ବିଚାର

କୋମଳ ତ୍ବଚା ଚାହୁଁଛନ୍ତି କି? ତେବେ ଏପରି ବ୍ଯବହାର କରନ୍ତୁ ଲବଙ୍ଗ ତେଲ

ଭାରତୀୟ ଶୈଳୀରେ ଖାଦ୍ଯର ସ୍ବାଦ ବଢାଇବା ପାଇଁ ଅଧିକାଂଶ ଲୋକମାନେ ଲବଙ୍ଗ ବ୍ଯବହାର କରିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଲବଙ୍ଗ କେବଳ ଖାଦ୍ଯର ସ୍ବାଦର ବଢାଇନଥାଏ ବରଂ ବିଶେଷ ଔଷଧୀୟ ଗୁଣ ଦ୍ବାରା ଅନେକ ରୋଗ ମଧ୍ଯ ଦୂର କରିଥାଏ। ଦାନ୍ତ ଯନ୍ତ୍ରଣା, ଖାସ ହେବା ଭଳି ଅନେକ ସମସ୍ଯାରେ ଲବଙ୍ଗ ବ୍ଯବହାର କରାଯାଇଥାଏ। ଲବଙ୍ଗରେ ଆଣ୍ଟି-ବ୍ଯାକ୍ଟେରିଆଲ ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ପ୍ରଚୁର ମାତ୍ରାରେ ରହିଥାଏ। ଏହିକାରଣରୁ ତ୍ବଚାର ସୁନ୍ଦରତା ପାଇଁ ମଧ୍ଯ ଆପଣ ଲବଙ୍ଗ ବ୍ଯବହାର କରିପାରିବେ। ଲବଙ୍ଗ ଏକ ଉତ୍ତମ ବ୍ଯୁଟି ପ୍ରଡକ୍ଟ। ଏହାକୁ ନିୟମିତ ବ୍ଯବହାର କରିବା ଦ୍ବାରା ଆପଣ ତ୍ବଚା ସମ୍ବନ୍ଧିୟ ଅନେକ ସମସ୍ଯାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ବିଷୟରେ।

c-ଲବଙ୍ଗ ତେଲରେ ଆଣ୍ଟି-ବ୍ଯାକ୍ଟେରିଆଲ ଗୁଣ ରହିଥାଏ, ଯାହା ବ୍ରଣ ସମସ୍ଯାକୁ ଦୂର କରିବାରେ ସାହାଯ୍ଯ କରିଥାଏ। ଏଥିସହ ନିୟମିତ ଲବଙ୍ଗ ତେଲ ମସାଜ୍ କରିବା ଦ୍ବାରା ମୁହଁରୁ ଦାଗ ଦୂର ହୋଇଥାଏ।

-ତ୍ବଚାର କୁଞ୍ଚନ ସମସ୍ଯା ଦୂର କରିବା ପାଇଁ ମଧ୍ଯ ଆପଣ ଲବଙ୍ଗ ତେଲ ବ୍ଯବହାର କରିପାରିବେ। ପ୍ରତ୍ଯେକ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଲବଙ୍ଗ ତେଲ ମସାଜ୍ କରନ୍ତୁ। କାରଣ ଏପରି ପ୍ରତ୍ଯେକ ଦିନ କରିବା ଦ୍ବାରା ତ୍ବଚାର କୁଞ୍ଚନ ସମସ୍ଯା ଦୂର ହୋଇଥାଏ।

cc-ଲବଙ୍ଗ ତେଲ କେଶ ପାଇଁ ମଧ୍ଯ ଲାଭକାରୀ ହୋଇଥାଏ। ଲବଙ୍ଗ ତେଳ ବ୍ଯବହାର କରିବା ଦ୍ବାରା କେଶ ବହୁତ ଜଲଦି ଧଳା ହୋଇନଥାଏ ଏବଂ କେଶ ଝଡିବା ସମସ୍ଯା ମଧ୍ଯ କମ ହୋଇଥାଏ। କେବେ କେବେ ଖାଲି ଲବଙ୍ଗ ତେଲ ଲଗାଇବା ଭୟଙ୍କର ହୋଇପାରେ ସେହିକାରଣରୁ ଲବଙ୍ଗ ତେଲକୁ ନଡିଆ ତେଲ ସହ ମିଶାଇ ବ୍ଯବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button