ଦେଶ ବିଦେଶ

ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଚାହୁଁଥିଲେ ନିଶ୍ଚୟ କରନ୍ତୁ ସ୍କିନ୍‌ ଫାଷ୍ଟିଂ, ଜାଣନ୍ତୁ କେମିତି କରିବେ

ସ୍କିନ୍‌ ଫାଷ୍ଟିଂ ଶବ୍ଦ ବୋଧେ ଖୁବ୍‌ କମ୍‌ ଲୋକ ଶୁଣିଥିବେ। ଅଧିକାଂଶ ଲୋକଙ୍କ ପାଇଁ ଏହା ଏକ ନୂଆ ଶବ୍ଦ। ମାତ୍ର ଏହି କନ୍‌ସେପ୍ଟକୁ ଲୋକମାନେ ବହୁଳ ଭାବେ ପସନ୍ଦ କରିଥାନ୍ତି। ପ୍ରତ୍ୟେକ ମହିଳା ଗ୍ଲୋ ସ୍କିନ୍‌ ଚାହିଁଥାନ୍ତି। ତେବେ ଜାଣି ଖୁସି ହେବେ ଯେ ସ୍କିନ୍‌କୁ ଉଜ୍ଜ୍ୱଳ କରିବା ପାଇଁ ସ୍କିନ୍‌ ଫାଷ୍ଟିଂ ହେଉଛି ସବୁଠୁ ଭଲ ଉପାୟ।

ସ୍କିନ୍‌ ଫାଷ୍ଟିଂ କ’ଣ?

ଫାଷ୍ଟିଂ ମାନେ ଉପବାସ। ଆପଣ ଯେମିତି ଓଷା, ବ୍ରତରେ ଉପବାସ ରହିଥାନ୍ତି ସେଭଳି ଏହା ହେଉଛି ତ୍ୱଚାର ଉପବାସ। ଡାଇଟିଂ କଲେ ଯେଭଳି ଶରୀର ସୁସ୍ଥ ରହେ ସେଭଳି ସ୍କିନ୍‌ ଫାଷ୍ଟିଂ ତ୍ୱଚାକୁ ସୁସ୍ଥ ରଖେି। ଏଥିପାଇଁ ଆପଣ ମୁହଁରେ କିଛି ବି ଦ୍ରବ୍ୟ ଲଗାଇବେ ନାହିଁ। ରସାୟନିକ ପ୍ରଡକ୍ଟ ଠାରୁ ଦୂରରେ ରହି ଆପଣ ସ୍କିନ୍‌ ଫାଷ୍ଟିଂ କରିପାରିବେ।

କେମିତି କରିବେ ସ୍କିନ୍‌ ଫାଷ୍ଟିଂ?

  • ସ୍କିନ୍‌ ଫାଷ୍ଟିଂର ଆରମ୍ଭ ଆପଣ ରାତିରେ କରନ୍ତୁ।
  • ଶୋଇବା ପୂର୍ବରୁ ସାଦା ପାଣିରେ ମୁହଁକୁ ପରିଷ୍କାର କରି ଧୋଇ ଦିଅନ୍ତୁ। କିନ୍ତୁ ଧ୍ୟାନ ଦେବେ ମୁହଁରେ ଯେଭଳି କୌଣସି ରାସାୟନିକ ପ୍ରଡକ୍ଟ ବ୍ୟବହାର ନ କରନ୍ତି।
  • ତା’ ପର ଦିନ ସକାଳେ ଉଠି ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।
  • କିଛି ଦିନ ଏଭଳି କରିବା ପରେ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।
  • ତେବେ ଆପଣ ଚାହିଁଲେ ଏହି ସମୟରେ ଘରୋଇ ଉପଚାର ବି କରିପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button