ମନୋରଞ୍ଜନ

ସଂଧ୍ୟାରେ ଘରେ ବସି ନିଅନ୍ତୁ ବାଦାମ ଚିକ୍କୀର ମଜା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଶୀତ ଦିନେ ଅଧିକାଂଶ ଲୋକମାନେ ଚିକ୍କୀ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ଏହାକୁ ଅନେକ ସ୍ଥାନରେ ଗଜବ ମଧ୍ୟ କୁହାଯାଇଥାଏ। ଗୁଡ଼ ଏବଂ ବାଦାମରେ ପ୍ରସ୍ତୁତ ହେଉଥିବା ଚିକ୍କୀ ଖାଇବାକୁ ମୁସ୍ ମୁସ୍ ଲାଗିବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ। ଏହି ଜିନିଷ ଖାଇବା ପାଇଁ ହେଲେ ଆପଣ ପ୍ରାୟତଃ ବଜାରରୁ କିଣି ଆଣିଥାନ୍ତି । ହେଲେ ଆପଣ କିନ୍ତୁ ଏହି ମନ ପସନ୍ଦର ଜିନିଷ ଘରେ ପ୍ରସ୍ତୁତ କରିପାରିବେ, ଅତି ସହଜ ଉପାୟରେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଗୁଡ଼-ବାଦାମର ଏହି ମଜାଦାର ଚିକ୍କୀ।

ଆବଶ୍ୟକୀୟ ସାମଗ୍ରୀ :

chikki-recipeବାଦାମ ଦାନା- ୧୫୦ ଗ୍ରାମ
ଗୁଡ଼- ୨୦୦ ଗ୍ରାମ
ଘିଅ- ୨ ବଡ଼ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

badam chikiପ୍ୟାନ୍ ରେ ଏକ ଛୋଟ ଚାମଚ ଘିଅ ଗରମ କରନ୍ତୁ। ଏହାପରେ ସେଥିରେ ଗୁଡ଼ ପକାନ୍ତୁ ଏବଂ ଅଳ୍ପ ଆଞ୍ଚରେ ରଖି ଗୁଡ଼କୁ ତରଳାନ୍ତୁ। ଏବେ ସେଥିରେ ବାଦାମ ଦାନା ପକାଇ ମିଶାନ୍ତୁ। ଏଥର ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ପରେ ଏକ ପ୍ଲେଟରେ ଘିଅ ମାରି ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ସେଥିରେ ରଖନ୍ତୁ। ପାତ୍ରରେ ମିଶ୍ରଣ ସେଟ୍ ହେବା ଯାଏ ଅପେକ୍ଷା କରନ୍ତୁ । ପରେ ଆପଣ ଏକ ଛୁରୀ ସାହାଯ୍ୟରେ ନିଜ ମନ ପସନ୍ଦର ସେପ୍ ଦେଇ କାଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବାଦାମ ଚିକ୍କୀ । ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ମଜାଦାର ବାଦାମ ଚିକ୍କୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button