ବିଚାର

ଯଦି ସ୍ତ୍ରୀ ଓ ପୁରୁଷଙ୍କ ପାପୁଲିରେ ଥାଏ ଏହି ୧୦ଟି ଚିହ୍ନ, ହେଇଥାଏ ବହୁତ ଶୁଭ

ହସ୍ତରେଖା ଜ୍ୟୋତିଷରେ ପାପୁଲିରେ ଥିବା ରେଖା ଏବଂ ଆକୃତିର ଅଧ୍ୟୟନ ଦ୍ଵାରା ବ୍ୟକ୍ତିର ଭବିଷ୍ୟତ ବିଷୟରେ ଶୁଭ ଏବଂ ଅଶୁଭ ବିଷୟରେ ଜଣା ପଡିଥାଏ । ଶାସ୍ତ୍ର ଅନୁସାରେ ଜୀବନରେ ହସ୍ତରେଖା ବହୁତ ପ୍ରକାରର ସଂକେତ ଦେଇଥାଏ । ଏଥିରେ ମହିଳା ଏବଂ ପୁରୁଷ ଙ୍କର ରେଖା ସମାନ ଓ ବିପରୀତ ହୋଇ ପାରେ କିନ୍ତୁ ବିଚାର ଧାରାର ମାମଲାରେ ସମାନ ହୋଇ ନଥାଏ । ଏଥିପାଇଁ ମହିଳା ଏବଂ ପୁରୁଷ ମାନଙ୍କର ହାତର ରେଖା ଅଲଗା ଅଲଗା ହୋଇଥାଏ । ଆସନ୍ତୁ ଜାଣିବା ମହିଳା ଏବଂ ପୁରୁଷ ମାନଙ୍କ ପାପୁଲିରେ ଥିବା ଶୁଭ ଏବଂ ଅଶୁଭ ଚିହ୍ନ ।

ଗୋଲାପି ଏବଂ ନରମ ହାତ

ଜ୍ୟୋତିଷଙ୍କ ଅନୁସାରେ ଯେଉଁ ମହିଳାଙ୍କ ପାପୁଲିର ରଙ୍ଗ ହାଲ୍କା ଗୋଲାପି ରଙ୍ଗର ଏବଂ ନରମ ହୋଇଥାଏ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ଯାଇଥାନ୍ତି ସେଠାରେ ପଇସା ଏବଂ ସୁଖ ସମୃଦ୍ଧିର ଅଭାବ ନଥାଏ । ଏମାନେ ବାପା ଘର ଠାରୁ ଶାଶୁଘର ପର୍ଯ୍ୟନ୍ତ ସବୁଠାରେ ରାଜ କରିଥାନ୍ତି । ଏମାନଙ୍କର ଭାଗ୍ୟରେଖାରେ ରାଜଯୋଗ ଲେଖା ହୋଇଥାଏ ।

ପାପୁଲିରେ ପଦ୍ମ ଚିହ୍ନ

ଯଦି କୌଣସି ଝିଅ ମାନଙ୍କ ହାତରେ ପଦ୍ମ ବା ମାଛ ପରି ଚିହ୍ନ ଥାଏ ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରର ମାନ ସମ୍ମାନ ସମାଜରେ ବହୁତ ବଢିଯାଇ ଥାଏ । ଏହି ମହିଳା ମାନଙ୍କର ଜୀବନ ବିବାହ ପରେ ବହୁତ ଭଲରେ କଟିଥାଏ । ଯେଉଁ ମହିଳାଙ୍କ ହାତରେ ରଥ ଏବଂ ଧ୍ଵଜା ଚିହ୍ନ ଥାଏ ସେମାନଙ୍କର ଜୀବନସାଥୀ ବଡ ଅଧିକାରୀ ହୋଇଥାନ୍ତି । ସେମାନଙ୍କ କୁଣ୍ଡଳୀରେ ରାଜଯୋଗ ଥାଏ ।

ପାପୁଲିରେ କଳାଜାଇ

ଯେଉଁ ମହିଳାଙ୍କ ହାତରେ ଏକା ସହିତ ଦୁଇଟି କଳାଜାଇ ଥାଏ ସେମାନେ ବହୁତ ଧନୀ ଏବଂ ପ୍ରତିଷ୍ଠିତ ମହିଳା ହୋଇଥାନ୍ତି । ସମାଜ ପାଇଁ ଏମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଯେଉଁ ମହିଳାଙ୍କ ହାତରେ ଶଙ୍ଖ, ଚକ୍ର ଆଦି ଚିହ୍ନ ଥାଏ ସେହି ମହିଳା ମାନେ ସବୁବେଳେ ସମାଜରେ ଉଚ୍ଚ ସ୍ଥାନରେ ରହିଥାନ୍ତି ।

ପୁରୁଷ ମାନଙ୍କ ପାପୁଲିର ଶୁଭ ଚିହ୍ନ

ଯେଉଁ ପୁରୁଷ ମାନଙ୍କର ପାପୁଲିରେ ଭାଗ୍ୟରେଖା ଚନ୍ଦ୍ରପର୍ବତ ଠାରୁ ବାହାରି ଶନି ପର୍ବତ ପାଖରେ ପହଞ୍ଚିଥାଏ ସେମାନଙ୍କୁ ବିବାହ ପରେ ହଠାତ ଧନ ଲାଭ ହୋଇଥାଏ ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ଭଲ ହୋଇଯାଇ ଥାଏ । ଯେଉଁ ପୁରୁଷ ହାତରେ ଶନି ପର୍ବତରେ ତ୍ରିଭୁଜ ଚିହ୍ନ ଥାଏ ସେମାନଙ୍କୁ ତାଙ୍କ ଜୀବନରେ ହଠାତ ଧନ ଲାଭ ହୋଇଥାଏ । ଏପରି ହସ୍ତରେଖା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଓ ଗୁଣବାନ ବ୍ୟକ୍ତିତ୍ୱର ପ୍ରତୀକ ହୋଇଥାନ୍ତି ।

ଯେଉଁ ମାନଙ୍କ ପାପୁଲିରେ ହୃଦୟ ରେଖା, ଭାଗ୍ୟରେଖା ଏବଂ ସୂର୍ଯ୍ୟରେଖା ଏକାଠି ହୋଇ ତ୍ରିଭୁଜ ଚିହ୍ନ କରିଥାନ୍ତି ସେମାନଙ୍କୁ ବି ହଠାତ ଧନ ଲାଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ହାତରେ ଜୀବନରେଖା ରୁ ବାହାରି କିଛି ରେଖା ଗୁରୁ ପର୍ବତ ପର୍ଯ୍ୟନ୍ତ ଆସିଥାନ୍ତି ସେମାନଙ୍କୁ ବି ବଡ ଧନ ଲାଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button