ବିଚାର

ବାସ୍ତୁ: ଘରର ଏହି ଦିଗରେ ସର୍ବଦା ଜଳାନ୍ତୁ ଅଗରବତି, ସୁସ୍ଥ ରହିବେ ପରିବାର ସଦସ୍ୟ

ବାସ୍ତୁଶାସ୍ତ୍ର ହିସାବରେ ଘରେ କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଖରାପ ବସ୍ତୁ ରଖିବା ଉଚିତ ନୁହେଁ। କାରଣ, ଏହାକୁ ଅଶୁଭ ବୋଲି ଗଣାଯାଏ। ଘରର ଖରାପ ବସ୍ତୁ ଆପଣଙ୍କଠାରୁ ଆପଣଙ୍କ ଖୁସି ଛଡ଼ାଇ ନେଇଥାଏ। ଏଥିପାଇଁ ଯଦି ଆପଣ ଚାହାଁନ୍ତି କି, ଆପଣଙ୍କ ଖୁସିକୁ କାହାର ନଜର ନ ଲାଗୁ, ତା’ହେଲେ ସବୁବେଳେ ବାସ୍ତୁ ସହ ଜଡ଼ିତ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ।

ବିଶେଷ କରି ଘରର ୪ ଦିଗ ଏବଂ ୪ କୋଣକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ। କାରଣ, ଏହାସହିତ କିଛି ବାସ୍ତୁ ଜଡ଼ିତ ଥାଏ। ତେଣୁ ଏହି ଦିଗ ବା କୋଣକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଏହାଦ୍ୱାରା ଘର ସୁଖ, ସମୃଦ୍ଧିରେ ପୂରି ଉଠିଥାଏ।

dds

୧. ବାସ୍ତୁଶାସ୍ତ୍ରରେ କୁହାଯାଇଛି କି, ଘରର ଦକ୍ଷିଣ-ପଶ୍ଚିମ ଦିଗ ପୃଥିବୀ ସହ ସମ୍ବନ୍ଧିତ ହୋଇଥାଏ। ଏହି ଦିଗ ଦୂଷିତ ହେଲେ ଆପଣଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିପାରେ।

୨. ବାସ୍ତୁରେ ଘରର ଉତ୍ତର-ପୂର୍ବ ଦିଗକୁ ଜଳ ସହିତ ସମ୍ବନ୍ଧିତ କୁହାଯାଏ। ଏଥିପାଇଁ ଏହି ଦିଗକୁ ସବୁବେଳେ ସଫା ସୁତରା ଏବଂ ପବିତ୍ର ରଖିବା ଉଚିତ।

j

୩. ଘରର ଦକ୍ଷିଣ-ପୂର୍ବ ଦିଗ ଅଗ୍ନି ସହ ସମ୍ବନ୍ଧ ରଖିଥାଏ। ତେଣୁ ଏହି ଦିଗରେ ସବୁବେଳେ ବିଜୁଳି ସହ ଜଡ଼ିତ ଜିନିଷ ଯେପରି ମିଟର, ବୈଦ୍ୟୁତିକ ଉପକରଣ ଆଦି ରଖିବା ଉଚିତ।

୪. ଘରର ଉତ୍ତର-ପଶ୍ଚିମ ଦିଗ ବାୟୁ ସହ ସମ୍ବନ୍ଧିତ ହୋଇଥାଏ। ଏହି ଦିଗ ଘର ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଥାଏ। ଏହି ସ୍ଥାନରେ ସବୁବେଳେ ଅଗରବତି ଜଳାଇବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button