ଭୂମି ଚୟନ ସମୟରେ ଧ୍ୟାନ ରଖନ୍ତୁ ଏହାସହିତ ଜଡିତ ବାସ୍ତୁ ଟିପ୍ସ, ନଚେତ ଭୋଗିପାରନ୍ତି ଅସୁବିଧା

ଦୁନିଆର ପ୍ରତ୍ୟେକ ମଣିଷ ନିଜର ଏକ ଘର କରିବା ପାଇଁ ଇଚ୍ଛା ରଖିଥାଏ। ନିଜ ଜାଗାରେ ଘର କରି ମଣିଷ ସୁଖ ଜୀବନ ଅତିବାହିତ କରିବାକୁ ଚାହୁଁଛି। କିନ୍ତୁ ଏହା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଘରର ଭୂମି ଚୟନ। ଯେଉଁ ସ୍ଥାନରେ ଆପଣ ଘର କରୁଛନ୍ତି, ସେହି ସ୍ଥାନର ବାସ୍ତୁ ଉପରେ ଧ୍ୟାନ ରଖିବା ଉଚିତ। ନଚେତ ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଭୂମି ଚୟନ ସମୟରେ ବାସ୍ତୁ ସହିତ ଜଡିତ କିଛି କଥା ଉପରେ ଧ୍ୟାନ ଦେବା ଦରକାର। ଆସନ୍ତୁ ଜାଣିବା ଏହା ବିଷୟରେ…
– ଯେଉଁ ସ୍ଥାନରେ ଆପଣ ଘର କରୁଛନ୍ତି, ତା’ର ମୁଖ୍ୟ ଦ୍ୱାରରେ କୌଣସି ବିଜୁଳି ଖୁଣ୍ଟ କିମ୍ବା ବଡ ଗଛ କିମ୍ବା ଗାତ ନ ରହିବା ଉଚିତ।

– ଦୁଇ ବଡ ଘର ମଝିରେ ଛୋଟ ଘର ରହିଲେ, ଛୋଟ ଘରେ ରହୁଥିବା ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ। ଏପରି ଘର ନିକଟରେ ମନ୍ଦିର, ମସଜିଦ କିମ୍ବା ନଳା ରହିବା ଶୁଭ ହୋଇଥାଏ।
– ଯେଉଁଠାରେ ଆପଣ ଘର ନିର୍ମାଣ କରୁଛନ୍ତି, ସେହି ସ୍ଥାନ ପାଖରେ ଦୁର୍ଗନ୍ଧଯୁକ୍ତ ନଳା କିମ୍ବା ଓ୍ଵାର୍କସପ୍ ନଥିବା ଉଚିତ।
– କୌଣସି ସ୍ଥାନର ଶେଷର ଥିବା ଘର କିମ୍ବା ପ୍ଲାଟକୁ କେବେ ବି କିଣନ୍ତୁ ନାହିଁ। ଏହାଛଡା ରାସ୍ତାର ସଂପୂର୍ଣ୍ଣ ପାଖରେ ଥିବା ଘର ମଧ୍ୟ କିଣିବା ଅଶୁଭ ହୋଇଥାଏ।

– ଘର ତିଆରି ପାଇଁ ଭୂମିକୁ ଖୋଳିବା ସମୟରେ ଯଦି କୌଣସି ହାଡ, କଙ୍କାଳ, କୋଇଲା, କପଡା, ଜଳିଥିବା କାଠ, ସାପ, ଲୁହା ମିଳେ ତେବେ ଅନିଷ୍ଟ ହୋଇଥାଏ। ଯଦି ପଥର ମିଳେ ତେବେ ଧନଲାଭ ହୋଇଥାଏ। ଏହି ସମୟରେ ତମ୍ବାର ମୁଦ୍ରା ମିଳିଲେ ସୁଖ ସମୃଦ୍ଧି ମିଳିଥାଏ।
– ତିନି କୋଣିଆ ଥିବା ଜମିକୁ କେବେ କିଣନ୍ତୂୁ ନାହିଁ।
– ପବନ, ପାଣି, ଆଲୋକ ଏବଂ ଚଉଡା ଗଳି ଦେଖି ଜମି ଚୟନ କରିବା ଉଚିତ।



