ବିଚାର

କାମ ପୂର୍ବରୁ ଛିଙ୍କିବା ହୋଇଥାଏ ଆପଣଙ୍କ ପାଇଁ ଲାଭ, ଜାଣନ୍ତୁ ଶୁଭ ଏବଂ ଅଶୁଭକୁ ନେଇ ଏହି ୫ ଖାସ କଥା

ସବୁ ମଣିଷଙ୍କୁ ଜୀବନରେ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଅନେକ ସମସ୍ୟା ଏବଂ କଠିନତାକୁ ପୂର୍ବରୁ ସୁଧୁରି ହେବ। ଜ୍ୟେତିଷ ଶାସ୍ତ୍ରରେ ଏମିତି ବହୁତ ସଂକେତ ରହିଛି, ଯାହା ପୂର୍ବରୁ ଶୁଭ ଏବଂ ଅଶୁଭ ଘଟଣା ବିଷୟରେ ଜଣାଇଥାଏ। ଏମିତି ଘଟଣାକୁ ଶୁଭ ଏବଂ ଅଶୁଭ କୁହାଯାଏ। ଅନେକ ଲୋକ ଭାବନ୍ତି ଯେ ରାସ୍ତାରେ ଗଲାବେଳେ ବିଲେଇ ଆଗରେ ଚାଲିଗଲେ କିମ୍ବା କାମ ଆରମ୍ଭ ପୂର୍ବରୁ କିଏ ଛିଙ୍କି ଦେଲେ ଅଶୁଭ ହୋଇଥାଏ। ଏହାକୁ ଅଶୁଭ ଏବଂ ହେଉଥିବା କାମ ବିଗିଡି ଯାଏ ବୋଲି ଧରାଯାଏ। ଆସନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଶୁଭ ଏବଂ ଅଶୁଭ ସମ୍ପର୍କରେ ଜଣାଇବୁ ଯାହା ଦ୍ବାରା ଆପଣ ହେବାକୁ ଥିବା ଶୁଭ ଘଟଣାକୁ ଅନୁଭବ କରିପାରିବେ ଏବଂ ଅଶୁଭ ଘଟଣାରୁ ରକ୍ଷା ପାଇପାରିବେ।
ଶୁଭ ଏବଂ ଅଶୁଭ

-କାମ ପୂର୍ବରୁ ଛିଙ୍କିବାକୁ ଅଶୁଭ ସଂକେତ ବୋଲି ଧରାଯାଏ। କିନ୍ତୁ ଅନେକ ଥର ଏହା ଶୁଭ ମଧ୍ୟ ହୋଇଥାଏ। ଯଦି ଆପଣ ବଜାରରେ କିଣାବିକା କରୁଛନ୍ତି ଏବଂ ଏହି ସମୟରେ କେହି ଛିଙ୍କିଦେଲେ ଏହାକୁ ଶୁଭ ବୋଲି ଧରାଯାଏ। ସେହିଭଳି ଘରୁ ବାହାରିଲା ସମୟରେ କୌଣସି କାମ ଆରମ୍ଭ କରିବା ପୂର୍ବରୁ କେବଳ ଡାହାଣ ପାର୍ଶ୍ବରେ ଛିଙ୍କିଲେ ତାହାକୁ ଅଶୁଭ ବୋଲି ଧରାଯାଏ। ଏମିତିରେ ଆପଣ କିଛି ସମୟ ପାଇଁ ଅଟକି ଯାଇ ପୁଣି କାମ ଆରମ୍ଭ କରନ୍ତୁ।

cow sound-ଅନେକ ଥର ଆପଣ ଗାଈର ରମ୍ଭା ରଡିର ଶବ୍ଦ ଶୁଣିଥିବେ,ଜ୍ୟେତିଷ ଶାସ୍ତ୍ରରେ ଏହି ଶବ୍ଦକୁ ଶୁଭ ଏବଂ ଅଶୁଭ ସଂକେତ ଭାବେ ଧରାଯାଏ। ଯଦି ସକାଳୁ ଘରୁ ବାହାରିବା ସମୟରେ ଗାଈର ରମ୍ଭା ରଡି ଶୁଣନ୍ତି ତେବେ ଏହାକୁ ଶୁଭ ବୋଲି କୁହଯାଏ। ଏହାକୁ ଲାଭ ବୋଲି ମଧ୍ୟ ଧରାଯାଏ। ସେହିଭଳି ସନ୍ଧ୍ୟା ସମୟରେ ଏହି ଶବ୍ଦ ଶୁଣାଗଲେ ଏହାକୁ ଅଶୁଭ ବୋଲି ଧରାଯାଏ।

-ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଯାଉଛନ୍ତି, ସେହି ସମୟରେ ଆପଣଙ୍କ ସାମ୍ନାରେ ସଧବା ସ୍ତ୍ରୀ କିମ୍ବା ଗାଈ ଚାଲିଯାଆନ୍ତି, ତେବେ କାମରେ ସଫଳତା ମିଳିବାର ସମ୍ଭାବନା ବଢ଼ିଯାଇଥାଏ। ସେହଭଳି ଯଦି ବିଲେଇ ରାସ୍ତା କାଟିଲେ କାମରେ ଅସଫତାର ଅଶଙ୍କା ରହିଥାଏ। ଆପଣ ଘରକୁ ଫେରି କିଛି ସମୟ ବିଶ୍ରାମ କରି ଗଲେ ଭଲ ହୋଇଥାଏ।

Black cat-ଶୁଭ ଏବଂ ଅଶୁଭର ବହୁତ ସଂକେତ ସ୍ବପ୍ନରୁ ମଧ୍ୟ ମିଳିଥାଏ। ଯଥା ବିଲେଇକୁ ମୂଷା ଧରିଥାଏ, ନିଜର ଅପରେସନ ହେଉଥିବା ବା ଅନ୍ୟ ଲୋକ ଖୁସି ହେଉଥିବାର ଦେଖନ୍ତି, ତେବେ ଏହି ସ୍ବପ୍ନ ଆପଣଙ୍କ ପାଇଁ ଶୁଭ ବୋଲି ଇସାରା କରିଥାଏ। ସେହିଭଳି ସ୍ବପ୍ନରେ କାଗଜର ଲେଣଦେଣ କରିବା ଆପଣଙ୍କ ପାଇଁ ଅଶୁଭ ବୋଲି ଧରାଯାଏ।

-ଯଦି ଦିନ ଭିତରେ ଆପଣଙ୍କ ସାକ୍ଷାତ କୌଣସି ଏମିତି ବ୍ୟକ୍ତିଙ୍କ ସହିତ ହୁଏ ଯାହାଙ୍କର କାନରେ ବହୁତ କେଶ ଥାଏ, ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଜ୍ୟେତିଷ ଶାସ୍ତ୍ରରେ ମଧ୍ୟ ଏହାକୁ ଶୁଭ ବୋଲି ଧରାଯାଇଛି। ସେହିଭଳି ଆକାଶରେ ତାରା ଛିଡିବା ଭଳି ସଂକେତ ଦେଖାଗଲେ ଏହା ସ୍ବାସ୍ଥ୍ୟ ଖରାପ ହେବାର ସୂଚନା ଦେଇଥାଏ। ଏହାଦ୍ବାରା ଚାକିରୀରେ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button