ସବୁ ପ୍ରକାର ଖାଦ୍ୟରେ ବ୍ୟବହାର ହେଉଥିବା କାଜୁ ବିଷୟରେ ଆପଣ ବି ଜାଣିନଥିବେ ଏସବୁ ଅଜଣା କଥା

କାଜୁ ଖାଇବାକୁ କିଏ ବା ପସନ୍ଦ ନକରେ। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କାଜୁ ଖାଇବାକୁ ଭଲ ପାଆନ୍ତି। ଏଣୁ ରାଗ ହେଉ ବା ମିଠା ସବୁ ଖାଦ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ। ଆମିଷରେ ବିରିୟାନୀ ହେଉ ବା କିଛି ଗ୍ରେଭି ଆଇଟମ୍ରେ କାଜୁ ବ୍ୟବହାର କରାଯାଉଥିବା ବେଳେ ଶାକାହାରୀମାନେ ଖିରିରେ ମଧ୍ୟ କାଜୁ ପକାଇଥାନ୍ତି। ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବାରେ ଏହା ସାହାଯ୍ୟ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ପୁଷ୍ଟିକର ହୋଇଥାଏ କାଜୁ। ଏହି ଡ୍ରାଏ ଫ୍ରୁଟ୍ସକୁ ସକାଳେ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ରୋଷେଇ ଘରେ ସବୁବେଳେ ବ୍ୟବହାର କରାଯାଉଥିବା କାଜୁ ସମ୍ପର୍କରେ କେତେକ କଥା ପ୍ରାୟତଃ କେହି ଜାଣିନଥିବେ। ତେବେ ଆସନ୍ତୁ ଜାଣିବା କାଜୁ ସମ୍ପର୍କରେ କିଛି ରୋଚକ ତଥ୍ୟ:

୧.ସବୁ ପ୍ରକାରରେ ବ୍ୟଞ୍ଜନରେ ବ୍ୟବହାର କରାଯାଉଥିବା କାଜୁରେ ବଟର ମଧ୍ୟ ପ୍ରସ୍ତୁତ କରାଯାଏ।
୨.ପୂର୍ବୋତ୍ତର ବ୍ରାଜିଲ୍ରେ ମୂଳ ରୂପରେ କାଜୁ ଚାଷ କରାଯାଇଥିଲା।
୩.ପର୍ତ୍ତୁଗାଲରେ ୧୫୫୦ ମସିହାରେ ପ୍ରଥମେ କାଜୁ ଚାଷ ଆରମ୍ଭ ହୋଇଥିଲା।

୪.୨୦୧୫ ମସିହାରେ ଭାରତରେ ୭,୩୮,୮୬୧ ଟନ୍ କାଜୁ ଉତ୍ପାଦିତ ହୋଇଥିଲା।
୫.ଲଙ୍କା ଆମ୍ବ(କେଶ୍ୟୁ ଆପଲ)ର ମଞ୍ଜି ହେଉଛି କାଜୁ। କଞ୍ଚା ଥିବା ବେଳେ ଏହାର ରଙ୍ଗ ସବୁଜ ଥାଏ।
୬.କାଜୁର ଗଛ ପ୍ରାୟ ୧୪ ମିଟର ଲମ୍ବା ହୋଇଥିଲା।
୭.କାଜୁ ଗଛର ଅଠାକୁ ବ୍ରେକ୍ ଲାଇନର ଏବଂ ରଙ୍ଗ ଭାବେ ବ୍ୟବହାର କରାଯାଏ।



