ରାଶିଫଳ

Jyotish Shastra- ମକର ସଙ୍କ୍ରାନ୍ତି ପରେ ଏହି 5 ଟି ରାଶିର ଘରକୁ ନିଜେ ଆସିବେ ମା’ ମହାଲକ୍ଷ୍ମୀ, ହେବ ଖାଲି ଟଙ୍କା ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଉ କିଛି ଦିନ ପରେ ଓଡିଆ ଘରର ବଡ ପର୍ବ ମକର ସଙ୍କରାନ୍ତି ଆସୁଛି ।  ବନ୍ଧୁଗଣ ଏହି ମକର ସଙ୍କରାନ୍ତି ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଏହି ମକର ସଙ୍କ୍ରାନ୍ତି ରେ ଗ୍ରହ ମାନଙ୍କ ମଧ୍ୟରେ ମହା ସଂଯୋଗ ହେଉଛି । ଯାହା ଦ୍ଵାରା ଏହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ବହୁତ ଶୁଭ ରହିବାର ଅଛି । ମକର ସଙ୍କ୍ରାନ୍ତି ପର ଠାରୁ ଏମାନେ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ତେବେ ଡେରି ନକରି ଚାଳନ୍ତୁ ଜାଣିବା ସେହି ଭାଗ୍ୟଶାଳି ରାଶି ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ତୁଳା ରାଶି। ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ବର୍ଷିବାକୁ ଯାଉଛି। ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ସମସ୍ତ ସମସ୍ୟା ର ସମାଧାନ ହେବାକୁ ଯାଉଛି ଏବଂ ଆର୍ଥିକ ସ୍ଥିତି ରେ ସୁଧାର ଆସିବାକୁ ଯାଉଛି। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ଏହି ବର୍ଷ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ।

୨. ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ମେଷ ରାଶି। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ସତ ଭଲ ପାଇବା ମିଳିବାକୁ ଯାଉଛି। ଯଦି ଏହି ରାଶିର ବ୍ୟକ୍ତି ସତ ଭଲ ପାଇବାର ସନ୍ଧାନ କରୁଛନ୍ତି ତେବେ ତାଙ୍କୁ ନିଶ୍ଚିତ ରୂପରେ ତାଙ୍କ ଭଲ ପାଇବା ମିଳିବ।ଏହା ସହିତ ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ସମସ୍ତ ଆର୍ଥିକ ସ୍ଥିତି ର ସମାଧାନ ହେବାକୁ ଯାଉଛି। ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଚାକିରୀ ଏବଂ ବ୍ୟବସାୟୀ କ୍ଷେତ୍ରରେ ଅଶେଷ ଲାଭ ପ୍ରାପ୍ତ ହେବାକୁ ଯାଉଛି। ଏହି ବର୍ଷ ମେଷ ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ।

୩. ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ସିଂହ ରାଶି। ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି। ଏମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତି ମାନେ ନିଜ ପରିବାର ସହିତ ହସଖୁସିରେ ନିଜ ସମୟ ଅତିବାହିତ କରିବେ। ଏହି ରାଶିର ବ୍ୟକ୍ତି ମାନଙ୍କ ଆୟ ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ମଧ୍ୟ ରହିଛି।

୪. ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, କନ୍ୟା ରାଶି। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ଆର୍ଥିକ ସ୍ଥିତି ରେ ସୁଧାର ହେବାକୁ ଯାଉଛି ଏବଂ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ଉନ୍ନତି ହାସଲ ହେବାର ସମ୍ଭାବନା ମଧ୍ୟ ରହିଛି। ଧନଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ସଫଳତା ହାସଲ କରିବା ନିମନ୍ତେ ଅନେକ ସୁଯୋଗ ପ୍ରାପ୍ତ ହେବ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ ସୁଯୋଗ ର ଉପଯୋଗ କରିବାକୁ ହେବ।

୫. ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, କୁମ୍ଭ ରାଶି। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହେବାକୁ ଯାଉଛି ଏବଂ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଲାଭ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତି ମାନଙ୍କୁ ପରିବାର ଏବଂ ମିତ୍ର ଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି ଏବଂ ତାଙ୍କ ସହଯୋଗ ରେ ଏହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ଉନ୍ନତି ହାସଲ କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button