ଧର୍ମ

ଯଦି ଆପଣ ଚାହୁଞ୍ଚନ୍ତି କି ବୁଢା ହେବା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ରୋଗ ନ ହେଉ ତେବେ ଗଣ୍ଠି ବାନ୍ଧି ଦିଅନ୍ତୁ ଏହି 1 ନିୟମ (Sanyasi Ayurveda)

କଣ ଆପଣ ଆପଣଙ୍କ ଶରୀରକୁ ଶକ୍ତିରେ ଭରିଦେବାକୁ ଚାହୁଁଛନ୍ତି । କଣ ଆପଣ ଚାହୁଁଛନ୍ତି ଆପଣଙ୍କ ପେଟର କୌଣସି ପ୍ରକାର ରୋଗ ନହେଉ । କଣ ଆପଣ ଚାହୁଁଛନ୍ତି ରୋଗ ପ୍ରତିରୋଧକ ଶକ୍ତି ଆପଣଙ୍କର ଏମିତି ହେଉ ଯେମିତି ରୋଗ ତମ ପାଖକୁ ନ ଆସି ପାରିବ ? ତେବେ ଆଜି ଆମେ ଆପଣଙ୍କୁ ବହୁତ ଭଲ ଉପାୟ ଦେବାକୁ ଯାଉଅଛୁ । ସେହି ଉପାୟ ହେଲା ଗୋଟିଏ ସପ୍ତାହରେ ଥରେ ବ୍ରତ ପାଳନ କରନ୍ତୁ । ଉପବାସ କରନ୍ତୁ ।

 

ଉପବାସ ର ଏମିତି ମହିମା ରହିଛି ଯାହା ସମସ୍ତ ଧର୍ମରେ ଉପବାସ କରିବାର ପ୍ରଥା ରହିଛି । ଯଦି ଆପଣ ଉପବାସ କରୁଛନ୍ତି ତେବେ ଆପଣଙ୍କ ଶରୀର ଭିତରୁ ସଫା ହୋଇଯିବ । ଉପବାସ କରିବାର ପ୍ରକୃତ ମହତ୍ତ୍ଵ ହେଲା ଆପଣଙ୍କ ଶରୀର ଭିତରୁ ଆରାମ ଦେବା । ଶରୀରକୁ ଆପଣ ଶୋଇ ବିଶ୍ରାମ ନେଉଛନ୍ତି କିନ୍ତୁ ଅଙ୍ଗକୁ ଆରାମ କିପରି ମିଳିବ ! ଅଙ୍ଗ ଉପରେ ଯେଉଁ ଅତ୍ୟଧିକ ଚାପ ରହୁଛି ତାହା ୨୪ ଘଣ୍ଟା କାମ କରି କରି ଆରାମ ମିଳୁନାହିଁ ।ଯଦି ଆପଣ ଆପଣଙ୍କ ଅଙ୍ଗକୁ ଗୋଟିଏ ଦିନ ପାଇଁ ବିଶ୍ରାମ ଦିଅନ୍ତି ତେବେ ସେହି ଅଙ୍ଗ ଆଗ ଅପେକ୍ଷା ବହୁତ ଭଲ ଏବଂ ଶକ୍ତ ହୋଇଯିବ, ଶରୀର ପୁଣି ମଜବୁତ୍ ହୋଇଯିବ, ପୁଣିଥରେ ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ଯଦି ଆପଣ ଆପଣଙ୍କ ଘରର ସଫା କରୁଛନ୍ତି ତେବେ ସବୁଠାରୁ ଭଲ ଉପାୟ କ’ଣ ? ଆପଣ ପ୍ରଥମେ ଆପଣଙ୍କ ଘରର ଅଳିଆ ଆବର୍ଜ୍ଜନା ସଫା କରନ୍ତି । ଠିକ୍ ସେହିପରି ଆପଣ ଯେତେବେଳେ ଆପଣଙ୍କ ଭିତରୁ ସଫା କରିବାକୁ ପଡ଼ିବ ଯାହାର ମୂଳମନ୍ତ୍ର ହେଲା ଆପଣ ଗୋଟିଏ ଦିନ ଖାଇବା ଖାଆନ୍ତୁ ନାହିଁ । ଆପଣଙ୍କ ଭିତରେ ସଫା ହୋଇଯିବ ।
ଯଦି ଆପଣଙ୍କ ଶରୀରରେ ଖାଦ୍ୟ ପଚି ନଥାଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବେ ପଚି ବାହାରିଯିବ । ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ । ଆପଣଙ୍କ ଲିଭର, ହାର୍ଟ, କିଡନୀ, ଫୁସଫୁସ, ଆପଣଙ୍କ ସମସ୍ତ ଶରୀରରେ ଏହା ପ୍ରଭାବ ପକାଇବ ଥାଏ । ଆପଣଙ୍କ ଶରୀରରେ ଜୀବନ ଆସିଯିବ ।

 

ଯେତେବେଳେ ଆପଣ ଉପବାସ କରିବେ ସେତେବେଳେ ଆପଣଙ୍କୁ ଲାଗିବ ଶରୀର ଭିତରୁ ଉର୍ଜା ଆସୁଛି, ଶରୀର ଗରମ ହେବାକୁ ଲାଗୁଛି, ଶରୀର ଭିତରୁ ତେଜ ବାହାରୁଛି, ଶରୀର ଆହୁରି ଉର୍ଜିବାନ ହେଇଯିବ । ଖାଲି ଖାଇବା ଦ୍ବାରା ଶରୀରରେ ଶକ୍ତି ଆସି ନଥାଏ, ଖାଦ୍ୟକୁ ପଚାରିବା ଦ୍ବାରା ଆସିଥାଏ । ଆମ ପେଟରେ ପାଚଟରସ ବା ଅଗ୍ନି ଥାଏ ଯାହା ଖାଦ୍ୟକୁ ପଚାଇବାରେ ସାହାଯ୍ୟ କରିଥାଏ ।

 

ସେହି ଅଗ୍ନି ସୂର୍ଯ୍ୟୋଦୟ ପୂର୍ବରୁ ଏହା ଆରମ୍ଭ ହୋଇଥାଏ ଏବଂ ସୂର୍ଯ୍ୟାସ୍ତ ପରେ ଏହା ବନ୍ଦ ହୋଇଯାଏ । ଆମେ କଣ କରୁ ବିଳମ୍ବ ରାତିରେ ମଧ୍ୟ ଖାଦ୍ୟ ଖାଇଥାଉ । ଏହାଦ୍ବାରା ଖାଦ୍ୟ ପେଟ ଭିତରେ ଅଧା ପଚା ହୋଇ ରହିଯାଏ । ଯେଉଁଥିପାଇଁ ଆପଣଙ୍କର ସମସ୍ତ ସମସ୍ୟା ଆରମ୍ଭ ହୋଇଥାଏ । ସେଥିପାଇଁ ଆପଣ ଉପବାସ ମଝିରେ ମଝିରେ କରିବା ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button