ବିଚାର

୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ କଦଳୀ ପତ୍ର ସହ ସିଝାନ୍ତୁ ଡାଲି, ଆପଣ ରହିବେ ସୁସ୍ଥ ଓ ନିରୋଗ

ଆମ ଶରୀର ପାଇଁ କଦଳୀ ପତ୍ର କେତେ ଉପକାରୀ ଜାଣିଛନ୍ତି କି? ଯଦି ନା, ତା’ ହେଲେ ଜାଣି ରଖନ୍ତୁ ଏହା ଆମକୁ ସୁସ୍ଥ ତଥା ନିରୋଗ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆମେ ଏଠାରେ ଏକ ଉଦାହରଣ ଦେଉଛୁ, ଯାହାକି ଆପଣଙ୍କ ପାଇଁ ବିଶେଷ ଉପାଦେୟ ହେବ।ପ୍ରେସର କୁକର୍ କିମ୍ବା କୌଣସି ଏକ ପାତ୍ରରେ ଡାଲି ସିଝାଇବା ବେଳେ ସେଥିରେ କଦଳୀ ପତ୍ର ରଖନ୍ତୁ। ୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ ଯେତେବେଳେ ଡାଲି ସିଝିବାକୁ ଲାଗିବ, ସେତେବେଳେ କଦଳୀ ପତ୍ରରୁ ଏକ ବିଶେଷ ରସାୟନିକ ପଦାର୍ଥ ବାହାରିବ, ଯାହା ଆପଣଙ୍କୁ ନିରୋଗ ରଖିବାରେ ସାହାଯ୍ୟ କରିବ। ଏଥିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନି, କାହିଁକି ନା ବୈଜ୍ଞାନିକଙ୍କ ଦ୍ବାରା ପରୀକ୍ଷଣ ପରେ ବାହାରିଥିବା ନିଷ୍କର୍ସରୁ ଏହା ପ୍ରମାଣିତ ହୋଇଛି।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ତଥା ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଓମପ୍ରକାଶ ପାଣ୍ଡେ ନିଜର ଏକ ପରୀକ୍ଷଣରେ କଦଳୀ ପତ୍ରର ସ୍ବାସ୍ଥ୍ୟବର୍ଦ୍ଧକ ଗୁଣବତ୍ତାକୁ ପ୍ରମାଣିତ କରିଛନ୍ତି। ଝାଡ଼ଖଣ୍ଡ ଧନବାଦରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ଅବସରରେ ପ୍ରଫେସର ପାଣ୍ଡେ କହିଥିଲେ ଯେ ଆଜିକାଲି ଫସଲରେ ରାସାୟନିକ ଉର୍ବରକ ଏବଂ କୀଟନାଶକ ଅଧିକ ପରିମାଣରେ ବ୍ୟବହାର ହେଉଛି। ଏଥିରୁ ଉତ୍ପନ୍ନ ଶସ୍ୟରେ ଅନେକ ବିଷାକ୍ତ ତତ୍ତ୍ବ ରହିଥାଏ, ଯାହା ଖାଦ୍ୟରେ ମିଶି ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହାର କୁପ୍ରଭାବରୁ ବର୍ତ୍ତିବା ପାଇଁ କଳଦୀ ପତ୍ର ବହୁତ ଉପକାରୀ।

dal dal

କଦଳୀ ପତ୍ରରେ ଥିବା ପଲି ଫେନୋଲ୍ ନାମକ କାର୍ବନ ରସାୟନରେ ଆଣ୍ଟି ଅକ୍ସିଡେଣ୍ଟର ଗୁଣ ରହିଛି। କଦଳୀ ପତ୍ର ସହିତ ପ୍ରସ୍ତୁତ ଡାଲିରେ ଏହି ରସାୟନ ପଶିଯାଇଥାଏ। ଯଦି ସେହି ଡାଲି କିମ୍ବା ପନିପରିବାକୁ ଖିଆଯାଏ, ତା’ହେଲେ ଏକ ସପ୍ତାହ ପର‌୍ୟ୍ୟନ୍ତ ଏହାର ପ୍ରଭାବ ରହିଥାଏ।
ଏହି ଡାଲି ଖାଇଲେ, ଶରୀରରେ ଥିବା ବିଷାକ୍ତ ତତ୍ତ୍ବ ନଷ୍ଟ ହୋଇଯାଏ ଏବଂ କ୍ଷତିକାରକ ଜୀବାଣୁ ମଧ୍ୟ ପ୍ରଭାବଶୂନ୍ୟ ହୋଇଯାଆନ୍ତି। ଅଧିକ ବୟସ ଦେଖା ନ ଯିବାରେ ଆଣ୍ଟି ଅକ୍ସିଡେଣ୍ଟ ସାହାଯ୍ୟ କରିଥାଏ। କଦଳୀ ପତ୍ରରେ ଉତସ୍ବେଦନ ପ୍ରକ୍ରିୟା ଦ୍ବାରା ଏହା ଡାଲିରେ ମିଶି ଏହାକୁ ଆହୁରି ସ୍ବାଦିଷ୍ଟ କରାଇଥାଏ।

ନିଶ୍ଚିନ୍ତ ହୁଅନ୍ତି କି କଦଳୀ ପତ୍ରରେ ତିଆରି ଡାଲି ସମ୍ପୂର୍ଣ୍ଣ ଭାବେ ଆମ ଶରୀରକୁ ନିରୋଗ ରଖିବ। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ସପ୍ତାହରେ ଥରେ କଦଳୀ ପତ୍ର ଡାଲି ଖାଇବା ଦ୍ବାରା ପୂରା ସପ୍ତାହ ଆପଣଙ୍କୁ ସୁରକ୍ଷା କବଚ ମିଳିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button