ଦେଶ ବିଦେଶ

ଋଣ ନେଇ ପାଠ ପଢ଼ାଉଥିଲେ ଡେଲିଭରୀ ବଏ, ଚାକିରି ମିଳିବା ପରେ ପ୍ରେମିକ ସହ ଫେରାର ହେଲେ ପତ୍ନୀ – Utkal Mail


ଗୋଡ୍ଡା(ଝାଡ଼ଖଣ୍ଡ): ଉତ୍ତରପ୍ରଦେଶର ବରେଲିରେ ଅବସ୍ଥାପିତ ସବଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସଡିଏମ୍) ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜ୍ୟୋତିଙ୍କୁ ପାଠ ପଢ଼ାଇ ଚାକିରି କରାଇବା ପରେ ସେ ନିଜ ପ୍ରେମିକଙ୍କ ସହ ରହିବା ଆରମ୍ଭ କରିଥିଲେ ବୋଲି ସ୍ବାମୀ ଅଭିଯୋଗ କରିଥିଲେ। ଏବେ ସେଭଳି ଏକ ଘଟଣା ଘଟିଛି ଝାଡ଼ଖଣ୍ଡରେ।

ଝାଡ଼ଖଣ୍ଡର ଗୋଡ୍ଡାରେ ରହୁଥିବା ଡେଲିଭରି ବଏ ଟିଙ୍କୁ ଯାଦବ ୨.୫ଲକ୍ଷ ଟଙ୍କା ଋଣ ନେଇ ତାଙ୍କ ପତ୍ନୀଙ୍କୁ ନର୍ସିଂ ପାଠ ପଢ଼ାଇବାକୁ ପଠାଇଥିଲେ। କିନ୍ତୁ ପତ୍ନୀ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ପ୍ରେମିକ ସହିତ ଫେରାର ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଟିଙ୍କୁ ଯାଦବ ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ନଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

ଗୋଡ୍ଡା ନଗର ପୁଲିସ ଷ୍ଟେସନ ଅଞ୍ଚଳର କଠୌନ ଗ୍ରାମର ନିବାସୀ ପୀଡିତ ଟିଙ୍କୁ ଯାଦବ କହିଛନ୍ତି ଯେ, ସେ ସହରର ବଢ଼ୌନା ନିବାସୀ ପ୍ରିୟା କୁମାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ପତ୍ନୀ ଅଧିକ ଅଧ୍ୟୟନ କରିବାକୁ ଚାହୁଁଥିଲେ ଏବଂ ଜଣେ ଭଲ ଛାତ୍ରୀ ମଧ୍ୟ ଥିଲେ। ଏହି କାରଣରୁ, ଦୁର୍ବଳ ଆର୍ଥିକ ଅବସ୍ଥା ସତ୍ତ୍ବେ ଟିଙ୍କୁ ଭବିଷ୍ୟତରେ ଉନ୍ନତି ହେବ ବୋଲି ଭାବି ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ଏହ ପରେ ସେ ତାଙ୍କ ପତ୍ନୀଙ୍କର ଶକୁନ୍ତଳା ନର୍ସିଂ ସ୍କୁଲରେ ଆଡମିଶନ କରାଇଥିଲେ। ପ୍ରାୟ ୨.୫ଲକ୍ଷ ଟଙ୍କା ଋଣ ନେଇ ପତ୍ନୀଙ୍କ ଅଧ୍ୟୟନ ସମାପ୍ତ କରିଥିଲେ ଟିଙ୍କୁ। ବିବାହର ଦେଢ଼ ବର୍ଷ ପରେ, ପଢ଼ୁଥିବା ସମୟରେ ଟିଙ୍କୁଙ୍କ ପତ୍ନୀ ପଡୋଶୀ ଦିଲଖୁଶ ରାଉତଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପ୍ରେମର ଗଭୀରତା ଏତେ ଥିଲା ଯେ, ପାଠପଢ଼ା ସମାପ୍ତ ହେବା ମାତ୍ରେ ଟିଙ୍କୁଙ୍କ ପତ୍ନୀ ତାଙ୍କୁ ଛାଡି ପ୍ରେମିକ ସହିତ ଫେରାର ‌ହୋଇଯାଇଥିଲେ। ଟିଙ୍କୁ ଏ ବିଷୟରେ ଜାଣିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

ସେପ୍ଟେମ୍ବର ୧୭ରେ ପତ୍ନୀ ପ୍ରେମିକ ସହ ଫେରାର ହୋଇ ବିବାହ କରିବା ପରେ ସେପ୍ଟେମ୍ବର ୨୪‌ରେ ଜାଣିଥିଲେ ଟିଙ୍କୁ। ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ଟିଙ୍କୁ ପତ୍ନୀଙ୍କ ବିବାହ ବିଷୟରେ ଜାଣିଥିଲେ। ଏବେ ଟିଙ୍କୁ ପୁଲିସରେ ଅଭିଯୋଗ କରିଥିବାରୁ ଦୁଇ ପକ୍ଷକୁ ବସାଇ ପୁଲିସ ସମସ୍ୟାର ସମାଧାନ କରିବ ବୋଲି ଜଣାପଡ଼ିଛି।




Related Articles

Leave a Reply

Your email address will not be published. Required fields are marked *

Back to top button