ଦେଶ ବିଦେଶ

ପୁଣି ଥରେ ଫେରୁଛି ପ୍ରେମକୁ ପରିପ୍ରକାଶ କରିବାର ପୁରୁଣା ଫର୍ମୁଲା, ଆପଣ ବି ଥରେ ଟ୍ରାଏ କରନ୍ତୁ ନା’

ଆଜିର ଫେସ୍‌ବୁକ୍‌ ହ୍ଵାଟ୍ସଆପ୍‌ ଯୁଗରେ ଯଦି ଆପଣଙ୍କୁ କେହି କହେ ଚିଠି ଲେଖି ସାଥୀଙ୍କୁ ନିଜ ମନ କଥା କୁହ, ତେବେ ଅଜବ ଲାଗି ସ୍ୱାଭାବିକ। କାରଣ ଏବେ ଫୋନ୍‌ରେ ଟାଇପ୍‌ କରି ମାତ୍ର କିଛି ସେକେଣ୍ଡ ମଧ୍ୟରେ ମେସେଜ୍‌ ପଠାଯାଇପାରୁଥିବା ବେଳେ କିଏ କାଗଜ କଲମରେ ପରିଶ୍ରମ କରି ଚିଠି ଲେଖି ପୁଣି ତାକୁ ପଠାଇବାରେ ସମୟ ନଷ୍ଟ କରିବାକୁ ଚାହିଁବ। କିନ୍ତୁ ପ୍ରକୃତ ସତ କଥା ହେଉଛି ନିଜ ହାତରେ ଲେଖାଯାଇଥିବା ଚିଠିର ମୂଲ୍ୟ ମେସେଜ୍‌ ଠାରୁ ଢେର ଗୁଣ ଅଧିକା। ଏହା ମନର ଭାବନାକୁ ଭଲ ଭାବେ ପ୍ରକାଶ କରିବାରେ ସାହାଯ୍ୟ କରେ। ଧୀରେ ଧୀରେ ଆଜିକାର ଯୁବପିଢ଼ି ମଧ୍ୟ ପୁରୁଣା ଉପାୟକୁ ଆପଣାଇବାକୁ ଆରମ୍ଭ କଲେଣି।

Related image

ପ୍ରେମିକ ବା ପ୍ରେମିକାଙ୍କୁ ନିଜ ମନର ଭାବନା କହିବାକୁ ସ୍ମାର୍ଟଫୋନ୍‌ରେ ବିଭିନ୍ନ ଉପାୟ ଥିଲେ ମଧ୍ୟ ଏବେକାର ଯୁବପିଢ଼ି ହାତରେ ଚିଠି ଲେଖିବାକୁ କାହିଁକି ପସନ୍ଦ କରୁଛନ୍ତି, ଏ ପ୍ରଶ୍ନ ମନରେ ଉଠିବା ସ୍ୱାଭାବିକ। କିନ୍ତୁ ମୋବାଇଲ ଓ ହାତ ଲେଖା ପ୍ରେମ ପତ୍ର ଭିତରେ ବହୁତ ପାର୍ଥକ୍ୟ ରହିଛି। ଯାହା ଆପଣ ନିଜେ କୌଣସି ଆପଣାଙ୍କୁ ଲେଖିଲେ ହିଁ ଅନୁଭବ କରିପାରିବେ।

 

ମୋବାଇଲ୍‌ରେ ମେସେଜ୍‌ ଟାଇପ୍‌ କରିବା ବେଳେ ଆମ ମନରେ ପ୍ରେମିକାଙ୍କ ପ୍ରତି ଥିବା ଭାବନାକୁ ଏତେଟା ସ୍ପଷ୍ଟ ଭାବେ ଲେଖିପାରିନଥାଉ। କିନ୍ତୁ କଲମ ଧରି ଚିଠି ଲେଖିବାକୁ ବସିଲେ ଆଖି ସାମ୍ନାକୁ ସାଥୀଙ୍କ ମୁହଁ ଚାଲିଆସେ ଓ ସ୍ୱତଃପ୍ରବୃତ୍ତ ଭାବେ ତାଙ୍କ ପ୍ରତି ଥିବା ମନର ଭାବନା ଲେଖି ହୋଇଯାଏ। ଯାହାକୁ ପଢ଼ିବା ବେଳେ ପାର୍ଟନର ବି ତାଙ୍କ ପ୍ରତି ଆପଣଙ୍କ ଭଲ ପାଇବାକୁ ବୁଝିପାରନ୍ତି।

ରାଇଟିଂ ଏକ୍ସପର୍ଟଙ୍କ କହିବାନୁସାରେ ଚିଠି ଲେଖିବା ବେଳେ ସମସ୍ତେ ଚାହିଁଥାନ୍ତି ନିର୍ଭୁଲ ଓ କମ୍‌ କଟା କଟି କରିବାକୁ। ଏହି ଚକ୍କରରେ ବେଳେ ବେଳେ ମନର ଭାବନା ଲେଖିବା ବେଳେ ସବୁ କଥା ଯାହା ମନକୁ ଆସେ ତାହା ଲେଖି ହୋଇଯାଏ, ଯାହାକୁ ଆପଣ ଡିଲିଟ୍‌ କରିପାରିବେନି କି କାଟି କି ଚିଠିକୁ ଖରାପ କରିବାକୁ ଚାହିଁବେନି। ଏହା ଦ୍ୱାରା ଆପଣଙ୍କ ମନର ସବୁ ଭାବନା ସାଥୀଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଏ।

Image result for writing love letter

ପ୍ରେମ ପତ୍ରକୁ ହାତରେ ଧରି ପଢ଼ିବା କିମ୍ବା ଭଲ ପାଉଥିବା ଲୋକର ହାତରେ ଦେବା ଅନୁଭବ ମଧ୍ୟ ନିଆରା। ଚିଠି ଦେବା ବେଳେ ଆପଣ ସାଥୀଙ୍କୁ ପାଟିରେ କମ୍‌ ଆଖିରେ ଅଧିକ କଥା କହିଥାନ୍ତି। ଯାହା ପ୍ରେମକୁ ଆହୁରି ମଜଭୁତ କରିଥାଏ। ମାତ୍ର ମେସେଜ୍‌ କରିବା ବେଳେ ଆପଣ ସାଥୀଙ୍କୁ ଏତେ ପାଖରେ ପାଇପାରିନଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button