Beauty Tips- ବେସନରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ମାତ୍ର ଗୋଟିଏ ଦିନରେ ଚେହେରା ଏତେ ଗୋରା ଆଉ ସୁନ୍ଦର ହେଇଯିବ, ସମସ୍ତେ ଦେଖି ହେବେ ଆଶ୍ଚର୍ଯ୍ୟ

ସାଧାରଣ ଭାବରେ ଆପଣ ମାନେ ନିଜ ଚେହେରା କୁ ସୁନ୍ଦର ରଖିବା ପାଇଁ ବହୁତ ଉପାୟ କରନ୍ତି । ବହୁତ ହାଇ ପାୱାର ଔଷଧ ମଧ୍ୟ ଖାଇବାକୁ ପଛାନ୍ତି ନାହିଁ । ଚେହେରା ପାଇଁ ଆପଣ ବହୁତ ଟଙ୍କା ଖରଚ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବେସନର ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ ଲଗାଇ ଆପଣ ବହୁତ ସୁନ୍ଦର ଦେଖା ଯିବେ । ଆପଣଙ୍କ ଚେହେରା ଯଦି ତେଲିଆ ଦେଖାଯାଏ , ମୁହଁ ରେ ଯଦି ବ୍ରଣ ହୋଇଛି , ଅପଣଙ୍କ ଚେହେରାରେ ଯଦି କୌଣସି ଡାର୍କ ମାର୍କ ଅଛି ।
କିମ୍ବା ଆପଣଙ୍କ ଚେହେରା ଯଦି ଢିଲା ପଣ ହୋଇଯାଇଛି ତେବେ ଆପଣ ଏହି ବେସନର ଉପାୟ କରି ଏହି ସବୁ ସମସ୍ୟାରୁ ନିସ୍ତାର ପାଇ ପାରିବେ । ତେବେ ଆସନ୍ତୁ ପ୍ରସ୍ତୁତ କରିବା ଏହି ଉପାୟଟିକୁ ।

ଆପଣ ପ୍ରଥମେ ବେସନ ନିଅନ୍ତୁ । ବେସନ ଚେହେରାକୁ ସୁନ୍ଦର ଓ ସତେଜ ରଖିଥାଏ । ବେସନ ଆପଣ ଙ୍କ ଚେହେରାର ଡାର୍କ ମାର୍କକୁ ଠିକ କରି ଥାଏ । ଏହି ଉପାୟ ପାଇଁ ଅଧା ଚାମଚ ବେଶନ ଗୋଟିଏ ପାତ୍ର ରେ ନିଅନ୍ତୁ । ଏହା ପରେ ସେହି ପରିମାଣରେ ଚାଉଳ ଗୁଣ୍ଡ ନିଅନ୍ତୁ ।

ଚାଉଳ ଚେହେରାକୁ ଟାଇଟ ରଖିଥାଏ । ଏହାପରେ ଲେମ୍ବୁ ରସ ନିଅନ୍ତୁ । ଯଦି ଲେମ୍ବୁ ଆପଣଙ୍କ ଚେହେରାକୁ ଶୁଟ କରୁନାହିଁ ତେବେ ଟମାଟୋ ରସ ନେଇ ପାରିବେ । ଏହା ଦ୍ବାରା ଚେହେରା କୁ ଉଜ୍ବଳ କରିଥାଏ । ଏହା ପରେ କିଛି ମହୁ ନିଅନ୍ତୁ । ମହୁ ଦ୍ୱାରା ଚେହେରାର କିଟାଣୁ ଦୂର ହୋଇଥାଏ ।

ଏହା ପରେ ହଳଦୀ ନିଅନ୍ତୁ । ହଳଦୀ ଚେହେରାକୁ ପରିଷ୍କାର କରିଥାଏ ଓ ଚେହେରାରୁ ଦାଗ ଦୂର କରିଥାଏ । ଏହା ପରେ ଆବଶ୍ୟକତା ଅନୁସାରେ ଗୋଲାପ ଜଳ ନିଅନ୍ତୁ । ଏହା ଦ୍ୱାରା ଚେହେରା ର ଉଜ୍ବଳତା ଆସିଥାଏ । ଏହାପରେ ସବୁ ଜିନିଷର ଏକ ମିଶ୍ରଣ ତିଆରି କରନ୍ତୁ । ଏହି ପେଷ୍ଟକୁ ଆପଣ ଚେହେରାରେ ଧୀରେ ଧୀରେ ଲଗାନ୍ତୁ । ଏହାଦ୍ୱାରା ଆମ ସ୍କିନରୁ ଡେଡ଼ ସ୍କିନ ଦୂର ହୋଇଥାଏ ଏବଂ ଚେହେରାର ତେଲିଆ ଗୁଣକୁ ଦୂର କରିଥାଏ ।

ଏଥିରେ ଥିବା ଚାଉଳ ଗୁଣ୍ଡ ଆମ ଚେହାରକୁ ଟାଇଟ ରଖିଥାଏ । ଆପଣ ଯଦି ଆପଣଙ୍କ ଚେହେରାକୁ ଉଜ୍ବଳ ରଖିବା ପାଇଁ ଚାହାନ୍ତି ତେବେ ସବୁ ଦିନ ଚାଉଳ ଗୁଣ୍ଡକୁ ବ୍ୟବହାର କରନ୍ତୁ । ଏହି ପେଷ୍ଟକୁ ଚେହେରା ତିନି ଚାରି ମିନିଟ ଲଗାଇ ରଖନ୍ତୁ ଓ କିଛି ସମୟ ପରେ ଭଲ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ କିଛି ସମୟ ପରେ ଆପଣଙ୍କ ଚେହେରା ବହୁତ ସୁନ୍ଦର ଦେଖାଯିବ ।



