ଦେଶ ବିଦେଶ

ନିଜ କମ୍ପାନୀର କର୍ମଚାରୀଙ୍କୁ ଖୁସି ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସରଳ ଉପାୟ

ଜଣେ ଏଚଆର୍ କିମ୍ବା ନିଯୁକ୍ତିଦାତାଙ୍କ ଏକ ବଡ ଦାୟିତ୍ବ ହେଉଛି କି ସେମାନଙ୍କ କର୍ମଚାରୀ କାର୍ଯ୍ଯାଳୟ ଉପରେ ସନ୍ତୁଷ୍ଟ କି ନୁହେଁ ଜାଣିବା। ଏହାର ମାନେ କେବଳ ବେତନ କଥା ନୁହେଁ । ଆପଣ ନିଜ କର୍ମଚାରୀମାନଙ୍କୁ ସେମାନେ ଆଶା କରିନଥିବା କିଛି ଛୋଟମୋଟ ଗିଫ୍ଟ ଦେଇ ମଧ୍ଯ ଖୁସି କରିପାରିବେ । କର୍ମଚାରୀମାନେ ସେମାନଙ୍କ କାମ ପ୍ରତି ପ୍ରତିବଦ୍ଧତା ରହିବା ବାସ୍ତବରେ ନିହାତୀ ମହତ୍ବପୂର୍ଣ୍ଣ ଅଟେ । ଉତ୍ପାଦନର ସ୍ତର ଉପର କିମ୍ବା ନିଚ ଯାଇପାରେ ଏହା ଏହି କଥା ଉପରେ ନିର୍ଭର କରିଥାଏ ।

Happyକର୍ମଚାରୀଙ୍କୁ ଖୁସି ରଖିବା ଏବଂ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଆପଣ ଏହି ସରଳ ଟିପ୍ସ ଗୁଡିକୁ ବ୍ଯବହାର କରିପାରିବେ :

–ଅଳ୍ପ ପ୍ରଶଂସା କର୍ମଚାରୀଙ୍କ ମନୋବଳକୁ ବଢାଇବା ପାଇଁ ଏକ ଲମ୍ବା ରାସ୍ତା ତିଆରି କରିପାରେ । ଯେବେ ଆପଣ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାର ଦେଖୁଛନ୍ତି  ସେତେବେଳେ ପ୍ରଶଂସା ଯୋଗ୍ଯ କିଛି ଶବ୍ଦ କୁହନ୍ତୁ । ଯାହା ସେମାନଙ୍କ ଆତ୍ମବିଶ୍ବାସକୁ ଆହୁରୀ ବଢାବାରେ ସାହର୍ଯ୍ଯ କରିବ ।

–ସମର୍ପିତ ଥିବା କର୍ମଚାରୀ ସର୍ବଦା କଠିନ ସମୟ ପାଇଁ ପ୍ରସ୍ତୁତ ରହିଥାନ୍ତି । ସେମାନଙ୍କୁ ତାଙ୍କ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ଦେବା ସହିତ ସେମାନଙ୍କ ଭିତରେ ଥିବା କ୍ଷମତାକୁ ବାହାରକୁ ଆଣିବା ପାଇଁ ଉତ୍ସାହ ପ୍ରଦାନ କରିବା ଉଚିତ୍ ।

team work–ନୂଆ ବିଚାରକୁ ପ୍ରୋତ୍ସାହିତ କରିବା ମାମଲାରେ କାର୍ଯ୍ଯସ୍ଥଳକୁ ସକରାତ୍ମକ କରନ୍ତୁ । ଯାହାଦ୍ବାରା କର୍ମଚାରୀମାନଙ୍କୁ କାମ କରିବାରେ କୌଣସି ଅସୁବିଧା ନହେଉ । ଏହାବ୍ଯତିତ କମ୍ପାନୀ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛି ତେବେ କର୍ମଚାରୀମାନଙ୍କ ମତ ନେବା ଆବଶ୍ଯକ ।

–କମ୍ପାନୀର ସାମାଜିକ ଗତିଶୀଳତାକୁ ବଢାଇବା ବହୁତ ଆବଶ୍ଯକ । ଏଥିପାଇଁ କୌଣସି ଏକ ଶାନ୍ତ ପରିବେଶରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ନିହାତୀ ଜରୁରୀ ।

team–ଗୋଟେ ମାସିକ ଲଞ୍ଚ, କୌଣସି ପୂଜା ପର୍ବାଣୀରେ ଡିନର ପାର୍ଟି, କେଉଁଠାରୁ ବୁଲେଇବାକୁ ନେବା ଆଦି କିଛି କାର୍ଯ୍ଯ ଦ୍ବାରା ଆପଣ କର୍ମଚାରୀଙ୍କୁ ଖୁସି କରିପାରିବେ ।

–କର୍ମଚାରୀଙ୍କୁ ଖୁସି ରଖିବା ଦ୍ବାରା ମିଳିଥାଏ ଅଧିକ ଲାଭ । ନିଜର କର୍ମଚାରୀଙ୍କୁ ସମ୍ମାନ ଦେବା ଏବଂ ବ୍ଯବାହାର ଠିକ୍ କରିବା ଜରୁରୀ । ଏହା ବଦଳରେ ନିଶ୍ଚିତ ଭାବେ ଭଲଫଳ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button