ଜୀବନଶୈଳୀ

ଜାଣନ୍ତୁ ପେଡିକିଓର କରିବା ପରେ କେଉଁ ସବୁ ନିୟମ ଉପରେ ରଖିବାକୁ ହେବ ଧ୍ୟାନ

ଆମେ ସବୁବେଳେ ଆମ ତ୍ବଚାର ଅଧିକ ଯତ୍ନ ନେଇଥାଉ ହେଲେ ଏହି ସବୁ ଭିତରେ ଆମେ ଆମର ପାଦର ଯତ୍ନ ନେବାକୁ ପୂରାପୂରି ଭାବେ ଭୁଲି ଯାଇଥାଉ। ପ୍ରଦୂଷଣ ଯୋଗୁ ହାତ, ମୁହଁ ସହିତ ପାଦର ବି କ୍ଷତି ହୋଇଥାଏ। ଏପରି ସ୍ଥିତିରେ ପାଦକୁ ସୁନ୍ଦର କରିବା ପାଇଁ ଏବଂ ରଖିବା ପାଇଁ ପେଡିକିଓର ମଧ୍ୟ କରିପାରିବେ। ଏଥିପାଇଁ ଆପଣ ପାର୍ଲର ଯାଇ ନଚେତ ଘରେ ପେଡିକିଓର କରିପାରିବେ।

ଏହା ଦ୍ୱାରା ପାଦକୁ ଆରାମ ଲାଗିବା ସହ ପାଦ ପରିଷ୍କାର ହୋଇଯାଏ। କିନ୍ତୁ ପେଡିକିଓର କରିବା ପରେ ମଧ୍ୟ କେତେକ ସତର୍କତା ଅବଲମ୍ବନ କରିବାକୁ ହୁଏ। ଯାହା ଆମେ ସବୁବେଳେ ଅଣଦେଖା କରିଥାଉ। ଆସନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ।

-ପ୍ରତିଦିନ ଶୋଇବା ପୂର୍ବରୁ କିଛି ଲୋସନ କିମ୍ବା ତେଲ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁଷ୍କତାର ସମସ୍ୟା ହୋଇନଥାଏ ଏବଂ ପେଡିକିଓରର ପ୍ରଭାବ ଦୀର୍ଘସ୍ଥାୟୀ ହୋଇଥାଏ।

-ପାଦ ଧୋଇବା ପରେ ଏହାକୁ ଭଲଭାବେ ପୋଛନ୍ତୁ। ବିଶେଷକରି ଆଙ୍ଗୁଳି ଭିତରେ ଥିବା ଅଂଶ ପୋଛି ସେଠାରେ ଟାଲକମ୍ ପାଉଡର ପକାନ୍ତୁ।

pedicure-ନେଲପଲିସକୁ ଦୁଇସପ୍ତାହରୁ ଅଧିକ ସମୟ ଲଗାଇ ରଖିଲେ ଏହା ନଖ ପ୍ରତି କ୍ଷତିକାରକ ହୋଇଥାଏ। ନଖ ହଳଦିଆ ପଡିଯାଏ। ଏହାକୁ ସଫା କରିବା ପରେ ଦୁଇ-ତିନିଦିନ ଛାଡି ଆଉଥରେ ଲଗାଇବେ।

-ନେଲପଲିସ ସଫା କରିବା ଲାଗି ଏସିଟୋନ୍ ନଥିବା ରିମୁଭର ବ୍ୟବହାର କରନ୍ତୁ।

-ଖାଲି ପାଦରେ ଚଟାଣରେ ଚାଲନ୍ତୁ ନାହିଁ କି ଏପରି ଚପଲ ପିନ୍ଧନ୍ତୁନି ଯେଉଁଥିରେ ଝାଳ ବାହାରୁଥିବ। ଏହା ଦ୍ୱାରା ଜୀବାଣୁ ଓ ମୃତକୋଷର ସମସ୍ୟା ବଢିବ ଏବଂ ପେଡିକିଓରର କିଛି ଲାଭ ମିଳିବ ନାହିଁ।

-ତ୍ୱଚାକୁ ରୁକ୍ଷ କରୁଥିବା ସାବୁନ୍ ବ୍ୟବହାର କରନ୍ତୁ ନାହିଁ । ପେଡିକିଓର କରିବା ପରେ କିଛିଦିନ ପର‌୍ୟ୍ୟନ୍ତ ପାଦରେ ଉଷୁମ ପାଣି ବ୍ୟବହାର କରନ୍ତୁ ନାହିଁ।

-ପେଡିକିଓର କରାଇବା ପରେ ଆଣ୍ଟି-ବ୍ୟାକ୍ଟେରିଆଲ ସଲ୍ୟୁସନରେ ପାଦ ଧୁଅନ୍ତୁ। ଏହାଦ୍ୱାରା ବ୍ୟବହାର ହୋଇଥିବା ସରଞ୍ଜାମ ଯୋଗୁଁ ପାଦ ସଂକ୍ରମଣ ହେବାର ଆଶଙ୍କା ରହିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button