ବିଚାର

ଶରୀରରେ ଏହି ଅଙ୍ଗରେ ଥିବା କଳାଜାଇ ହୋଇଥାଏ ବହୁତ ଶୁଭ, ସବର୍ଦା ରହିଥାନ୍ତି ସଫଳତାର ଶୀର୍ଷରେ

ସମସ୍ତଙ୍କ ଶରୀରରେ କଳାଜାଇ ଥାଏ। କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ ବୋଲି ମାନ୍ୟତା ରହିଛି। ସେହିଭଳି ହସ୍ତରେଖା ବିଜ୍ଞାନରେ କିଛି କଳାଜାଇକୁ ଅଶୁଭ ଏବଂ କଷ୍ଟକାରୀ ବୋଲି ଧରାଯାଇଛି। କିନ୍ତୁ ଯଦି ଆପଣଙ୍କର ଏହି ଖାସ୍‌ ଅଙ୍ଗରେ କଳାଜାଇ ରହିଥାଏ ତେବେ ଆଣଙ୍କୁ ନା କେବଳ ଜୀବନରେ ଧନ ଦୌଲତ ମିଳିବ ବରଂ ଆପଣଙ୍କୁ ମାନ-ସମ୍ମାନ ଏବଂ ସୁଖମୟ ଜୀବନର ଆନନ୍ଦକୁ ମଧ୍ୟ ପ୍ରାପ୍ତ କରିପାରନ୍ତି।

-ସମୁଦ୍ରଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ନାଭି ପାଖରେ କଳାଜାଇ ଅଛି ତେବେ ଏହା ଆପଣଙ୍କୁ ବହୁତ ଶୁଭଫଳ ଦେଇଥାଏ। ଏମିତି କଳାଜାଇ ଥିବା ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ସୂଚନା ଦେଇଥାଏ।

mole2-ସମୁଦ୍ରଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

-ପାଦ ଆଙ୍ଗୁଠିରେ କଳାଜାଇ ଥିଲେ ଆପଣ ସମ୍ପନ୍ନ ହେବା ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତି ହେବ।
କାନ ଉପରେ କଳାଜାଇ ରହିବା ଦ୍ୱାରା ବ୍ୟକ୍ତି ଜ୍ଞାନୀ ଏବଂ ବୁଦ୍ଧିମାନ ହୋଇଥାନ୍ତି। ସେ ନିଜର ଜ୍ଞାନ ବଳରେ ଧନ ଅର୍ଜନ କରନ୍ତି।

mole ear-ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।

-କାନରେ କଳାଜାଇ ଥିଲେ ବ୍ୟକ୍ତିଙ୍କର ବିବାହ ଜଲଦି ହୋଇଥାଏ। ଏହାସହିତ ବ୍ୟକ୍ତିଙ୍କୁ ବହୁତ ସୁନ୍ଦର ପତ୍ନୀ ମିଳିଥାଏ।

-ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।

nabhi– ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।

-ଯେଉଁ ବ୍ୟକ୍ତିଙ୍କ ପିଠିରେ କଳାଜାଇ ଥାଏ ସେ ବହୁତ ମହତ୍ୱାକାଂକ୍ଷୀ ଏବଂ ଭୌତିକବାଦୀ ହୋଇଥାନ୍ତି। ଏମିତି ବ୍ୟକ୍ତି ଧନକୁ ସଞ୍ଚୟ କରି ରଖିଥାନ୍ତି ଏବଂ ହୃଦୟ ଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି।

mole pithi-ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।

-ମଧ୍ୟମା ଆଙ୍ଗୁଳିରେ କଳାଜାଇ ରହିଲେ ବ୍ୟକ୍ତି ବିଦ୍ୱାନ, ଧନବାନ ଏବଂ ସମ୍ମାନିତ ହୋଇଥାନ୍ତି।

finger-ଶରୀରରେ କେବଳ ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ନାଲିଯାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ନାଲିଯାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ।

-ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସଫଳତା ଅତି ସହଜରେ ପ୍ରାପ୍ତ କରିଥାନ୍ତିି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button