ଜୀବନଶୈଳୀ

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌ର ଲୋକପ୍ରିୟତା ବଢ଼ିବା ସହ ଲୋକମାନେ ପରସ୍ପର ସହ ଅଧିକ ଜଡ଼ିତ ହୋଇପାରୁଛନ୍ତି। ଖାସ୍‌ କରି ଯୁବପିଢ଼ି ଏବେ ଅତି ସହଜରେ ନିଜର ମନ କଥା ପରିପ୍ରକାଶ କରିପାରୁଛନ୍ତି। ଏହି ସମ୍ପର୍କ ଯେତେ ଶୀଘ୍ର ସ୍ଥାପିତ ହେଉଛି ସେତେ ଶୀଘ୍ର ଭାଙ୍ଗିି ମଧ୍ୟ ଯାଉଛି। ଲୋକମାନେ ଜିନିଷ କିଣିବା ବେଳେ ଓ୍ଵାରେଣ୍ଟି ଗ୍ୟାରେଣ୍ଟି ପଚାରି ବୁଝୁଥିବା ବେଳେ ସମ୍ପର୍କର ସ୍ଥାୟିତ୍ୱକୁ କିନ୍ତୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଦିନେ ଦୁଇଦିନରେ ବ୍ରେକ୍‌ଅପ୍‌ ଏକ ସାଧାରଣ କଥା ପାଲଟିଛି। ପୂର୍ବରୁ ଲୋକମାନେ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବର୍ତ୍ତମାନର ପିଢ଼ି ସମ୍ପର୍କର ମୂଲ୍ୟବୋଧ ବୁଝିପାରୁନାହାନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କିଭଳି ଏକ ବ୍ରେକ୍‌ଅପ୍‌ ପ୍ରୁଫ୍‌ ସମ୍ପର୍କ ବନାଇବେ। କେତେକ ସାଧାରଣ ବିଷୟ ପ୍ରତି ଧ୍ୟାନ ଦେଲେ ଆପଣ ସହଜରେ ସମ୍ପର୍କକୁ ମଜଭୁତ୍‌ କରିପାରିବେ। ଆସନ୍ତୁ ଜାଣିବା ବ୍ରେକ୍‌ପ୍ରୁଫ୍‌ ସମ୍ପର୍କ ପାଇଁ କ’ଣ କରିବେ…

ସମ୍ପର୍କର ମୂଲ୍ୟ ବୁଝନ୍ତୁ:

ଜଣେ ପୁରୁଷ ପାଇଁ ଜଣେ ନାରୀର ଆବଶ୍ୟକତା ରହିଛି। ଏହା ପ୍ରକୃତିର ନିୟମ। ଯଦି କେହି କହୁଛି ମୋତେ କାହାର ଆବଶ୍ୟକତା ନାହିଁ ତେବେ ସେ ପ୍ରକୃତିର ନିୟମକୁ ସ୍ୱୀକାର କରିବାକୁ ଇଚ୍ଛୁକ ନୁହଁନ୍ତି। ଆପଣ ବି ଯଦି ଏଭଳି ଚିନ୍ତାଧାରା ରଖୁଥାନ୍ତି ତେବେ ଏହାକୁ ବଦଳାନ୍ତୁ। ସବୁବେଳେ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ।

ହଠାତ୍‌ ନିଷ୍ପତ୍ତି ନିଅନ୍ତୁ ନାହିଁ:

ଛୋଟ ମୋଟ ଝଗଡ଼ା ସବୁ ପ୍ରେମୀଯୁଗଳଙ୍କ ମଧ୍ୟରେ ହୋଇଥାଏ। ଏହା ଏକ ସାଧାରଣ କଥା। ଝଗଡ଼ାକୁ ପ୍ରେମର ଅଂଶ ମଧ୍ୟ କୁହାଯାଏ। କିନ୍ତୁ ବର୍ତ୍ତମାନର ପିଢ଼ି ଛୋଟ ଛୋଟ ଝଗଡ଼ା ପରେ ସମ୍ପର୍କ କାଟିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଆପଣ ବି ଯଦି ଏଭଳି ଭାବୁଥାନ୍ତି ତେବେ ଏହି ଚିନ୍ତାଧାରାକୁ ଦୂରେଇ ଦିଅନ୍ତୁ। କୌଣସି ଝଗଡ଼ା ପରେ ହଠାତ୍‌ ଶେଷ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଡର ରହିବା ଜରୁରୀ:

ପାର୍ଟନରଙ୍କୁ ହରାଇବା ଡର ବା ସମ୍ପର୍କ ଭାଙ୍ଗିବା ଡର ପ୍ରତ୍ୟେକ ସମ୍ପର୍କରେ ରହିବା ଉଚିତ। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ୍‌ ହୋଇଥାଏ। କେହି ନିଜର ଲୋକକୁ ହରାଇବା ଡର ହିଁ ସମ୍ପର୍କକୁ ଅଧିକ ଗଭୀର କରିଥାଏ।

ସମ୍ପର୍କ ଗଢ଼ିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ:

କୌଣସି ସମ୍ପର୍କ ଆରମ୍ଭ କରିବା ପୂର୍ବରୁ କମ୍‌ ସେ କମ୍‌ ୪ ଥର ଚିନ୍ତା କରନ୍ତୁ। କାରଣ ବର୍ତ୍ତମାନ ଅଧିକାଂଶ ଲୋକ ସମ୍ପର୍କ ଗଢ଼ିସାରିବା ପରେ କାହିଁକି ସମ୍ପର୍କ ବନାଇଲେ ସେ ନେଇ ଚିନ୍ତା କରୁଛନ୍ତି। ଫଳସ୍ୱରୂପ ସମ୍ପର୍କରେ ଗଭୀରତା ଆସୁନାହିଁ। ଏଣୁ ନୂତନ ସମ୍ପର୍କ ବନାଇବା ପୂର୍ବରୁ ନିଜକୁ ଥରେ ପଚାରନ୍ତୁ କାହିଁକି ଏହି ସମ୍ପର୍କ ଗଢ଼ୁଛନ୍ତି।

ସମ୍ପର୍କକୁ ଫ୍ୟାଶନ ବନାନ୍ତୁ ନାହିଁ:

ଷ୍ଟାଇଲ୍‌ ବା ଫ୍ୟାଶନ୍‌କୁ ଦେଖି କାହାକୁ ପାର୍ଟନର ଭାବେ ବାଛନ୍ତୁ ନାହିଁ। ଏହା ଦ୍ୱାରା ସମ୍ପର୍କର ଗାରିମା କମ୍‌ ହୋଇଯାଏ। ଯଦି ଥରେ କୌଣସି ସମ୍ପର୍କକୁ ଆମେ ଅପମାନ କରୁଛେ ତେବେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ସମ୍ପର୍କ ରହିବା ବା ଭାଙ୍ଗିବା ଦ୍ୱାରା କୌଣସି ଫରକ ପଡ଼ିନଥାଏ। ସମ୍ପର୍କକୁ ସବୁଦିନ ପାଇଁ ରଖିବାକୁ ଚାହୁଁଥିଲେ ପାର୍ଟନରଙ୍କ ବ୍ୟବହାର, ଆଚାର ବିଚାର ଓ ଆପଣଙ୍କ ପ୍ରତି ତାଙ୍କ ପ୍ରେମକୁ ଦେଖନ୍ତୁ, ତାଙ୍କ ଡ୍ରେସିଂ କିମ୍ବା ଷ୍ଟାଇଲ୍‌କୁ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button