ଦେଶ ବିଦେଶ

ଏହି ଶ୍ରମିକକୁ ମାଟି ଭିତରୁ ମିଳିଲା ଏମିତି ଚମକୁଥିବା ଜିନିଷ, ଗୋଟେ ଦିନରେ ବଦଳି ଗଲା ତାର ଜୀବନ

ଏହି ଶ୍ରମିକକୁ ମାଟି ଭିତରୁ ମିଳିଲା ଏମିତି ଚମକୁଥିବା ଜିନିଷ

ଗୋଟେ ପୁରୁଣା ଲୋକ କଥା ଅଛି ଯେତେବେଳେ ଭଗବାନ ଯାହାକୁ କିଛି ଦିଅନ୍ତି ଛପର ଫାଡି କି ଦିଅନ୍ତି । ମଣିଷର ଭାଗ୍ୟ ୨ ପ୍ରକାରରେ ବଦଳି ଥାଏ । ପ୍ରଥମ ଯେତେବେଳେ ସିଏ ଦିନ ରାତି ପରିଶ୍ରମ କରି ସଫଳତା ପାଇ ଥାଏ, ଏବଂ ଦ୍ଵିତୀୟଟି ସେତେବେଳେ ଯେତେବେଳେ ହଠାତ୍ ତାକୁ କିଛି ଏମିତି ମିଳିଯାଏ ଯାହାକୁ ପାଇବା ପରେ ତାକୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ହିଁ ପଡେ ନାହିଁ । ସେମିତି କିଚିହ ଘଟିଛି ଏକ ଶ୍ରମିକ ସହ । ଯିଏ ସରକାରୀ ନିର୍ମାଣ ସଂସ୍ଥା ପାଇଁ କାମ କରେ, ଦିନେ ସେ କିଛି ଖୋଳାଖୋଳି କାମ କରୁଥିଲା।

ସେଥିରୁ ତାକୁ ଏମିତି ଏକ ଜିନିଷ ମିଳିଲା ଯାହା ଦ୍ଵାରା ତାର ଭାଗ୍ୟ ବଦଳିଗଲା । ସେ ଜାଣି ନଥିଲା ଯେ ଏହି ଥର ତାକୁ ମିଳିଥିବା କାମ ତାର ଭାଗ୍ୟ ବଦଳେଇ ଦେବ ବୋଲି, ଏବେ ସିଏ ଲକ୍ଷପତି ମାନଙ୍କ ମଧ୍ୟରେ ଗଣିତ ହେବ ।

ଏହି ଶ୍ରମିକକୁ ମିଳିଲା ଏମିତି ଚମକୁ ଥିବା ପଦାର୍ଥ-

 

ମଧ୍ୟପ୍ରଦେଶ ର ପନ୍ନାରେ ରହୁଥିବା ଶ୍ରମିକ ମୋତିଲାଲ ପ୍ରଜାପତିଙ୍କୁ ଖୋଳାଖୋଳି କାମ କରୁଥିବା ସମୟରେ ସେହି ସ୍ଥାନରୁ ଗୋଟେ ହୀରା ମିଳିଥିଲା । ସଚ୍ଚୋଟପଣିଆ ଦେଖାଇ ମୋତିଲାଲ ସେହି ହିରାକୁ ନେଇ ଶେଠୀ କାମ କରୁଥିବା ଉପରିସ୍ଥ କର୍ମଚାରୀଙ୍କୁ ନେଇ ଦେଇଥିଲେ । ତାଙ୍କୁ ସେହି ସଚ୍ଚୋଟ ପଣିଆ ପାଇଁ କେତେ ଟଙ୍କା ମିଳିବ ଏହା ତ ନିର୍ଧାରିତ ହୋଇ ନାହିଁ, କିନ୍ତୁ ଯେତେବେଳେ ସେହି ହିରାର ପରୀକ୍ଷା କରଯାଇଥିଲା । ସେତେବେଳେ ତାର ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି କୁହା ଯାଇଥିଲା । ତାକୁ ନେଇ ସେହି ଶ୍ରମିକ ପଳାଇ ନଥିଲେ ବରଂ ସେ ସରକାରଙ୍କୁ ଦେଇଥିଲେ । ସେଥିପାଇଁ ବର୍ତ୍ତମାନ ସେହି ଶ୍ରମିକକୁ କିଛି ପୁରସ୍କାର ମିଳିବ ।

 

ମୋତିଲାଲ କୁହନ୍ତି ସେ କେବେ ଭାବି ନଥିଲେ ତାଙ୍କୁ ଏମିତି କିଛି ମିଳିବ ଯାହା ତାଙ୍କ ଭାଗ୍ୟ ବଦଳାଇ ଦେବ । କିନ୍ତୁ ତାଙ୍କର ଭଗବାନଙ୍କ ଉପରେ ଭରସା ଥିଲା ଯେ ଦିନେ ନ ଦିନେ ସେ ତାଙ୍କ ଜୀବନରେ ଭଲ ଦିନ ଆଣିବେ । ତାଙ୍କ କହିବା ଅନୁସାରେ ତାଙ୍କର ସମସ୍ତ ପିଢୀ ଏହି କାମ କରି ଆସୁଛି, କିନ୍ତୁ ଏବେ ସେ ତାଙ୍କ ପୁଅକୁ ଭଲ ସ୍କୁଲରେ ପଢାଇ ପାରିବେ । ଏହିଭଳି ଏକ ହୀରା ୧୯୬୧ ମସିହାରେ ରସୁଲ ମହମ୍ମଦ ଙ୍କୁ ମିଳିଥିଲା ।

 

ପିଢୀ ପରେ ପିଢୀ ମୋତିଲାଲ ଙ୍କ ପରିବାରକୁ ଏହି ଶ୍ରମିକଗୀରି କରିବାକୁ ପଡୁଥିଲା, କିନ୍ତୁ ଏବେ ତାଙ୍କୁ ଆଉ ବେସୀ ଦିନ ଏହି କାମ କରିବାକୁ ପଡିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button