ଏହା ସେବନ ଦ୍ଵାରା ଆପଣଙ୍କ ପେଟ ଖୁବ ଶୀଘ୍ର ପେଟ ଥଣ୍ଡା ହୋଇଥାଏ ।

– ବୁଟ ରାତିରେ ଭେଦେଇ ଦିଅନ୍ତୁ ଓ ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ । ବୁଟ ସେବନ ଦ୍ଵାରା ଆପଣଙ୍କ ପେଟ ଥଣ୍ଡା ହୋଇଥାଏ ଓ ବୁଟ ସେବନ ଦ୍ଵାରା ପେଟ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ ।

– ଯେବେ ବି ଆପଣଙ୍କ ପେଟ ଗରମ ଲାଗିଥାଏ ସେତେବେଳେ ଗୋଟେ କାଚ ବୋତଲ ରେ ଗରମ ପାଣି ରଖି ଏହାକୁ ନିଜ ପେଟ ଉପରେ ରୋଲ କରନ୍ତୁ ଏହା ଆପଣଙ୍କ ପେଟ ସମସ୍ୟା ଦୂର କରିଥାଏ ଏବଂ ପେଟ ଗରମ ସମସ୍ୟା ପାଇଁ ବହୁତ ଲାଭକାରୀ ଅଟେ ।

– ପ୍ରତି ଦିନ ସକାଳେ ଅଳପ ନିମ୍ବ ପତ୍ର ଖାଲି ପେଟରେ ଚୋବାନ୍ତୁ ଓ ନିମ୍ବ କାଠି ରେ ଦାନ୍ତ ଘସନ୍ତୁ ଆପଣ ଜାଣିଛନ୍ତି ଯେ ନିମ୍ବ ଆୟୁର୍ବେଦିକ ଅଟେ ଓ ଏହା ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।

– ଥଣ୍ଡା ପାଣି ରେ ଲେମ୍ବୁ ଓ କଳା ଲୁଣ ମିଶେଇ ଏହାର ସେବନ କରନ୍ତୁ ଏହା ସେବନ ଦ୍ଵାରା ଆପଣଙ୍କ ପେଟ ସବୁ ରୋଗ ନଷ୍ଟ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button