ଦେଶ ବିଦେଶ

ଚେହେରାର ଜଟିଳ ସମସ୍ୟା ଦୂରକରିବ କଫି ମାସ୍କ, ଜାଣନ୍ତୁ କିପରି କରିବେ ବ୍ୟବହାର

ଚେହେରା ସହିତ ଜଡିତ ଅନେକ ସମସ୍ୟାର ନିବାରଣ ପାଇଁ ପ୍ରତ୍ୟେକ ଯୁବତୀ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ସ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ ସମସ୍ୟାର ସମାଧାନ ପାଆନ୍ତି ନାହିଁ। ଗରମ ଦିନରେ ନିଜର ତ୍ୱଚାର ଧ୍ୟାନ ରଖିବା ଉଚିତ। ତ୍ୱଚାରେ କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି, ଯାହା ତ୍ୱଚା ପାଇଁ ହାନିକାରକ ହୋଇଥାଏ। ଏମିତିରେ ଆପଣ ନିଜ ତ୍ୱଚାର ଅନେକ ସମସ୍ୟା ସମାଧାନ କେବଳ କଫି ପାଉଡରରେ କରିପାରିବେ। ମୁହଁରେ କଫି ମାସ୍କ ବ୍ୟବହାର କରନ୍ତୁ, ବିଭିନ୍ନ ତ୍ୱଚା ସମସ୍ୟାରୁ ମୁକ୍ତି ପାଇବେ।

face pack

ଆବଶ୍ୟକ ସାମଗ୍ରୀ :

୧ ଟେବୁଲସ୍ପୁନ କଫି

୧ ଟେବୁଲସ୍ପୁନ ଦହି

୧ ଚାମଚ ମହୁ

coffe

ପ୍ରସ୍ତୁତି ପ୍ରଣାଳୀ :

ଏକ ପାତ୍ରରେ କଫି, ଦହି, ମହୁ ମିଶାଇ ଭଲଭାବେ ଏକ ପେଷ୍ଟ ଦିଆରି କରିଦିଅନ୍ତୁ। ତା’ ପରେ ଏକ ବ୍ରଶ ହେଉ ଅବା ହାତ ସାହାଯ୍ୟରେ ଭଲ ଭାବେ ମୁହଁରେ ଏହି ପେଷ୍ଟକୁ ଲଗାଇଦିଅନ୍ତୁ। ଏହି ପେଷ୍ଟକୁ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇବା ପରେ ସାମାନ୍ୟ ପାଣିରେ ମୁହଁ ଧୋଇଦିଅନ୍ତୁ। ତ୍ୱଚାରୁ ମଇଳା ଏବଂ ମୃତ କୋଷିକାକୁ ହଟାଇବା ପାଇଁ ଧୀରେ ଧୀରେ ଏହାକୁ ୨ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏହି ମାସ୍କକୁ ଅତିକମ୍‌ରେ ସପ୍ତାହକୁ ୨-୩ ଥର ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ସ୍କ୍ରିନ ହାଇଡ୍ରେଟ ହେବା ସହିତ ଚେହେରା ମଧ୍ୟ ଗୋରା ହୋଇଥାଏ। ଏହାସହିତ ସ୍କିନ କୋମଳ ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button