ଥଣ୍ଡା ପାଗରେ ନିଅନ୍ତୁ ରାଶି ଲଡୁର ମଜା, ବନାଇବା ବହୁତ ସହଜ

ଶୀତରେ ଥଣ୍ଡା ଥଣ୍ଡା ପାଗକୁ ସୁସ୍ୱାଦୁ ଖାଦ୍ୟ ଖାଇବା ବହୁତ ଭଲ ଲାଗିଥାଏ। କିଛି ଜିନିଷ ଏମିତି ଅଛି ଯାହାର ମଜା କେବଳ ଶୀତ ଦିନରେ ହିଁ ଭଲ ଲାଗିଥାଏ। ଏହିସବୁ ମଧ୍ୟରୁ ଗୋଟିଏ ହେଉଛି ରାଶି ଲଡୁ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ମଧ୍ୟ। ତେଣୁ ଆମେ ଆପଣଙ୍କୁ ଆଜି ଜଣାଇବୁ କେମିତି ଘରେ ଏହାକୁ ସହଜରେ ବନାଇ ମଜା ଉଠାଇ ପାରିବେ।
ଆବଶ୍ୟକ ସାମଗ୍ରୀ
ତେଲ – ୧ କପ
ଖୁଆ – ୧/୨ କପ
ଗୁଡ- ୧/୨ କପ
କେଶର – ୫ ରୁ ୬ଟି
କ୍ଷୀର – ୨ ଟେବୁଲ ଚାମଚ
ଡ୍ରାଇ ଫ୍ରୁଟସ – ୧/୪ କପ (ଛୋଟ କଟା ହୋଇଥିବା )
ପ୍ରସ୍ତୁତି ପ୍ରଣାଳୀ
-ସର୍ବପ୍ରଥମେ କ୍ଷୀର ଗରମ କରନ୍ତୁ ଏବଂ ସେଥିରେ କେଶର ପକାନ୍ତୁ।
-ଏବେ ଏକ ପ୍ୟାନ ନେଇ ତେଲ ଗରମ କରନ୍ତୁ।
– ତେଲ ଗରମ ହୋଇଗଲା ପରେ ରାଶି ପକାଇ ଭାଜନ୍ତୁ।
-ଏବେ ପ୍ୟାନରେ ଗୁଡ ପକାଇ ଭଲଭାବେ ଚାମଚରେ ଚଲାନ୍ତୁ।
-ଏହା ଭଲ ଭାବେ ହୋଇଗଲା ପରେ ଏଥିରେ କ୍ଷୀର ମିଶାନ୍ତୁ।
-ଏବେ ଏଥିରେ ରାଶି ଏବଂ ଡ୍ରାଇ ଫ୍ରୁଟସ ପକାନ୍ତୁ ମିଶାଇ ଦିଅନ୍ତୁ।
-ଏବେ ହାତରେ ସାମାନ୍ୟ ତେଲ ନେଇ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଲଡୁ କରନ୍ତୁ।
-ଏବେ ଆପଣଙ୍କ ଲଡୁ ପ୍ରସ୍ତୁତ ହୋଇଯାଇଛି।



