ଦେଶ ବିଦେଶ

ଛତିଶି ଶାଗରୁ ଛତିଶଗଡ

ଧାନର ଭଣ୍ଡାର କୁହାଯାଉଥିବା ଛତିଶଗଡ ବିଭିନ୍ନ ପ୍ରକାରର ଶାଗର ମଧ୍ୟ ଗଡ ହୋଇଥାଏ। ପ୍ରଦେଶରେ ଗୋଟିଏ ସମୟରେ ୮୦ ପ୍ରକାର ପ୍ରଜାତିର ଶାଗ ମିଳୁଥିଲା। ଏହି ସବୁରୁ ୩୬ ପ୍ରକାରର ଶାଗ ଏମିତି ଅଛି ଯାହାକୁ ଆଜି ମଧ୍ୟ ଲୋକମାନେ ଖାଉଛନ୍ତି। ଅନ୍ୟପଟେ କ୍ରୁଷି ବୈଜ୍ଞାନିକ ଅନୁସନ୍ଧାନରେ ଏହି ଶାଗର ବିଭିନ୍ନ ପ୍ରକାର ଫାଇଦା ସମ୍ପର୍କରେ ମଧ୍ୟ କହିଛନ୍ତି। ରିସର୍ଚ୍ଚରୁ ଜଣାପଡିଛି ଯେ କୋଳଥ ଶାଗରୁ ଷ୍ଟୋନ ରୋଗ ସହଜରେ ଦୂର ହୋଇପାରିବ।

କ୍ରୁଶି ବୈଜ୍ଞାନିକଙ୍କ କହିବାନୁଯାୟୀ ଆଜି ମଧ୍ୟ ପ୍ରାୟ ୩୬ ପ୍ରକାରର ଶାଗକୁ ଖିଆ ଯାଉଛି। ଯେଉଁଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ମିଳିଥାଏ। ସେହିଭଳି ପରିବା ଦୋକାନୀଙ୍କ କହିବା କଥା ଯେ ଏବେ ବଜାରକୁ କେବଳ ମେଥୀ, ପାଳଙ୍ଗ ଏହି ସବୁ ଶାଗ ଆସୁଛି। କିଛି ପୁରାତନ କାଳର ଲୋକ ବିଭିନ୍ନ ପ୍ରକାର ଶାଗ ରକିବାକୁ ଦାବି କରିଥାନ୍ତି।

sajnA

କୋବି ଏବଂ ସଜନା ଶାଗ

ପ୍ରଦେଶରେ ଶାଗ ଗୁଡିକ ମଧ୍ୟରେ କୋବି ପତ୍ର, ସାରୁ ପତ୍ର ଏବଂ ସଜନାର ପତ୍ରକୁ ଶାଗ ଭାବରେ ନିଆଯାଇଛି। ବୈଜ୍ଞାନିକଙ୍କ କହବାନୁଯାୟୀ ଲୋକମାନେ ଶାଗକୁ ଋତୁ ଅନୁଯାୟୀ ଅଧିକ ସେବନ କରିଥାନ୍ତି। ଏଥିରେ ମୂଳା ଶାଗକୁ ଗରମ ଦନିରେ ଅଧିକ ସେବନ କରିବାକୁ ପସନ୍ଦ କରିଥାନ୍ତି। କାରଣ ମୂଳା ଗରମ ଦିନରେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ସେହିଭଳି ଶୀତ ଦିନରେ ସବୁ ପ୍ରକାରର ଶାଗ ସହଜରେ ମିଳିଯାଇଥାଏ।

୩୬ ପ୍ରକାର ଶାଗ ଗୁଡିକ ମଧ୍ୟରେ ରହିଛି

ପାଳଙ୍ଗ, ମେଥୀ, ମୂଳା ଶାଗ, ପିଆଜ ଶାଗ, ସୋରିଷ ଶାଗ, ଖଡା ଶାଗ, ମଦରଙ୍ଗା, ସୁନସୁନିଆ, କୋବି ଶାଗ,ଚଣା ଶାଗ, କୁଷୁମ ଶାଗ, ଅମାରୀ ଶାଗ, କନ୍ଦ ଶାଗ, କଳମ ଶାଗ, କୋଳଥ ଶାଗ, ସଜନା ଶାଗ ଏମିତି ଆହୁରୀ ଆନେକ।

ଆୟୂର୍ବେଦ ଅନୁସାରେ ଶାଗର ଫାଇଦା :

khattaଡାକ୍ତରଙ୍କ ଅନୁଯାୟୀ କୋଳଥ ଶାଗକୁ ସେବନ କରିବା ଦ୍ବାରା କିଡନୀରେ ହେଉଥିବା ଷ୍ଟୋନକୁ ଦୂର କରାଯାଇପାରିବ। ସେହିଭଳି ଚଣା ଏବଂ ସଜନା ଶାଗ ପେଟକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଗରମ ଦିନରେ ପିଆଜ ଶାଗକୁ ଖାଇଲେ ଲୁ ଠାରୁ ରକ୍ଷା ମିଳିପାରିବ।

