ଦେଶ ବିଦେଶ

ଯୌତୁକ ରେ ନେଲେ 1 ଟଙ୍କା, ହେଲିକ୍ୟାପ୍ଟରରେ ଆଣିଲେ ବୋହୂ, ମା’ର ସ୍ଵପ୍ନ ପୂରଣ କରିବା ପାଇଁ ପୁଅ କଲା ଏମିତି ଅନୋଖା ବିବାହ, ଶୁଣିଲେ ଆପଣ ବି କହିବେ ବାଃ…ବାଃ…

ନମସ୍କାର ବନ୍ଧୁଗଣ ଯୌତୁକ ନେବା ଏବଂ ଦେବା ଭାରତୀୟ ଆଇନ ରେ ଏକ ଅପରାଧ କିନ୍ତୁ ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଯୌତୁକ ପ୍ରଥା କୁ ଆଗେଇ ନେଉଛନ୍ତି । କିଛି ଲୋକ ଏକଦମ ଖୋଲା ଭାବରେ ଡିମାଣ୍ଡ କରୁଛନ୍ତି ତ କିଛି ଲୋକ ପରୋକ୍ଷ ଭାବରେ ।

ଆଉ କିଛି ଲୋକ ବିବାହ ର ମଝିରୁ ଡିମାଣ୍ଡ କରନ୍ତି ଏବଂ ବଦନାମୀ ଏବଂ ସମାଜ ର ଭୟ ରେ ଝିଅ ଵାଲା କୁ ତାହା ପୂରଣ କରିବାକୁ ପଡିଥାଏ ତେବେ ସବୁ ଲୋକ ଏଭଳି ନ ଥାନ୍ତି କିଛି ଲୋକ ଥାଆନ୍ତି ଯେଉଁମାନେ ଯୌତୁକ ପ୍ରଥା କୁ ଘୃଣା କରନ୍ତି ଏବଂ ବୋହୂ କୁ ଝିଅ ଭଳି ସ୍ନେହ କରନ୍ତି ।

ଆଜି କାଲି ଲୋକମାନେ ଝିଅ କୁ ବୋଝ ବୋଲି ଭାବିଥାନ୍ତି କିନ୍ତୁ ଆଜି ଆମେ ଯେଉଁ ପରିବାର ବିଷୟ ରେ କହିବୁ ସେ ନିଜ ବୋହୁ କୁ ଝିଅ ଭଳି ଭଲ ପାଆନ୍ତି ଏବଂ ଯୌତୁକ ରେ ମଧ୍ୟ କିଛି ନେଇ ନାହାନ୍ତି ଏହା ଛଡା ଲକ୍ଷ ଟଂକା ଖର୍ଚ୍ଚ କରି ବୋହୁ ର ବିଦାୟୀ ହେଲିକପ୍ଟର ରେ କରେଇଥିଲେ ।

ଆମେ ଯେଉଁ ପରିବାର ବିଷୟରେ ଆଲୋଚନା କରୁଛୁ ସେ ହରିୟାଣା ର ପାନିପତ ରେ ବାସ କରନ୍ତି । ମୁନିଷ ସୈନି ଙ୍କ ପରିବାର ତାଙ୍କ ପୁଅ ର ବିବାହ ନର୍ବାନା ରେ ରହୁଥିବା ମୋନିକା ସୈନି ଙ୍କ ସହ ନିଶ୍ଚୟ କରିଥିଲେ । ଏହି ବିବାହ ରେ ମୁନିଷ ଯୌତୁକ ରେ ଗୋଟିଏ ଟଙ୍କା ମଧ୍ୟ ନେଇ ନଥିଲେ ଏବଂ ଏହା ଛଡା ସେ ବୋହୂ ର ବିଦାୟୀ ପାଇଁ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ରେ କରିଥିଲେ କାରଣ ତାଙ୍କ ମାଆ ଙ୍କ ସ୍ୱପ୍ନ ଥିଲା କି ତାଙ୍କ ବୋହୂ ହେଲିକପ୍ଟର ରେ ଆସୁ ବୋଲି ତେଣୁ ନିଜ ମାଆଙ୍କ ସ୍ୱପ୍ନ କୁ ପୁରା କରିବା ପାଇଁ ସେ ହେଲିକପ୍ଟର ବୁକ କରିଥିଲେ

ମୁନିଷ ଙ୍କ ବାପା ରାମକୁମାର ସୈନି ପୂର୍ବ ପାର୍ଷଦ ରହି ସାରିଛନ୍ତି । ତାଙ୍କର ତିନିଜଣ ପୁଅ ଏବଂ ଗୋଟିଏ ଝିଅ ଏବଂ ସେ ତାଙ୍କର ଦୁଇ ପୁଅ ଙ୍କ ବିବାହ ରେ ଯୌତୁକ ନେଇ ନଥିଲେ କି ନିଜ ଝିଅ ର ବିବାହ ରେ ଯୌତୁକ ଦେଇ ନଥିଲେ ତେବେ ତାଙ୍କ ସ୍ତ୍ରୀ ଙ୍କ ଇଚ୍ଛା ଥିଲା କି ତାଙ୍କର ସାନ ବୋହୁ ହେଲିକପ୍ଟର ରେ ଆସୁ ତେଣୁ ମୁନିଷ ନିଜ ମାଆ ଙ୍କ ଇଚ୍ଛା କୁ ରଖିବା ପାଇଁ ନିଜ ପତ୍ନୀ ଙ୍କୁ ହେଲିକପ୍ଟରରେ ବିଦାୟୀ କରାଇଥିଲେ ।

ରାମକୁମାର ସମାଜ କୁ କହିଛନ୍ତି କି ଝିଅ କୁ ବୋଝ ଭାବିବା ଭୁଲ । ପୁଅ ଝିଅ ଉଭୟ ସମାନ ଏବଂ ମୋଦୀ ଜି ଙ୍କ ବେଟି ବଚାଅ ଏବଂ ବେଟି ପଢ଼ାଅ ର ପାଳନ କରିବା ଉଚିତ । ମୁନିଷ ପାନିପତ ର ପୂର୍ବ ପାର୍ଷଦ ଙ୍କ ପୁଅ ହେବା ସହ ବର୍ତ୍ତମାନ ର ପାର୍ଷଦ କୋମଲ ସୈନି ଙ୍କ ଦିଅର ମଧ୍ୟ । ମୁନିଷ ନିଜ ବିବାହ ରେ କେବଳ ସଗୁନ ର ଏକ ଟଙ୍କା ଛଡା ଆଉ କିଛି ନେଇ ନଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button