ବିଚାର

Home remedy: 3 ଦିନ ଲଗାତର ସକାଳୁ ଖାଲି ପେଟରେ ଖାଆନ୍ତୁ ବେଲ ପତ୍ର, ମିଳିବ ଏମିତି ଚମତ୍କାରୀ ଫାଇଦା ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ଆମ ଦେଶରେ ପ୍ରାଚୀନ କାଳରୁ ବେଲ ପତ୍ରକୁ ବିଭିନ୍ନ ପ୍ରକାର ରୋଗର ଔଷଧୀ ରୂପେ ବ୍ୟବହାର କରାଯାଉଛି । ପ୍ରତି ସୋମବାର ଏହାକୁ ଭଗବାନ ଶିବଙ୍କ ମନ୍ଦିରରେ ମଧ୍ୟ ଚଢାଯାଏ । ବେଲ ଗଛର ପତ୍ର ଖୁବ ସାତ୍ତ୍ଵିକ ହୋଇଥାଏ ।

ଏହି ପତ୍ର ଅନେକ ପ୍ରକାର ରୋଗକୁ ଜଡରୁ ଶେଷ କରିଥାଏ । ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ବାଗଭଟ୍ଟ ଋଷି ଆଜି ଠାରୁ ହଜାର ବର୍ଷ ପୂର୍ବେ ବେଲ ପତ୍ରର ଫାଇଦା ସବୁ ଉଲ୍ଲେଖ କରିଛନ୍ତି । ବେଲ ପତ୍ରକୁ ଅନେକ ରୋଗର ଉପଚାର ଭାବେ ବ୍ୟବହାର କରାଯାଏ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନ ଥାଏ । ଆଜି ଆମେ ଆପଣଙ୍କୁ ବେଲ ପତ୍ରକୁ କେଉଁ ରୋଗ ପାଇଁ କିପରି ବ୍ୟବହାର କରିବେ ତାହା ଆପଣଙ୍କୁ ଜଣେଇବୁ ।

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଘରେ କାହାକୁ ବାରମ୍ବାର ଥଣ୍ଡା ଜ୍ଵର ହେଉଛି ତେବେ ତିନିରୁ ଚାରୋଟି ବେଲ ପତ୍ରକୁ ଭଲ ଭାବେ ଧୋଇ ତାକୁ କୁଟି ନିଅନ୍ତୁ । ଏହାପରେ ଏକ ପ୍ୟାନରେ ଏକ ଗ୍ଳାସ ପାଣି ଦେଇ ଏହି ବେଲ ପତ୍ରକୁ ସେଥିରେ ପକେଇ ପାଣି ଫୁଟି ଫୁଟି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଜ୍ଵର ଥଣ୍ଡା ସମୟରେ ଏହା ସେବନ କଲେ ବହୁତ ଶୀଘ୍ର ଆରମ ମିଳିଥାଏ । ଯଦି କାହାକୁ ମହୁମାଛି ଡଙ୍କ ମାରିଛି ତେବେ ସେହି ସ୍ଥାନରେ ବେଲ ପତ୍ରର ରସ ଲଗାଇଲେ ତୁରନ୍ତ ଆରମ ମିଳିଥାଏ ।

ସପ୍ତାହରେ କେବଳ ତିନି ଥର ଯଦି ବେଲ ପତ୍ରରୁ ତିଆରି କାଡା ବା ଚାହା ସେବନ କଲେ ଏହା ହୃଦରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଶ୍ଵାସରୋଗୀଙ୍କ ପାଇଁ ମଧ୍ୟ ଏହି ବେଲ ପତ୍ରର ରସ ଅମୃତ ସମାନ ଅଟେ । ଦୁଇରୁ ଚାରୋଟି ବେଲ ପତ୍ରରେ ସାମାନ୍ଯ ପାଣି ମିଶାଇ ଏହାକୁ କୁଟି ଏକ କପଡା ସାହାଯ୍ୟରେ ଛାଣି ଆପଣ ଏଥିରୁ ରସ ବାହାର କରି ସେବନ କରି ପାରିବେ । ଅନେକ ସମୟରେ ଚେହେରାରେ ଗରମ ଯୋଗୁଁ ଦାନା ଦାନା ପରି ବାହାରି ଯାଏ ।

ଏଥିପାଇଁ ଗୋଟିଏ ରୁ ଦୁଇଟି ବେଲ ପତ୍ରକୁ ଚୋବାଇ ଚୋବାଇ ଖାଇଲେ ଏହା ଆପଣଙ୍କ ଶରୀରକୁ ଥଣ୍ଡା ରଖିବା ସହ ମୁହଁ ରେ ମଧ୍ୟ ଆଉ ସେହିପରି ଉଠିବ ନାହିଁ । ସେହିପରି ଅର୍ଶ ରୋଗରେ ଯନ୍ତ୍ରଣା ପାଉଥିଲେ ବେଲ ଗଛର ଚେରକୁ କୁଟି ସେଥିରେ ସମାନ ମତରେ ମିଶ୍ରି ମିଶାଇ ଦିନକୁ ଦୁଇ ଥର ସେବନ କଲେ ଅର୍ଶରୋଗରୁ ମୁକ୍ତି ମିଳିଥାଏ । ଯଦି ଯନ୍ତ୍ରଣା ଅତ୍ୟଧିକ ହେଉଛି ତେବେ ଆପଣ ଏହାକୁ ତିନି ଥର ମଧ୍ୟ ସେବନ କରିପାରିବେ । ନଚେତ ଆପଣ କଞ୍ଚା ବେଲ ସହ ପାନମଧୁରୀ ଓ ସୁଣ୍ଠି ମିଶାଇ କାଡା ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ ।

ଏହି ଉପାୟକୁ ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କଲେ ସୁଫଳ ପାଇବେ । ସେହିପରି ବେଲପତ୍ରକୁ ବାଟି ଏହାକୁ କେଶରେ ଲଗାଇଲେ ଆପଣଙ୍କ କେଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ । କିନ୍ତୁ ସବୁଠୁ ମୁଖ୍ୟ ବିଷୟ ହେଉଛି ଆପଣ ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ । ଖାଦ୍ଯପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ନିଜ ଫ୍ରେଣ୍ଡ୍ସଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button