ଜୀବନଶୈଳୀ

ଶ୍ମଶାନରେ ଝିଅର ଶବକୁ ରଖି ମା’ ବିକିଲା ମେଳାରେ ଖେଳନା, ତାପର ଦିନ କଲା ଅନ୍ତିମ ସଂସ୍କାର

ରାଜସ୍ଥାନ ସ୍ଥିତ ପାଲୀରୁ ଭାବୁକ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଏଠାରେ ନିଜ ଝିଅର ମୃତ୍ୟୁ ପରେ ଜଣେ ମା ନିଜେ ଖେଳଣା ଦୋକାନ କଲେ ଓ ଖେଳଣା ବିକ୍ରି କରିବା ପରେ ତା’ ପରଦିନ ସକାଳେ ନିଜ ଝିଅର ଅନ୍ତିମ ସଂସ୍କାର କଲେ। ସୂଚନା ରୁ ଜଣାପଡିଛି କି, ସୁଗନଙ୍କ ଝିଅ ପିଙ୍କିଙ୍କର ପାଲୀ ସ୍ଥିତ ସାଇନ୍ସ ପାର୍କରେ ଦୋଳିରେ ଝୁଲୁଥିବା ବେଳେ ତଳେ ପଡି ମୃତ୍ୟୁ ହୋଇଛି।

ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ମୁଣ୍ଡରେ ବହୁତ ଜୋରରେ ଆଘାତ ଲାଗିଥିଲା । ଖେଳଣା ଦୋକାନ କରିବା ପାଇଁ ଆସିଥିବା ସଗୁନ ଆଜମେରରୁ ଖେଳଣା କିଣି ପାଲୀ ମେଳାରେ ପହଞ୍ଚିଥିଲେ । ପିଙ୍କିଙ୍କର ମୃତ୍ୟୁ ଖବର ଶୁଣି ସେ ଭାଙ୍ଗି ପଡିଲେ ହେଲେ ଗରିବୀ ଓ କରଜରେ ବୁଡିରହି ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ସେ ନିଜ ଝିଅର ମୃତ ଦେହକୁ ଶ୍ମଶାନରେ ରଖି ନିଜର ଦୋକାନ ଲଗାଇଲେ ।

ସଗୁନ ମେଳାରେ ଦୋକାନ କରିବା ପାଇଁ ୩୫୦୦୦ ଟଙ୍କାର ଖେଳଣା ଉଧାରରେ ଆଣିଥିଲେ । ସେ ନିଜେ ରାତି ୧୨ଟା ପର୍ଯ୍ୟନ୍ତ ଖେଳଣା ବିକ୍ରି କଲେ ଓ ପରଦିନ ସକାଳୁ ଝିଅର ଅନ୍ତିମସଂସ୍କାର କଲେ । ସଗୁନ ନିଜର ୨ ଜଣ ଝିଅଙ୍କୁ ନେଇ ପାଲୀ ମେଳାକୁ ଆସିଥିଲେ । ରବିବାର ରାତିରେ ଖେଳଣା ବିକି ସାରିବା ପରେ ସୋମବାର ଦିନ ଅର୍ଥାତ ୧୬ ମାର୍ଚରେ ସେ ତାଙ୍କ ଝିଅ ପିଙ୍କିର ଅନ୍ତିମସଂସ୍କାର କଲେ । ହିନ୍ଦି ସମ୍ବାଦ ପତ୍ରିକା ଦୈନିକ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଙ୍କ ପତିଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି । ସେ ବର୍ତ୍ତନିଜ ନିଜ ଭାଗ୍ୟକୁ ଆଦରି ବଞ୍ଚୁଛନ୍ତି ।

ଆପଣଙ୍କୁ କଣ ଲାଗୁଛି ଏମିତି ସ୍ଥିତିରେ ଆମର କଣ କର୍ତ୍ତବ୍ୟ ନୁହେଁ ଏହିପରି ଲୋକମାନଙ୍କୁ ସାହାର୍ଯ୍ୟ କରିବା । ସରକାର ଏହିପରି ଲୋକମାନଙ୍କ ପାଇଁ କିଛି ପଦକ୍ଷେପ ନେବା ନିହାତି ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button