ବିଚାର

ଘରେ ଅଛନ୍ତି କିଛି ନୂଆ କାହିଁକି ଟ୍ରାଏ କରୁନାହାନ୍ତି, ଆଜି ବନାନ୍ତୁ ‘ଭେଣ୍ଡି କଡ଼ି’

ଆପଣ ଭେଣ୍ଡିର ସ୍ୱାଦ ନିଶ୍ଚୟ ଚାଖିଥିବେ। ଯେମିତିକି ମସଲା ଭେଣ୍ଡି, ଆଳୁ ଭେଣ୍ଡି, ସୋରିଷ ଭେଣ୍ଡି ଇତ୍ୟାଦି। କିନ୍ତୁ କଣ ଆପଣ କେବେ ଭେଣ୍ଡି କଡ଼ିର ସ୍ୱାଦ ଚାଖିଛନ୍ତି। ଯାହାର ସ୍ୱାଦ ଥରେ ଚାଖିଲେ ଆପଣ ବାରବାର ଖାଇବାକୁ ମନ କରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧୦୦ ଗ୍ରାମ ଭେଣ୍ଡି
ଦୁଇ କପ ଦହି
ଚାରି ଚାମଚ ବେସନ
ଚିମୁଟାଏ ହଳଦି ପାଉଡର
ଦୁଇ ଚାମଚ ତେଲ
ତିନି କପ ପାଣି
ଲୁଣ ସ୍ଵାଦନୁସାରେ

dahiତଡକା ଦେବା ପାଇଁ ବା ଫୁଟାଇବା ପାଇଁ

-ଦୁଇଟି କଞ୍ଚା ଲଙ୍କା
-ଅଦା ଛୋଟ ଖଣ୍ଡ
-ପାଞ୍ଚ କୋଲା ରସୁଣ
-ତେଲ ଏକ ଚାମଚ
-ସୋରିଷ ଦାନା ଏକ ଟେବୁଲ ଚାମଚ
-୧/୪ ଚାମଚ ମେଥି ଦାନା
-ଧନିଆ ପତ୍ର ଅଳ୍ପ

ପ୍ରସ୍ତୁତ ପ୍ରଣାଳୀ

ଭେଣ୍ଡିକୁ ଧୋଇ ବଡ ସାଇଜ ଗୋଲ ଗୋଲ କରି କାଟି ଭାଜି ଦିଅନ୍ତୁ। ଏହାପରେ ଏକ ପ୍ୟାନ ଗରମ କରନ୍ତୁ ଏବଂ ସେଥିରେ ସୋରିଷ ଦାନା, ମେଥି ଦାନା ପକାଇ ଭାଜନ୍ତୁ। ସାମାନ୍ୟ ଭାଜି ହୋଇଗଲେ ଲଙ୍କା, ରସୁଣ, ଅଦା ପକାଇ ଭଲ ଭାବେ ଭାଜନ୍ତୁ। ଏହାପରେ ଏଥିରେ ସାମାନ୍ୟ ହେଙ୍ଗୁ ପକାନ୍ତୁ। ଦହିରେ ବେସନ ପକାଇ କଡ଼ାରେ ଧୀମା ଆଞ୍ଚରେ ୫-୭ ମିନିଟ ଚଲାନ୍ତୁ। ଏହା ଫୁଟିଗଲେ ଏଥିରେ ଭାଜି ରଖିଥିବା ଭେଣ୍ଡି, ଲୁଣ ପକାଇ ୨-୩ ମିନିଟ ଆଞ୍ଚରେ ବସାନ୍ତୁ। ଏହାପରେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଭେଣ୍ଡି କଡ଼ି। ଆପଣ ଏହାକୁ ଧନିଆ ପତ୍ରରେ ସଜାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button