ଓଡିଶା

ଗୋପାଳପୁର କଲେଜର ଯୁବ ରେଡ଼କ୍ରସ ଅଧିକାରୀ ରାଜ୍ୟ ପୁରସ୍କାର ପାଇଁ ମନୋନୀତ

ଗୋପାଳପୁର: ଗୋପାଳପୁର କଲେଜର ଯୁବ ରେଡ଼କ୍ରସ ଅଧିକାରୀ ଡ. ରାମଚନ୍ଦ୍ର ଜେନା ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ୨୦୨୩-୨୪ ନିମନ୍ତେ ରାଜ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଡ. ଜେନା ଦୀର୍ଘ ବର୍ଷ ଧରି ଯୁବ ରେଡକ୍ରସର ନୀତିନିୟମ ପାଳନ କରିବା ସଙ୍ଗେସଙ୍ଗେ ରକ୍ତଦାନ ଶିବିର, ବନ ମହୋତ୍ସବ, ସଡ଼କ ସୁରକ୍ଷା ସଚେତନତା, ସ୍ୱାସ୍ଥ୍ୟ ଶିବିର, ବିଶ୍ବ ଏଡ୍‌ସ ଦିବସ, ଫାଇଲେରିଆ ସଚେତନତା, ପରିମଳ, ସ୍ୱଚ୍ଛଭାରତ ଅଭିଯାନ, ଗୋପାଳପୁର ବେଳାଭୂମି ସଫେଇ, ସ୍ଵାଧୀନତାର ଅମୃତ ମହୋତ୍ସବ ଆଦି ବିଷୟରେ ସଚେତନତା ଶୋଭାଯାତ୍ରା ଆୟୋଜନ କରି ଉଚ୍ଚ ପ୍ରଶଂସା ଲାଭ କରିପାରିଛନ୍ତି।

କଲେଜ ଅଧ୍ୟକ୍ଷ ଡ. ରାମ ପ୍ରସାଦ ପଣ୍ଡା, କଲେଜ ପରିଚାଳନା କମିଟିର ସଭାପତି ସି. ଏଚ. ଡିଲେଶ୍ବର ରେଡି ପ୍ରମୁଖ ଉପସ୍ଥିତ ରହି କଲେଜ ସଭା ଗୃହରେ ଡ. ଜେନା କଲେଜ ପାଇଁ ଗର୍ବ ଓ ଗୌରବ ଆଣିଥିବା ହେତୁ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button