ଏଥର ଦୀପାବଳିରେ ଏମିତି ଦିଶନ୍ତୁ ଆକର୍ଷଣୀୟ, ରହିବେ ସମସ୍ତଙ୍କ ନଜରରେ

ପାଖେଇ ଆସିଲାଣି ଦୀପାବଳି। ହସ-ଖୁସିର ମାହୋଲ ଭିତରେ ଆପଣ ନିଜକୁ ଆକର୍ଷଣୀୟ ଭାବେ ସଜେଇ ପାରିବେ। ଏଥନିକ୍ ଲୁକ୍ରେ ରହି ବାଣ ଫୁଟାଇ ପାରିବେ, ଦୀପ ଜଳାଇ ପାରିବେ। ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍ ସହ ଇଣ୍ଡିଆନ୍ ଲୁକ୍ ମଧ୍ୟ ଦେବ। ଆସନ୍ତୁ ଜାଣିବା, ଏଥର ଦୀପାବଳିରେ ଆପଣ କ’ଣ ପିନ୍ଧି ନିଜକୁ ଫ୍ୟାଶନେବୁଲ୍ କରିପାରିବେ।
୧. ଶାଢି
ଆପଣ ଦୀପାବଳିରେ ଶାଢି ପିନ୍ଧିପାରିବେ। ଏହାସହିତ ଚାହିଁଲେ କମରବନ୍ଦ ମଧ୍ୟ ଲଗେଇ ପାରିବେ। ଏହା ଆପଣଙ୍କ ଲୁକ୍କୁ ଆକର୍ଷଣୀୟ କରିଦେବ।
୨.ଇଣ୍ଡୋ ୱେଷ୍ଟର୍ନ ଲୁକ୍
ଯଦି ଏଥର ଦୀପାବଳିରେ ଶାଢି ପିନ୍ଧିବାକୁ ଚାହୁଁନାହାନ୍ତି, ତା’ହେଲେ କିଛି ଅଲଗା ଟ୍ରାଏ କରିପାରିବେ। ଲାଟେଷ୍ଟ ଫ୍ୟାଶନ ଅନୁସାରେ, ଆଜିକାଲି ଇଣ୍ଡୋ ୱେଷ୍ଟର୍ନ ଲୁକ୍ ଖୁବ୍ ଟ୍ରେଣ୍ଡ କରୁଛି। ଏହି ଲୁକ୍ରେ ଦେଖିଲେ ଯେ କେହି ବି ଆପଣଙ୍କ ଦିଓ୍ଵାନୀ ହୋଇଯିବ।

୩.ଅନାଲକଲି କିମ୍ବା ଲଙ୍ଗ୍ ସୁଟ୍
ମହିଳମାନେ ଶାଢି ଛଡ଼ା ଉତ୍ସବ ସମୟରେ ଲଙ୍ଗ୍ ସୁଟ୍ କିମ୍ବା ଅନାରକଲି ଡ୍ରେସ୍ ପିନ୍ଧିପାରିବେ। ଅନାରକଲି ସାଲଓ୍ଵାର ସୁଟ୍ ମହିଳା ଏବଂ ଯୁବତୀମାନଙ୍କୁ ଆକର୍ଷଣୀୟ ଲୁକ୍ ଦେବ।
୪.ଲେହେଙ୍ଗା ଏବଂ ଘାଘରା
ଲେହେଙ୍ଗା କିମ୍ବା ଘାଘରା ଚୋଲି ସହ ଏଥର ଦୀପାବଳି ପାଳନ୍ତୁ। ଏହା ପାରମ୍ପରିକ ଲୁକ୍ ଦେବ। ଏଥିରେ ଆପଣ ମ୍ୟାଚ୍ କରି ଓଢ଼ଣୀ ମଧ୍ୟ ପକାଇ ପାରିବେ।
୫. ଏଥନିକ୍ ୱେର
ଆପଣ ଏଥର ଦୀପାବଳିରେ ଏଥନିକ୍ ୱେର୍ ପିନ୍ଧିପାରିବେ। ଏହା ଆପଣଙ୍କୁ ଷ୍ଟାଇଲିଶ୍ ଲୁକ୍ ଦେବା ସହ ଆପଣଙ୍କ ସୁନ୍ଦରତାକୁ ଆହୁରି ଦୁଇଗୁଣ ବଢ଼ାଇଦେବ।



