ଜୀବନଶୈଳୀ

କଣ ଆପଣ ଡିପ୍ରେସନରେ ? ତୁରନ୍ତ ଆପଣାନ୍ତୁ ଏହି ୫ ଉପାୟ

ଆଜି କାଲି ଦୁନିଆରେ ଡିପ୍ରେସନର ରୋଗ ସବୁଠାରୁ ବଡ ସମସ୍ୟା ଭାବରେ ସାମନାକୁ ଆସିଛି। ଡିପ୍ରେସନରେ ମଣିଷ ଅସ୍ତବ୍ୟସ୍ତ ହୋଇପଡିଥାଏ। ମଣିଷ ଭିତରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ସମସ୍ୟା ଆହୁରି ମଧ୍ୟ ବଢ଼ିଯାଇଥାଏ ଯେତେବେଳେ ମଣିଷ ଏକୁଟିଆ ରହିଥାଏ। ଯଦି ଆପଣ ମଧ୍ୟ ଏକୁଟିଆ ଅଛନ୍ତି ଏବଂ ଆପଣଙ୍କ ଭିତରେ ମଧ୍ୟ ଡିପ୍ରେସନ ବା ଷ୍ଟ୍ରେସର ଲକ୍ଷଣ ନଜର ଆସୁଛି ତେବେ ସତର୍କ ହୋଇଯାନ୍ତୁ। ଏଥିରୁ ନିବ୍ରୁତ୍ତ ରହିବା ପାଇଁ ଆପଣ ନିଜେ ପ୍ରୟାସ କରିବା ଉଚିତ। ଏଥିପାଇଁ ଅନେକ ପ୍ରକାରର ଥେରାପୀ ଏହା ପାଇଁ କରାଯାଏ କିନ୍ତୁ କିଛି ଉପାୟ ଏମିତି ଅଛି ଯାହା ଆପଣ ନିଜେ ପ୍ରୟାସ କରି ଏହା ଠାରୁ ଦୂରେଇ ରହି ପାରିବେ। ଆସନ୍ତୁ ଜାଣିବା ସେହି ୫ଟି ଉପାୟ ଯାହା ଦ୍ବାରା ଆପଣ ଡିପ୍ରେସନରୁ ବାହାରି ପାରିବେ।

ବ୍ୟାୟାମ

ସୁସ୍ଥ ଶରୀରରେ ସୁସ୍ଥ ମସ୍ତିଷ୍କ ରହିଥାଏ ଏହି କଥା ଆପଣ ଅନେକ ଥର ଶୁଣିଥିବେ। ସୁସ୍ଥ ଶରୀର ଉତ୍ତମ ଖାଦ୍ୟପେୟ ଏବହ ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ ଭିତରେ ଡିପ୍ରେସନର ଲକ୍ଷଣ ଅଛି ତେବେ ଆପଣଙ୍କୁ ସବୁବେଳେ ବ୍ୟାୟାମ କରିବା ଉଚିତ।

depresion

ମେଡିଟେସନ ବା ଯୋଗ

କୌଣସି ପ୍ରକାରର ମାନସିକ ଚିନ୍ତାକୁ ଦୂର କରିବା ପାଇଁ ଯୋଗ ବା ମେଡିଟେସନ ସହାୟକ ହୋଇଥାଏ। ମେଡିଟେସନ ଦ୍ବାରା ମସ୍ତିଷ୍କରେ ନକାରାତ୍ମକ ଚିନ୍ତା ବାହାରି ଯାଇଥାଏ। ଯଦି ଆପଣ ଏକୁଟିଆ ଥାଆନ୍ତି ତେବେ ଆପଣଙ୍କ ସବୁବେଳେ ମେଡିଟେସନ କରିବା ଉଚିତ।

ଲେଖିବା ବା ଆର୍ଟ କରିବା

ମସ୍ତିଷ୍କ କୌଣସି ପ୍ରକାରର ଏକୁଟିଆ ଅନୁଭବ କଲେ ଏହା ମଣିଷକୁ ଦୁର୍ବଳ କରିଦେଇଥାଏ। ଯଦି ଆପଣଙ୍କ ପାଖରେ କିଛି କଳା ଅଛି ତେବେ ତାହାର ଉପଯୋଗ କରି ମଧ୍ୟ ଆପଣ ଡିପ୍ରେସନରୁ ବାହାରକୁ ଆସିପାରେ। ଲେଖିବା ଦ୍ବାରା ମଧ୍ୟ ଡିପ୍ରେସନରୁ ମୁକ୍ତି ପାଇପାରିବେ।

dipression

ବଗିଚା କରିବା

ଖାଲି ମସ୍ତିଷ୍କରେ ସଇତାନ ଘର କରିଥାଏ, ଏହ ତ ଆପଣ ମାନେ ଶୁଣିଥିବେ। ଏକୁଟିଆପଣ ଦୂର କରିବା ପାଇଁ ଆପଣଙ୍କୁ ବଗିଚା କରିବା ଆବଶ୍ୟକ। ଯେତେବେଳେ ମଧ୍ୟ ଖାଲିଥିବେ ନିଜର ବାଡିରେ ନାନଦି ଫଳଫୁଲ ଗଛ ଲଗାନ୍ତୁ। ଏହା ଦ୍ବାରା ଆପଣ ବ୍ୟସ୍ତ ରହିବା ସହିତ ନୂତନ ଉର୍ଜା ସ୍ରୁଷ୍ଟି ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button