ଜୀବନଶୈଳୀ

ଦୀପାବଳିରେ ବାଣ ଫୁଟାଇବାବେଳେ ରୁହନ୍ତୁ ସାବଧାନ, ନଚେତ୍‌ ଦେଖାଦେଇପାରେ ଏହି ୫ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା ବିଧି ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଏ ଅବସରରେ ବାଣ ଫୁଟାଇଥାନ୍ତି। କିଛି ସମୟର ମନୋରଞ୍ଜନ ପାଇଁ ଆମେ ଫୁଟାଉଥିବା ବାଣ ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ବାଣର ଧୂଆଁ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏଥିପାଇଁ ସରକାର ବାଣ ଫୁଟାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରିଛନ୍ତି। ତେବେ ଆସନ୍ତୁ ଜାଣିବା ବାଣ ଫୁଟାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ…

୧.ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୁଏ:

ବାଣ ତିଆରିରେ ଗନ୍‌ ପାଉଡରର ବ୍ୟବହାର କରାଯାଏ। ଯାହା ଜଳିବା ଦ୍ୱାରା ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ୍‌ର ପରିମାଣ ବୃଦ୍ଧି ପାଏ। ଶ୍ୱାସରୋଗୀଙ୍କ ପାଇଁ ଏହା ବିଷ ସଦୃଶ ହୋଇଥାଏ।

୨.ହୃଦ୍‌ କର୍କଟ ହେବା ଆଶଙ୍କା ବୃଦ୍ଧିପାଏ:

ବାଣରେ ଥିବା ପୋଟାସିୟମ୍‌ କ୍ଲୋରାଇଡ୍‌ ଆଲୋକ ସୃଷ୍ଟି କରେ। ଏହା ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା କରିବା ଫଳରେ ଯେଉଁ ଗ୍ୟାସ୍‌ ସୃଷ୍ଟି କରେ ତାହା ହାର୍ଟରେ କ୍ୟାନ୍‌ସର ଭଳିି ଭୟଙ୍କର ରୋଗର କାରକ ହୋଇଥାଏ।

୩.ଚକ୍ଷୁ ସମସ୍ୟା ଦେଖାଦିଏ:

ଦୀପାବଳିରେ ବାଣରୁ ନିର୍ଗତ ବିଷାକ୍ତ ଧୂଆଁ ଯୋଗୁ ଆଖି ପୋଡ଼ିବା ସହ ଲୁହ ବାହାରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାଣିରେ ବାରମ୍ବାର ଆଖି ଧୋଇବା ଉଚିତ୍‌।

୪.କାନ ଉପରେ ପଡ଼େ କୁପ୍ରଭାବ:

ବେଳେବେଳେ ବାଣ ଫୁଟିବା ଦ୍ୱାରା ବାହାରୁ ଥିବା ଶବ୍ଦ ଏତେ ତୀବ୍ର ହୋଇଥାଏ ଯେ କିଛି ସମୟ ପାଇଁ ଆମକୁ କିଛି ଶୁଣାଯାଇନଥାଏ। ଏଭଳି ବାରମ୍ବାର ହେଲେ କାନ ଖରାପ ହେବା ବା ବଧିରା ହେବା ଭଳି ସମସ୍ୟା ଉପୁଜି ପାରେ। ବଢ଼େ:

ଦୀପାବଳିରେ ବାଣରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ଯାଇଥାଏ। ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁ ପ୍ରଭାବିତ ହୋଇଥାନ୍ତି। ସ୍ଥିତି ଗମ୍ଭୀର ହେଲେ ଗର୍ଭପାତର ଆଶଙ୍କା ମଧ୍ୟ ଦେଖାଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button