ଜୀବନଶୈଳୀ

ପ୍ରେମିକ କିମ୍ବା ସ୍ୱାମୀଙ୍କ ଠାରୁ ଏହି ଆଶା ରଖିଥାନ୍ତି ପ୍ରତ୍ୟେକ ନାରୀ, କିନ୍ତୁ କେବେ ବି ସାମ୍ନାରେ କହିପାରନ୍ତି ନାହିଁ

କୁହାଯାଏ, ଝିଅମାନେ ନିଜ ପେଟରେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ। ଆପଣ ତାଙ୍କୁ ଯେଉଁ କଥା କାହାକୁ କହିବାକୁ ମନା କରିଥିବେ, ସେମାନେ ସେହି କଥାକୁ ତାଙ୍କ ନିକଟତର ଲୋକଙ୍କୁ କହିଥାନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଯୁବତୀମାନଙ୍କ ମନରେ ଏପରି କିଛି କଥା ରହିଥାଏ, ଯାହା ସେ ନିଜର ପାର୍ଟନର କିମ୍ବା ପ୍ରେମିକ ଠାରୁ ଆଶା କରିଥାଏ, କିନ୍ତୁ କେବେ କୁହନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କ’ଣ ଏହି କଥା.. ଯାହାକୁ ପ୍ରେମିକା ନିଜ ପ୍ରେମିକକୁ କହିପାରନ୍ତି ନାହିଁ..

2

ଯେଉଁଭଳି ସବୁ ପୁରୁଷ ନିଜ ପତ୍ନୀ କିମ୍ବା ପ୍ରେମିକା ଠାରୁ ଘରେ ହେଉ ଅବା ବାହାରେ ତାଙ୍କର ସମ୍ମାନ କରନ୍ତୁ ବୋଲି ଚାହାନ୍ତି, ସେହିପରି ମହିଳାମାନେ ମଧ୍ୟ ପୁରୁଷଙ୍କ ଠାରୁ ଏହିକଥା ଆଶା କରିଥାନ୍ତି। ଯୁବତୀମାନେ ଚାହାନ୍ତି କି, ତାଙ୍କ ପତି କିମ୍ବା ପ୍ରେମିକ ତାଙ୍କୁ କେବଳ ଏକାଥିବା ବେଳେ ନୁହେଁ ବରଂ ଅଲଗା ସମୟରେ ମଧ୍ୟ ଭଲପାଇବା ଏବଂ ସମ୍ମାନ କରିବା ଉଚିତ।

1

ସମ୍ପର୍କରେ ପରସ୍ପରର ଭାବନାକୁ ବୁଝିବା ନିତାନ୍ତ ଜରୁରୀ। ଯଦି ପରସ୍ପରର ଭାବନାକୁ ନ ବୁଝିବା ତେବେ ଜୀବନ ଅତିବାହିତ କରିବା ଅସମ୍ଭବ ହୋଇପଡିବ। ଅନେକ ଥର ପୁଅମାନେ ଝିଅଙ୍କ ଭାବନା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଯାହା ଝିଅମାନଙ୍କୁ ପସନ୍ଦ ଆସିନଥାଏ।

ସବୁବେଳେ ଦେଖାଯାଏ କି, ପୁଅମାନେ ନିଜ ଜୀବନସାଥିକୁ କୌଣସି ଭୁଲ କଲେ କ୍ଷମା ମାଗିବାକୁ ପ୍ରସ୍ତୁତ ନଥାନ୍ତି। ଯଦି ଆପଣ ଏପରି କରୁଛନ୍ତି, ତେବେ ନିଜକୁ ସୁଧାରିନିଅନ୍ତି। ଭୁଲ ଥିଲେ ଆପଣ ନିଜଆଡୁ ସ୍ୱୀକାର କରିନେଇ କ୍ଷମା ମାଗି ଦିଅନ୍ତୁ। ଯାହା ଆପଣଙ୍କ ପତ୍ନୀ କିମ୍ବା ପ୍ରେମିକକୁ ପସନ୍ଦ ଆସିବ। ସବୁ ଝିଅ ଚାହାନ୍ତି କି, ତାଙ୍କ ସ୍ୱପ୍ନର ରାଜକୁମାର ଉଦାର ସ୍ୱଭାବର ହୁଅନ୍ତୁ।

4

ସମ୍ପର୍କରେ ସଚ୍ଚୋଟତା ରହିବା ନିତାନ୍ତ ଜରୁରୀ। ଝିଅମାନେ ଏହା ନିଜ ପତି କିମ୍ବା ପ୍ରେମିକ ଠାରୁ ଏହା ଆଶା କରିଥାନ୍ତି। ତାଙ୍କ ପ୍ରେମିକା କିମ୍ବା ପତି ତାଙ୍କୁ ମିଛ କହୁ ଏହା ସେମାନଙ୍କର ବିଲକୁଲ ପସନ୍ଦ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button