କାହିଁକି ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଇଥାଏ ଦୁବ, ଜାଣନ୍ତୁ ଏହାର ମହତ୍ତ୍ବ

ଭଗବାନ ଗଣେଶଙ୍କ ଆନୁଷ୍ଟାନିକ ପୂଜାରେ ବିଶେଷ ରୂପେ ଗଜାନନଙ୍କୁ ଦୁବ ଲାଗି କରାଯାଇଥାଏ। ଏକ ପବିତ୍ର ଘାସର ମହତ୍ବ ହେଉଛି ଦୁବ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭଗବାନ ଗଣେଶଙ୍କ ପୂଜାରେ କାହିଁକି ଏବଂ କେତେ ଦୁବ ଅର୍ପଣ କରିବା ଉଚିତ।
ଦୁବର ଅର୍ଥ:
ଦୁହୁ ଏବଂ ଅବମ ରୁ ହିଁ ଦୁବ ଶଦ୍ଦ ସୃଷ୍ଟି। ‘ଦୁହୁ’ ଶଦ୍ଦର ଅର୍ଥ ହେଉଛି, ଯାହା ଦୂରରେ ରହିଥାଏ ଏବଂ ‘ଅବମ’ ଶଦ୍ଦର ଅର୍ଥ ହେଉଛି, ଯାହା ପାଖକୁ ଅଣାଯାଇପାରେ। ଏହି ପ୍ରକାର ଯିଏ ଶ୍ରୀ ଗଣେଶଙ୍କୁ ଦୁରରୁ ପବିତ୍ର ସ୍ଥାନକୁ ଆଣିଥାନ୍ତି, ସିଏ ଦୁବ।
ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବାର କାରଣ:
ଜଣେ ଦିବ୍ଯ ଗାୟକ, ଯିଏ ଶ୍ରୀ ଗଣେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ ତାଙ୍କର ଧ୍ଯାନ ଦ୍ବାରା ଭଗବାନଙ୍କୁ ସମସ୍ଯାରେ ପକାଇଥିଲେ। ଏହିକାରଣରୁ ଶ୍ରୀ ଗଣେଶ ତାଙ୍କ ସହ ବିବାହ ପ୍ରସ୍ତାବକୁ ଅସ୍ବିକାର କରିଥିଲେ। ଶେଷରେ ଗାୟକ ଜଣକ ଭଗବାନଙ୍କୁ ଅଭିଶାପ ଦେଇ କହିଥିଲେ ଆପଣ ସର୍ବଦା ନିଜ ମସ୍ତକରେ ଜ୍ବଳନ ହେବାର ଅନୁଭବ କରିବେ। କିନ୍ତୁ ଭଗବାନ ଭଗବାନ ଗଣେଶ ଖୁବ୍ ଚାଲାକ ହୋଇଥିବାରୁ ସେ ମସ୍ତକର ଜ୍ବଳନ କମ କରିବା ପାଇଁ ମୁଣ୍ଡ ଉପରେ ଦୁବ ରଖିଦେଇଥିଲେ। ଏହି କାରଣରୁ ସେହି ଦିନ ଠାରୁ ଭଗବାନଙ୍କୁ ଦୁବ ଅର୍ପଣ କରାଯାଇଥାଏ।
ଦୁବ କିପରି ହେବା ଆବଶ୍ଯକ:
ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଉଥିବା ଦୁବକୁ ପ୍ରଥମେ ତର୍ପଣ କରିବା ଉଚିତ। ଏହା ବ୍ଯତୀତ ଭଗବାନଙ୍କୁ ୩, ୫ କିମ୍ବା ୭ଟି ଦୁବ ଅର୍ପଣ କରନ୍ତୁ।
ଦୁବ ଅର୍ପଣ କରିବାର ବିଧି:
ଭଗବାନଙ୍କ ମୁହଁ ବ୍ଯତୀତ ସମ୍ପୂର୍ଣ୍ଣ ଶରୀରରକୁ ଦୁବ ଦ୍ବାରା ସଜ୍ଜିତ କରାଯାଇପାରିବ। ଦିନରେ ତିନି ଥର ହିଁ ଏହାକୁ ପରିବର୍ତ୍ତନ କରାଯାଇଥାଏ। ଏହି କାରଣରୁ ଅନୁଷ୍ଟାନମାନଙ୍କରେ ତିନି ଥର ପୂଜା କରାଯାଇଥାଏ। ଦୈବୀୟ ସିଦ୍ଧାନ୍ତ ଅନୁଯାୟୀ ଦୁବ ମାଟିରେ ରହିଥାଏ, ଯେଉଁଥିରେ ଗଣେଶ ମୂର୍ତ୍ତି ପ୍ରସ୍ତୁତ ହୋଇଥାଏ। ଭଗବାନଙ୍କୁ ଦୁବ ଅର୍ପଣ କରିବା ଦ୍ବାରା ଉପାସକମାନଙ୍କୁ ମହତ୍ୱପୂର୍ଣ୍ଣ ଶକ୍ତି ପ୍ରାପ୍ତ ହୋଇଥାଏ। ଏହା ବ୍ଯତୀତ ଭଗବାନଙ୍କୁ ୨୧ଟି ଦୁବ ଅର୍ପଣ କରିବା ଦ୍ବାରା ଭକ୍ତର ମନସ୍କାମନା ପୂରଣ ହୋଇଥାଏ।



