ସମୟରେ ପିଲା କଥା କହିବା ଆରମ୍ଭ ନକଲେ ରହିଥାଇ ପାରେ ଏହି କାରଣ

ପିଲାର ଜନ୍ମ ପରେ ସବୁ ମାତାପିତାଙ୍କର ଇଛା ରହିଥାଏ କି ତାଙ୍କ ପିଲା ଶୀଘ୍ର କଥା କହୁ। କିନ୍ତୁ ଯେତେବେଳେ ପିଲା କଥା କହିନଥାଏ ସେତେବେଳେ ପିତାମାତାଙ୍କର ଚିନ୍ତା ବଢ଼ିଯାଇଥାଏ। ଡେରିରେ କଥା କହିଥିବା ପିଲାଙ୍କ ନିକଟରେ ପାଟି ଲାଗିବା ବା ଅଟକ ଅଟକି କଥା କହିବା ଭଳି ଅସୁବିଧା ଦେଖାଯାଇଥାଏ। ସାଧାରଣତଃ ପିଲା ୨-୩ ବର୍ଷରେ କଥା କହିବା ଆରମ୍ଭ କରିଥିବା ବେଳେ କିଛି ୮-୧୦ ବର୍ଷ ପର୍ୟ୍ୟନ୍ତ ମଧ୍ୟ କଥା କହିବା ଆରମ୍ଭ କରିନଥାନ୍ତି। ଆଜି ଆମେ ଆପଣଙ୍କୁ ପିଲାଙ୍କ ଡ଼େରିରେ କଥା କହିବାର କାରଣ କହିବାକୁ ଯାଉଛୁ।

-ରିସର୍ଚ୍ଚ ଅନୁଯାୟୀ, ଛୋଟ ପିଲା ଜନ୍ମର ୬ମାସ ପର୍ୟ୍ୟନ୍ତ ଅଧିକ କାନ୍ଦିଥାନ୍ତି। କିଛି କଥା କହିବାର ଥିଲେ କିମ୍ବା କୌଣସି ଆବଶ୍ୟକତା ରହିଥିଲେ ସେମାନେ କାନ୍ଦିବା ଆରମ୍ଭ କରିଥାନ୍ତି। ଯଦି ଆପଣଙ୍କ ଶିଶୁ ୬ମାସ ମଧ୍ୟର ଏବଂ ଦରକାର ସମୟରେ ସେ କାନ୍ଦୁନାହିଁ ତେବେ ତାହାର ପାଟିଲାଖିବା ଭଳି ଅସୁବିଧା ଦେଖାଦେଇପାରେ। ଏନେଇ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
– ଯେଉଁ ମହିଳାଙ୍କୁ ଗର୍ଭଧାରଣ ସମୟରେ ଜଣ୍ଡିସ୍ ହୋଇଥାଏ ସେମାନଙ୍କ ପିଲା ନିକଟରେ ପାଟି ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ।

-ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜର ଖାସ ଧ୍ୟାନ ରଖିବା ଦରକାର। କାରଣ ଏହି ସମୟରେ ତାଙ୍କର ଗତିବିଧିର ସିଧା ପ୍ରଭାବ ତାଙ୍କର ସନ୍ତାନ ଉପରେ ପଡ଼ିଥାଏ। ଏଣୁ ଏହି ସମୟରେ ମହିଳା ଡ଼ରିଯାଇଥିଲେ ଅଥବା କୌଣସି ପ୍ରକାରର କ୍ଷତ ବା ଆଘାତ ଲାଗିଥାଲେ ପିଲା ନିକଟରେ ପାଟି ଲାଗିବା ବା ବିଳମ୍ବରେ କଥା କହିବା ଭଳି ଅସୁବିଧା ଦେଖାଯାଇଥାଏ।
– ଛୋଟ ପିଲାଙ୍କ ପାଟି ଲାଖୁଥିବା ଅଭ୍ୟାସକୁ ଦୂର କରିବା ପାଇଁ ଏବେ ଅନେକ ପ୍ରକାରର ସ୍ପିଚ୍ ଥେରାପି କରାଯାଉଛି। ଏହା ଛଡ଼ା ପିଲାମାନଙ୍କୁ ଖେଳକୁଦ ଏବଂ ବିଭିନ୍ନ ବ୍ୟାୟମ କରାଇବା ଦ୍ବାରା ସେମାନେ ଶୀଘ୍ର ଏବଂ ସ୍ପଷ୍ଟ କଥା କହିବା ଆରମ୍ଭ କରିଥାନ୍ତି।



