ଧର୍ମ

ଆମ ଦ୍ଵାରା ଯଦି ହୁଏ ଏହି ଭୁଲ, ତେବେ ଧନ ଦେବୀ ମା ଲକ୍ଷ୍ମୀ ଛାଡି ଦିଅନ୍ତି ଆମର ସାଥ

ଆଜିକା ସମୟରେ ଏମିତି କେହି ନାହାନ୍ତି ଯାହାକୁ ଟଙ୍କା ଦରକାର ନାହିଁ, ଦିନ ରାତି ମଣିଷ ଭଲ ସୁଖ ସୁବିଧା ପ୍ରାପ୍ତ କରିବା ପାଇଁ କଷ୍ଟ ପରିଶ୍ରମ କରିଥାଏ କିନ୍ତୁ ସବୁ ଲୋକଙ୍କ ଭାଗ୍ୟ ଗୋଟେ ପରି ହୋଇ ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ମଧ୍ୟ ବହୁତ ମାଲାମାଲ ହୋଇଯିବେ । ସବୁ ମଣିଷ ଶ୍ରଦ୍ଧା ଠାକୁରଙ୍କ ଉପରେ ହୋଇଥାଏ ଏବଂ ଏହି ବିଶ୍ଵାସ ଏବଂ ଶ୍ରଦ୍ଧା ପାଇଁ ସେ ଠାକୁରଙ୍କ ମନ ଧ୍ୟାନ ଦେଇ ଆରାଧନା କରନ୍ତି ।

ଠାକୁର ମଧ୍ୟ ସମସ୍ତଙ୍କ କଥା ଶୁଣନ୍ତି ଓ ନିଜ ଭକ୍ତଙ୍କ ମନୋକାମନା ପୂର୍ଣ କରନ୍ତି, କିନ୍ତୁ କିନ୍ତୁ ଯେତେବେଳେ ବ୍ୟକ୍ତି ପୂର୍ଣ ସତ୍ୟ ହୃଦୟରେ ଠାକୁରଙ୍କୁ ଡାକିଥାନ୍ତି ସେତେବେଳେ ତାଙ୍କୁ ଭଲ ଫଳ ପ୍ରାପ୍ତ ହୋଇଥାଏ ଏବଂ ତାଙ୍କ ମନସ୍କାମନା ପୂର୍ଣ ହୋଇଥାଏ ।

ଯଦି ଆପଣ ମଧ୍ୟ ଧନ ପାଇବା ପାଇଁ ଇଛା କରୁଛନ୍ତି ଏବଂ ତେବେ ଏଥିପାଇଁ ଆପଣଙ୍କୁ ଧନ ଲକ୍ଷ୍ମୀ ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରଶାନ କରିବା ବହୁତ ଆବଶ୍ୟକ ଅଟେ । ବର୍ତମାନ ସମୟରେ ସମସ୍ତଙ୍କୁ ଅଧିକ ଧନ ଇଛା ହୋଇଥାଏ, ପ୍ରତେକ ଲୋକ ଏହା ଚାହାନ୍ତି ଯେ ତାଙ୍କ ଘର ପରିବାର ରେ କେବେ କୌଣସି ପ୍ରକାର ଅସୁବିଧା ନହେଉ । ତାଙ୍କ ଘର ସବୁବେଳେ ଧନ ଧାନ୍ୟ ଠାରୁ ପରି ପୂର୍ଣ ରହୁ, ଯାହା ପାଇଁ ଲୋକ ଛୋଟ ବଡ ଉପାୟ ପ୍ରୟୋଗ କରୁଥାନ୍ତି, ଅଲଗା ଅଲଗା ବିଧି ଦ୍ଵାରା ଲୋକ ମାତା ଲକ୍ଷ୍ମୀଙ୍କୁ ପ୍ରଶନ କରିବା ପାଇଁ ଚେଷ୍ଟା କରନ୍ତି ଯାହା ଦ୍ଵାରା ତାଙ୍କ ଜୀବନ ସବୁ ପ୍ରକାର ଅସୁବିଧା ଦୂର କରିବା ପାଇଁ ପ୍ରୟାଶ କରନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଉଚିତ ନୁହ :

ଅହଂକାର କରିବା :

ଯଦି କୌଣସି ଘର ରେ ରହିବା ଲୋକଙ୍କ ମନରେ ଯଦି ଅହଂକାର ଅଟେ ଓ ଲୋକ ଅହଂକାରରେ ଲିପ୍ତ ରୁହନ୍ତି ତେବେ ଏହି କାରଣ ପାଇଁ ମାତା ଲକ୍ଷ୍ମୀ ସେହି ଘର ଛାଡି ଦିଅନ୍ତି ।

ଲୋଭ କରିବା :

ଯେଉଁ ପରିବାର ସଦସ୍ୟ ଲୋଭୀ ସ୍ଵଭାବ ର ହୋଇଥାନ୍ତି, ସେହି ଘରେ ମା ଲକ୍ଷ୍ମୀ ମାତା ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତୁ ନାହିଁ, ଶାସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି ଯେ ଲୋଭୀ ଲୋକ ପାଖରେ ଲକ୍ଷ୍ମୀ ମାତା ରୁହନ୍ତି ନାହିଁ ।

ମହିଳାଙ୍କ ଅପମାନ କରିବା

ଯେଉଁ ଘରେ ମହିଳା ମାନଙ୍କର ସମ୍ମାନ ହୁଏ ନାହିଁ, ଘରର ମହିଳା ମାନଙ୍କୁ ଅନାଦାର କରାଯାଏ, ସେହି ଘରୁ ମାତା ଲକ୍ଷ୍ମୀ ରାଗି ଚାଲି ଯାଆନ୍ତି । ମହିଳାଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ ।

ସ୍ତ୍ରୀ ପୁରୁଷଙ୍କ କାମ ଭାବନା

ଯେଉଁ ଘରେ ସ୍ତ୍ରୀ ଏବଂ ପୁରୁଷ କାମ ଭାବନାରେ ଲିପ୍ତ ରୁହନ୍ତି ତେବେ ସେହି ଘରେ ଧନ ଦେବୀ ମା ଲକ୍ଷ୍ମୀ ଅଧିକ ସମୟ ରୁହନ୍ତି ନାହିଁ, କାହିଁକି ନା କାମ ଭାବନାକୁ ସେହି ଘରେ ଧର୍ମର ଉପେକ୍ଷା ବୋଲି ମନାଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button