ବିଚାର

ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ

ଭଗବାନ ଗଣେଶଙ୍କ ପୂଜା କୌଣସି ବି ଶୁଭ କାର୍ଯ୍ଯ ପୂର୍ବରୁ କରାଯାଇଥାଏ। ସମସ୍ତ ଦେବା-ଦେବୀଙ୍କ ମଧ୍ଯରେ ପ୍ରଥମ ସ୍ଥାନ ଶ୍ରୀ ଗଣେଶଙ୍କର ହିଁ ହୋଇଥାଏ। ଏସବୁ ମଧ୍ଯରେ ଯଦି ଆମେ ଭଗବାନ ଗଣେଶଙ୍କ ବିବାହ ସମ୍ପର୍କରେ ଆଲୋଚନା କରିବା ତେବେ ସମସ୍ତ ଦେବା-ଦେବୀଙ୍କ ମଧ୍ଯରୁ ଗଜାନନଙ୍କ ବିବାହର ଏକ ସ୍ବତନ୍ତ୍ର ସଂଯୋଗ ରହିଛି। ପୌରାଣିକ ତଥ୍ଯ ଅନୁଯାୟୀ ଭଗବାନ ଗଣେଶ କେବେ ବିବାହ କରିବାକୁ ଚାହୁଁନଥିଲେ। ସେ ସାରା ଜୀବନ ବ୍ରହ୍ମଚାରୀ ହୋଇ ରହିବା ପାଇଁ ଚାହୁଁଥିଲେ। କିନ୍ତୁ ଥରେ ତାଙ୍କର ବିବାହ ନ କରିବାର ସଂକଳ୍ପ ଭାଙ୍ଗିଯାଇଥିଲା ଏବଂ ଭଗବାନ ଗଜାନନ ରିଦ୍ଧି-ସିଦ୍ଧିଙ୍କୁ ବିବାହ କରିଥିଲେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଗଣେଶଙ୍କ ବିବାହ ସମ୍ପର୍କରେ କିଛି ରୋଚକ ତଥ୍ଯ।

ବାସ୍ତବରେ ଭଗବାନ ଗଣେଶ ନିଜର ମୋଟା ଶରୀର ପାଇଁ ଖୁବ୍ ଚିନ୍ତିତ ଥିଲେ। ଥରେ ସେ ତପସ୍ଯାରେ ଲୀନ ଥିବା ସମୟରେ ସେହି ବାଟ ଦେଇ ତୁଳସୀ ଦେବୀ ଯାଇଥିଲେ। ସେ ଭଗବାନ ଗଣେଶଙ୍କୁ ଦେଖିବା ପରେ ମୋହିତ ହୋଇଯାଇଥିଲେ। ଏହାପରେ ଦେବୀ ତୁଳସୀ ଗଜାନନଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ଭଗବାନ ଗଣେଶ ନିଜକୁ ବ୍ରହ୍ମଚାରୀର ପରିଚୟ ଦେଇ ପ୍ରସ୍ତାବକୁ ମନା କରିଦେଇଥିଲେ। ଏହି କଥାରେ ଦେବୀ ତୁଳସୀ କ୍ରୋଧିତ ହୋଇ ଭଗବାନଙ୍କୁ ଦୁଇଟି ବିବାହ କରିବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ କାରଣରୁ ଭଗବାନ ଗଜାନନଙ୍କ ପୂଜାରେ ତୁଳସୀ ବ୍ଯବହାର କରାଯାଇନଥାଏ।

riddhi-siddhiଅନ୍ଯ ଏକ କଥା ଅନୁଯାୟୀ ଭଗବାନ ଗଣେଶ ନିଜ ହାତୀ ପରି ମୁହଁ ଏବଂ ମୋଟା ପେଟ ପାଇଁ ଚିନ୍ତିତ ରହୁଥିଲେ। ତାଙ୍କୁ ଲାଗୁଥିଲା ଯଦି ମୋର ବିବାହ ନହେବ ତେବେ ମୁଁ ମଧ୍ଯ କାହାର ବିବାହ ହେବାକୁ ଦେବିନାହିଁ। ଯାହାପରେ ଭଗବାନ ଗଣେଶ ଅନ୍ଯ ଦେବା-ଦେବୀଙ୍କ ବିବାହ ଉତ୍ସବରେ ମଧ୍ଯ ବିଘ୍ନ ସୃଷ୍ଟି କରୁଥିଲେ। ଭଗବାନଙ୍କ ଏହି ସ୍ବଭାବ ଫଳରେ ଅନ୍ଯ ଦେବା-ଦେବୀ ଚିନ୍ତିତ ହୋଇଯାଇଥିଲେ। ଏହି କାମ କରିବାରେ ଭଗବାନ ଗଣେଶଙ୍କ ବାହାନ ମୂଷିକ ମଧ୍ଯ ସାଥ୍ ଦେଉଥିଲେ। ଏହାପରେ ସମସ୍ତ ଦେବତାଗଣ ନିଜର ସମସ୍ଯାକୁ ନେଇ ଭଗବାନ ବ୍ରହ୍ମାଙ୍କ ପାଖକୁ ଗଲେ ଏବଂ ବ୍ରହ୍ମାଙ୍କୁ ସମସ୍ତ କଥା କହିଥିଲେ। ଏହାପରେ ଭଗବାନ ବ୍ରହ୍ମା ନିଜର ଦୁଇଟି ମାନସ ପୁତ୍ରୀ ରିଦ୍ଧି ଏବଂ ସିଦ୍ଧିଙ୍କୁ ନେଇ ଗଣେଶଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ଶିକ୍ଷା ଦେବା ପାଇଁ କହିଥିଲେ। ଏହାପରେ ଯେତେବେଳେ ବି ଗଜାନନଙ୍କ ନିକଟକୁ ବିବାହ ଖବର ଆସିଲେ ରିଦ୍ଧି-ସିଦ୍ଧି ତାଙ୍କର ଧ୍ଯାନକୁ ଅନ୍ଯ କେଉଁ କାମରେ ଲଗାଇଦେଉଥିଲେ।

ହଠାତ ଦିନେ ଯେତେବେଳେ ଭଗବାନ ଗଣେଶ ଜାଣିବାକୁ ପାଇଲେ ଯେ ସମସ୍ତ ଦେବା-ଦେବୀଙ୍କ ବିବାହ କୌଣସି ବାଧା ବିଘ୍ନ ବିନା ଭଲଭାବେ ସମ୍ପନ୍ନ ହେଉଯାଉଛି ସେହି ସମୟରେ ଭଗବାନ ବ୍ରହ୍ମା ଗଜାନନଙ୍କ ନିକଟକୁ ଆସି ରିଦ୍ଧି-ସିଦ୍ଧିଙ୍କୁ ବିବାହ କରିବାର ପ୍ରସ୍ତାବ ରଖିଥିଲେ। ଏହାପରେ ଭଗବାନ ଗଣେଶ ଖୁସି ଖୁସିରେ ପ୍ରସ୍ତାବକୁ ସ୍ବିକାର କରିଥିଲେ। ଏହାପରେ ଭଗବାନ ଗଣେଶଙ୍କ ବିବାହ ରିଦ୍ଧି-ସିଦ୍ଧିଙ୍କ ସହ ଖୁବ୍ ଧୂମଧାମରେ ସମ୍ପନ୍ନ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button