ସ୍ୱାସ୍ଥ୍ୟ

ଘିଅ ଲଗା ରୁଟି ଖାଆନ୍ତୁ, ଓଜନ କମିବା ସହିତ ଆହୁରି ଅନେକ ସମସ୍ୟାକୁ କରିବ ଦୂର

ଆମ ସୁସ୍ଥ ରଖିବା ପାଇଁ ଆମକୁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। କିନ୍ତୁ ଆଜିକାଲିର ଖରାପ ଜୀବନଶୈଳୀ ପାଇଁ ଲୋକମାନେ ବହୁତ ସମସ୍ୟାରେ ପଡୁଛନ୍ତି। ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍ ଫୁଡ୍ ଖାଇବାକୁ ବେଶି ପସନ୍ଦ କରୁଛନ୍ତି, ଯାହାକି ସ୍ବାସ୍ଥ୍ୟପାଇଁ କ୍ଷତିକାରକ। ଏଥିସହ ଅଧିକାଂଶ ଲୋକ ପରଟା ବନାଇବା ପାଇଁ ରିଫାଇନ୍ କିମ୍ବା ଅନ୍ୟ ତେଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣଙ୍କ ଅଗାଣତରେ ଏହା ଆପଣଙ୍କର ଶରୀରରକୁ ଧୀରେ ଧୀରେ କ୍ଷତି ପହଁଚାଇଥାଏ। ଯଦି ଆପଣ ଏହି ତେଲ ପରିବର୍ତ୍ତେ ଘିଅର ବ୍ୟବହାର କରିବେ ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ତ୍ୱଚା ପାଇଁ

ଘିଅରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା ପାଇଁ ଲାଭଦାୟକ। ଏହା ମୃତକୋଷିକାକୁ ନଷ୍ଟ କରିଥାଏ, ଯଦ୍ଦ୍ବାରା ପିପଲ୍ସ ପରି ସମସ୍ୟା ଦେଖାଦେଇ ନ ଥାଏ। ତ୍ୱଚାରେ ଚମକ ଆସିଥାଏ ।

ghee roti

ଓଜନ ହ୍ରାସ ପାଇଁ

ଓଜନ କମ୍ କରିବା ପାଇଁ ଗୁଆଘିଅ ସବୁଠାରୁ ଲାଭଦାୟକ। ଘିଅ ଶରୀରର ମୋଟାବଲିଜିମ୍ ବୃଦ୍ଧି କରିଥାଏ। ଯଦ୍ଦ୍ବାରା ଓଜନ କମ୍ ହୋଇଥାଏ। ଏଥିସହ ଶରୀରର ମୋଟାପଣକୁ ଏନର୍ଜିରେ ମଧ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ।

କୋଲେଷ୍ଟରଲ ନିୟନ୍ତ୍ରଣ ପାଇଁ

ଘିଅ ଶରୀରର କୋଲେଷ୍ଟରଲର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଏଥିସହ ଶରୀରର ରକ୍ତ ସଂଚାଳନ ଠିକ୍ ରଖିଥାଏ।

ପେଟ ପାଇଁ

ରୁଟିରେ ଘିଅ ଲଗାଇ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। କୋଷ୍ଠକାଠିନ୍ୟ, ଏସିଡିଟି ଆଦି ସମସ୍ୟା କମ୍ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button