ଜୀବନଶୈଳୀ

ଜାଣନ୍ତିକି ନିୟମିତ ପ୍ୟାକେଟ କ୍ଷୀର ପିଇଲେ ମହିଳାଙ୍କ ଠାରେ ବଢିଥାଏ ସ୍ତନ କର୍କଟ ହେବାର ଆଶଙ୍କା

ଶରୀରର କୌଣସି ଅଙ୍ଗରେ ଅନିୟନ୍ତ୍ରିତ ଭାବେ କୋଷିକା ବୃଦ୍ଧିକୁ କ୍ୟାନ୍ସର ରୋଗର ପ୍ରମୁଖ ଲକ୍ଷଣ ଭାବେ ଧରାଯାଏ । ସାଧାରଣରେ ଶରୀରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୋଷିକା ଗୁଡିକ ବାଣ୍ଟି ହୋଇଯାଉଥିବା ବେଳେ ଲଗାତାର ରୂପେ ବଢିଲେ କ୍ୟାନ୍ସର ରୂପ ଧାରଣ କରିଥାଏ । ଏହି କୋଷିକା ଗୁଡିକ ଧୀରେ ଧୀରେ ଶରୀର ଭିତରେ ଏକ ଗଣ୍ଠି ସୃଷ୍ଟି କରିଥାନ୍ତି । ଠିକ ଏହି ଲକ୍ଷଣ ବି ସ୍ତନ କର୍କଟ ରୋଗୀଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ମାତୃତ୍ଵ ଲାଭ ନକରିବା, ଅଧିକ ବୟସରେ ପ୍ରଥମ ସନ୍ତାନ ହେବା, ଶିଶୁକୁ ସ୍ତନ୍ୟପାନ ନକରାଇବା, ଅନିୟନ୍ତ୍ରିତ ଭାବେ ଓଜନ ବଢ଼ିବା, ଅନିୟମିତ ଜୀବନ ଶୈଳୀ, ନିୟମିତ ମଦ୍ୟପାନ ସ୍ତନ କର୍କଟ ହେବାର ଏକ ଏକ ପ୍ରମୁଖ କାରଣ ।

milk

ଅନେକ ସମୟରେ ଏହି ରୋଗ ଆନୁବଂଶିକ ବି ହୋଇପାରେ । କିନ୍ତୁ କିଛି ଦିନ ତଳେ ସ୍ତନ କର୍କଟକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆମେରିକା ସ୍ଥିତ ଲୋମା ଲିନଡା ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣା ଯାଇଥିଲାକି ଡାଏରୀ କ୍ଷୀର ବା ପ୍ୟାକେଟରେ ଆସୁଥିବା କ୍ଷୀର ମହିଳାଙ୍କ ସ୍ତନ କର୍କଟ ହେବାର ଆଶଙ୍କା ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଥାଏ । ଵିଶେଷଜ୍ଞଙ୍କ ଅନୁଯାୟୀ, ନିୟମିତ କମ ପରିମାଣରେ ବି ପ୍ୟାକେଟ କ୍ଷୀର ସେବନ କଲେ ଏହି ଆଶଙ୍କା ଦେଖାଦେଇପାରେ । ଗବେଷଣା ସହ ଜଡିତ ଗେରୀ ଇ. ଫ୍ରେଜରଙ୍କ ଅନୁଯାୟୀ ପ୍ରତିଦିନ ଗୋଟେ କପର ଏକ ଚତୁର୍ଥାଂଶ ପରିମାଣର ପ୍ୟାକେଟ କ୍ଷୀର ପିଇଲେ ବି ମହିଳାଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ ।”

milk

”ଇନ୍ଟରନ୍ୟାଶନାଲ ଜର୍ଣ୍ଣାଲ ଅଫ ଏପିଡେମିୟୋଲୋଜି” ପତ୍ରିକାରେ ହିଁ ପ୍ରଥମେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଉତ୍ତର ଆମେରିକାର ୫୩,୦୦୦ ମହିଳାଙ୍କୁ ନେଇ ଦୀର୍ଘ ୮ ବର୍ଷ କାଳ ଏହି ଗବେଷଣା ଟି କରାଯାଇଥିଲା । ସେମାନଙ୍କ ଖାଦ୍ୟ ପାନୀୟ, ଜୀବନ ଶୈଳୀ ଆଦିର ନିୟମିତ ଭାବେ ମୂଲ୍ୟାୟନ କରାଯାଇଥିଲା । ଏହା ସହ ସେମାନଙ୍କ ବିଭିନ୍ନ ଅଭ୍ୟାସ ଗୁଡିକ ଉପରେ ବି ବିଶେଷ ଧ୍ୟାନ ଦିଆଯାଇଥିଲା । ବିଶେଷଣଜ୍ଞ ମାନେ ଖୋଜି ପାଇଥିଲେଯେ ଯେଉଁ ମହିଳା ମାନେ ଦିନକୁ ଗୋଟେ କପ କ୍ଷୀର ପିଉଥିଲେ ସେମାନଙ୍କ ଠାରେ କ୍ୟାନ୍ସର ହେବାର ଆଶଙ୍କା ୫୦ ପ୍ରତିଶତ ବଢିଥିବା ବେଳେ ଦିନକୁ ଦୁଇରୁ ତିନି କପ କ୍ଷୀର ପିଉଥିବା ମହିଳାଙ୍କ ଠାରେ ଏହି ଆଶଙ୍କା ୭୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button