ଜୀବନଶୈଳୀ

ବିଚରା ଏହି ଗରିବ ଚାଷୀର ୬୦ ହଜାର ଟଙ୍କା ଖାଇଦେଲା ଛେଳି, ଏହା ପରେ ଚାଷୀ ଜଣକ ଯାହା କରିଲେ ତାହା ସମସ୍ତଙ୍କର ଆଖି ଖୋଲିଦେବ, ନିଶ୍ଚିତ ଦେଖନ୍ତୁ ଏହି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସୋସିଆଲ ମିଡିଆ ରେ ଅନେକ ଅଦ୍ଭୁତ ଓ ଅଜବ ଗଜବ କାହାଣୀ ଶୁଣିବାକୁ ମିଳିଥାଏ । ସେଥି ମଧ୍ୟରୁ କିଛି କାହାଣୀ ଏଭଳି ଥାଏ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ସେହିପରି ଏକ ଆଶ୍ଚର୍ଯ୍ୟଜନକ କାହାଣୀ ।

ଖାଦ୍ୟ ପାଇଁ ମନୁଷ୍ୟ ଟଙ୍କା ରୋଜଗାର କରିଥାଏ ଓ ପଶୁପକ୍ଷୀ ନିଜ ଖାଦ୍ୟ ର ଶିକାର କରି ନିଜର ପେଟ ପୋଷିଥାନ୍ତି । ଅତ୍ୟଧିକ ଭୋକ ଲାଗିଲେ ମଣିଷ ଓ ଜୀବଜନ୍ତୁ କିଛି ବି ଖାଇବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଆପଣ ମାନେ କେବେ ଭାବିଛନ୍ତି ଯେ ଯଦି କୌଣସି ପଶୁ କୁ ଜୋରେ ଭୋକ ଲାଗିଲେ ସେ କିଛି ବି ଖାଇବାକୁ ପ୍ରସ୍ତୁତ ହୋଇଯିବ ତେବେ କଣ ହେବ? ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନ ର ଉତ୍ତର ଏକ ଘଟଣା ମାଧ୍ୟମରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଉତ୍ତରପ୍ରଦେଶର ସିଲୁଆପୁର ଗ୍ରାମ ରେ ସର୍ବେଶ କୁମାର ପଟେଲ ନାମକ ଜଣେ ଗରିବ ଚାଷୀ ରହୁଥିଲେ । ଯିଏ ନିଜ ଘରେ ଗୋଟିଏ ଛେଳି ପାଳିଥିଲେ । ଦିନେ ସେହି ଚାଷୀ ଜଣକ ବ୍ୟାଙ୍କ ରୁ ୬୦ ହଜାର ଟଙ୍କା ଆଣିଥିଲେ ଯାହାଦ୍ୱାରା ସେ ନିଜ ଘରକୁ ପକ୍କା କରି ପାରିବେ । ଏହାପରେ ସେ ସେହି ଟଙ୍କା କୁ ନିଜ ପ୍ୟାଣ୍ଟ ରେ ରଖି ପ୍ୟାଣ୍ଟ କୁ ଖୁଣ୍ଟି ରେ ଟଙ୍ଗାଇ ଗାଧୋଇବାକୁ ଚାଲିଗଲେ ।

ଯେତେବେଳେ ଚାଷୀ ଜଣକ ଗାଧୋଇବାକୁ ଯାଇଥିଲେ ସେତେବେଳେ ସେ ଛେଳି ଟି କୁ ବହୁତ ଜୋରେ ଭୋକ ଲାଗିଲା । ଆଖପାଖ ରେ କିଛି ନଥିଲା ସେଥିପାଇଁ ଛେଳି ଟି ସେହି ପ୍ୟାଣ୍ଟ କୁ ଚୋବାଇବାକୁ ଆରମ୍ଭ କରିଦେଲା । ଯେଉଁଥିରେ ୬୦ ହଜାର ଟଙ୍କା ଥିଲା । ଯେତେବେଳେ ଚାଷୀ ଜଣକ ଗାଧୋଇ ସାରିବା ପରେ ବାହାରକୁ ଆସିଲେ ସେତେବେଳେ ସେ ଯାହା ଦେଖିଲେ ହୁଏତ ତାଙ୍କ ପାଦ ତଳୁ ମାଟି ଖସିଗଲା ।

ଛେଳି ୬୦ ହଜାର ଟଙ୍କା କୁ ଚୋବାଇ ସାରିଥିଲା । ବହୁତ କଷ୍ଟ ରେ ଚାଷୀ ଜଣକ ଛେଳି ମୁହଁ ରୁ ଦୁଇଟି ନୋଟ ବାହାର କରି ପାରିଲେ ଯାହାକୁ ମଧ୍ୟ ଛେଳି ଟି ପାଖାପାଖି ଚୋବାଇ ସାରିଥିଲା । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ ଗୋଟିଏ ଗରିବ ଚାଷୀ ଙ୍କ ପାଖରୁ ୬୦ ହଜାର ଟଙ୍କା ଚାଲିଯିବା ବହୁତ ବଡ଼ କଥା ଅଟେ । ଏହାପରେ ଆଖପାଖ ର କିଛି ଲୋକ କହିଲେ ଯେ ସେ ଛେଳି ଟି କୁ ବିକ୍ରି କରିଦିଅ । ଏହାଦ୍ବାରା ତୁମକୁ କିଛି ଟଙ୍କା ମିଳିଯିବ ଏବଂ ଛେଳି କୁ ତା’ର ଦଣ୍ଡ ମିଳିଯିବ ।

କିନ୍ତୁ ସେହି ଗରିବ ଚାଷୀ ଜଣକ ଏପରି ନ କରି ଆଜି ପର୍ଯ୍ୟନ୍ତ ସେହି ଛେଳି କୁ ପାଳୁଛନ୍ତି । ସେ ଚାଷୀ ଜଣକ କହିଲେ ଯେ, ସେ ତ ଜଣେ ପଶୁ ଅଟେ ତାକୁ କଣ ଜଣା ଅଛି ଟଙ୍କା କଣ ଅଟେ । ସେଥିପାଇଁ ତାକୁ ଦଣ୍ଡ ଦେବା ଭୁଲ ଅଟେ । ଯେତେବେଳେ ଗ୍ରାମବାସୀ ଙ୍କୁ ଏହି କଥା ର ସୂଚନା ମିଳିଲା ସେତେବେଳେ ସେ ସର୍ବେଶ କୁମାର ଙ୍କ ପ୍ରଶଂସା କରିଲେ ଏବଂ ତାଙ୍କ ଘର ପାଇଁ ଚାନ୍ଦା ଜମା କରିଲେ । ବର୍ତ୍ତମାନ ର ସମୟ ରେ ସର୍ବେଶ କୁମାର ଙ୍କ ଭଳି ଲୋକ ଏହି ସମାଜ ପାଇଁ ବହୁତ ଆବଶ୍ୟକ ଅଛନ୍ତି । ଆମ ସମସ୍ତଙ୍କୁ ଏହି ଘଟଣା ରୁ କିଛି ଶିଖିବା ନିହାତି ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button