ଦିଲ୍ଲୀରୁ ପ୍ରତିଦିନ ୧୨ ଟନ ଶାଗ ବଜାରକୁ ଆସିଥାଏ। ସେଠାକୁ ଆସୁଥିବା ଶାଗ ମଧ୍ୟରୁ ସୀମାବର୍ତ୍ତୀ ରାଜ୍ୟ ଯଥା, ମହାରାଷ୍ଟ୍ର, ଓଡିଶା, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶକୁ ସପ୍ଲାଏ କରାଯାଇଥାଏ।

ଏହି ୩୬ ପ୍ରକାର ଶାଗର ସ୍ବତନ୍ତ୍ରତା

paalk

ପାଳଙ୍ଗ- ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ। ଏହାଛଡା ଏଥିରେ ଭିଟାମିନ ଇ ଏବଂ କ୍ୟାଲସିୟମ ମଧ୍ୟ ଅଧିକ ମାତ୍ରାରେ ରହିଥାଏ।

ମେଥୀ- ମେଥୀ ଶାଗର ସ୍ବାଦ କିଛି ଅଲଗା। ମେଥିର ପରଟାର ସ୍ବାଦ ବିଷୟରେ ତ ଆପଣ ମାନେ ଜାଣିଥିବେ। ଡାଲିର ସ୍ବାଦ ଆଣିବାକୁ ଚାହୁଁଥିଲେ ମେଥି ପତ୍ରର ଛୁଙ୍କ ଦିଅନ୍ତୁ। ମୁଣ୍ଡବ୍ୟଥାକୁ ମଧ୍ୟ ଦୂର କରିଥାଏ ମେଥି ଶାଗ।

methi

ମୂଳା ଶାଗ- ମୂଳା ଶାଗ ଥଣ୍ଡା ଦିନରେ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାଛଡା ଏହା ଚର୍ମ ରୋଗକୁ ମଧ୍ୟ ଭଲ କରିଥାଏ।

ପିଆଜ ଶାଗ- ପିଆଜ ଶାଗକୁ ଡାଲିର ଛୁଙ୍କ ଦେଲାବେଳେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାଛଡା ଏହା ବହୁତ ଶରୀର ପାଇଁ ଲାଭକାରୀ ଅଟେ। ପେଟରେ ସଲଫର, ଆଇରନ ଏବଂ ଭିଟାମିନ ସି ଆଦିକୁ ପର‌୍ୟ୍ୟାପ୍ତ ପରିମାଣରେ ପହଁଚାଇଥାଏ।

Saroonସୋରିଷ ଶାଗ- ଶୀତରେ ସବୁଠୁ ଭଲ ଶାଗ ହେଉଛି ସୋରିଷ ଶାଗ। ଏହା ସ୍ବାଦରେ ରାଗ ହୋଇଥାଏ କିନ୍ତୁ ସ୍ବାଦିଷ୍ଟକର। ସ୍ବାସ୍ଥ୍ୟ ଭଲ ହେବା ପାଇଁ ଏହା ବହୁତ ଉପଯୋଗୀ।

ବଥୁଆ ଶାଗ- ପାଳଙ୍ଗ ଭଳି ବଥୁଆ ଶାଗ ମଧ୍ୟ ବହୁତ ସ୍ବାସ୍ଥ୍ୟକର ଅଟେ। ଏତିରେ ଭିଟାମିନ ଏବଂ ପ୍ରୋଟିନ ସର୍ବାଧିକ ପରିମାଣରେ ରହିଥାଏ। ପାଦର ଲିଗାମେଣ୍ଟ ପାଇଁ ଏହା ବହୁତ ଲାଭଦାୟକ।

ଖଡା ଶାଗ- ଥଣ୍ଡା, ଜ୍ବରରେ ଖଡା ଶାଗର ପାଣିକୁ ପିଇବା ଦ୍ବାରା ବହୁତ ଆରାମ ମିଳିଥାଏ। ଏହା ଥଣ୍ଡାରେ ବହୁତ ଲାଭକାରୀ ଅଟେ।

sunsunia

ସୁନସୁନିଆ ଶାଗ- ପେଟ ଭାରି ଭାରି ଲାଗିଲେ ଏହି ଶାଗର ସେବନ ଆପଣଙ୍କ ପାଇଁ କୌଣସି ଔେଷଧ ଠାରୁ ମଧ୍ୟ କମ ନୁହେଁ।

ସଜନା ଶାଗ- ଏହି ଶାଗ ଶରୀର ପାଇଁ ବହୁତ ଲାଭଦାୟକ। ପେଟ ଗ୍ୟାସ ହୋଇଥିଲେ ଏହାକୁ ଖାଇବା ଦ୍ବାରା ଏହା ଭଲ ହୋଇଯାଇଥାଏ।

କୋଳଥ ଶାଗ- କିଡନୀ ସମ୍ବଦ୍ଧୀୟ ରୋଗ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ। କିଡନୀରେ ଷ୍ଟୋନ ହେବାରୁ ଏହୋ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button