ଏହି କାମ କରିବା ପରେ ତୁରନ୍ତ ଗାଧାନ୍ତୁ ନାହିଁ, ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା

ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀର ପରିଷ୍କାର ରହିଥାଏ। ଏଣୁ ଖରାଦିନେ ଲୋକମାନେ ଦିନକୁ ୩-୪ ଥର ମଧ୍ୟ ଗାଧୋଇଥାଆନ୍ତି। କିନ୍ତୁ ପ୍ରତିଦିନ କେତେକ କାମ କରିବାର ତୁରନ୍ତ ପରେ ଗାଧୋଇବା ଉଚିତ ନୁହେଁ। ଏହା ଦ୍ୱାରା ଶରୀର ଉପରେ ଖରାପ ପଭାବ ପଡ଼ିଥାଏ। ଭୁଲ ଭାବେ ଗାଧୋଇବା ଦ୍ୱାରା ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗ ଦେଖାଦେଇପାରେ। ତେବେ ଆସନ୍ତୁ ଜାଣିବା କେଉଁ କାମ ପରେ ଗାଧୋଇବା ଅନୁଚିତ…
![]()
ବାହାରୁ ଆସିବା ପରେ:
ବାହାରୁ ଗରମରେ ଆସିବା ପରେ ପରେ ଆଦୌ ଗାଧାନ୍ତୁ ନାହିଁ। ଅତିକମ୍ରେ ୩୦ ମିନିଟ୍ ଫ୍ୟାନ୍ ତଳେ ବସନ୍ତୁ। ଝାଳ ଶୁଖିବା ପରେ ହିଁ ଗାଧାନ୍ତୁ। କାରଣ ବାହାରୁ ଆସିବା ପରେ ଶରୀରର ତାପମାତ୍ରା ଅଧିକ ଥାଏ। ତୁରନ୍ତ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ଏପଟସେପଟ ହୋଇଯାଏ। ଫଳରେ ଥଣ୍ଡା, କାଶ, ସର୍ଦ୍ଦି ଭଳି ସମସ୍ୟା ଦେଖାଦେଇପାରେ।
ଖାଇବା ପରେ:
ଖାଇବାର ତୁରନ୍ତ ପରେ କେବେ ବି ଗାଧାନ୍ତୁ ନାହିଁ। ଗାଧୋଇବା ପରେ ଖାଆନ୍ତୁ ନଚେତ୍ ଖାଇବାର ଦୁଇ ଘଣ୍ଟା ପରେ ଗାଧାନ୍ତୁ। କାରଣ ଖାଇବା ପରେ ହଜମ ହେବା ପାଇଁ ଶରୀରକୁ ଅଧିକ ଉର୍ଜା ଆବଶ୍ୟକ ହୋଇଥାଏ। କିନ୍ତୁ ଯେତେବେଳେ ଆମେ ଗାଧୋଇପଡ଼ୁ ସେତେବେଳେ ଶରୀରର ତାପମାତ୍ରା କମିଯାଏ। ଫଳରେ ଖାଦ୍ୟ ହଜମ ହୋଇନଥାଏ ଏବଂ ବଦହଜମି ଓ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଏ।

ଗରମ ପଦାର୍ଥ ପିଇବା ପରେ:
ଚା’, କଫି ଭଳି ଗରମ ପାନୀୟ ପିଇବାର ତୁରନ୍ତ ପରେ ଗାଧାନ୍ତୁ ନାହିଁ। ଯଦି ଉଷୁମ ପାଣିରେ ଗାଧୋଉଛନ୍ତି ତେବେ ଘଣ୍ଟାଏ ପରେ ଗାଧାନ୍ତୁ। କିନ୍ତୁ ଯଦି ସାଦା ପାଣିରେ ଗାଧାଉଥାନ୍ତି ତେବେ ୨ ଘଣ୍ଟା ପରେ ଗାଧାନ୍ତୁ। କାରଣ ଉଷୁମ ପାନୀୟ ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିଥାଏ। ଏହି ସମୟରେ ଶରୀର ଉପରେ ଥଣ୍ଡା ପାଣି ପଡ଼ିଲେ ଦେହ ଖରାପ ହେବା ସମ୍ଭାବନା ରହିଛି।
ଶୋଇକି ଉଠିବା ପରେ:

ଶୋଇକି ଉଠିବା ପରେ ତୁରନ୍ତ ସାଓ୍ଵାର ତଳେ ଠିଆ ହୋଇଯାଆନ୍ତୁ ନାହିଁ। କାରଣ ଶୋଇଥିବା ବେଳେ ଶରୀରର ତାପମାତ୍ରା ଅଧିକ ଥାଏ ଓ ବ୍ଲଡର ଫ୍ଲୋ ମଧ୍ୟ ସ୍ପିଡ୍ରେ ଥାଏ। ଯଦି ଶୋଇକି ଉଠିବା ପରେ ତୁରନ୍ତ ଗାଧାନ୍ତି ତେବେ ଜ୍ୱର ହେବା ସମ୍ଭାବନା ରହିଛି। ଏଣୁ ସକାଳୁ ଉଠିବା ପରେ ପ୍ରଥମେ ନିତ୍ୟକର୍ମ ସାରନ୍ତୁ ଓ ତା’ପରେ ହିଁ ଗାଧୋଇବାକୁ ଯାଆନ୍ତୁ।
ଯୋଗ, ଏକ୍ସରସାଇଜ୍ ଓ ଡ୍ୟାନ୍ସ କରିସାରିବା ପରେ:
![]()
ଯୋଗ, ଏକ୍ସରସାଇଜ୍ ଓ ଡ୍ୟାନ୍ସ କରିବା ବେଳେ ଶରୀରରେ ଦ୍ରୁତ ଗତିରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ଗରମ ଲାଗେ। ଏହି ସମୟରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଏଣୁ ଯୋଗ କିମ୍ବା କୌଣସି ଶାରୀରିକ କାମ କରିବା ପରେ ତୁରନ୍ତ ଗାଧାନ୍ତୁ ନାହିଁ। ଝାଳ ଶୁଖିବା ପରେ ହିଁ ଗାଧାନ୍ତୁ।



